୮ କୋଟି ଟଙ୍କାରେ ନିର୍ମାଣ ହେବ ନୂତନ ଅତ୍ୟାଧୁନିକ ଭେଣ୍ଡିଂ ଜୋନ;ପନିପରିବା ବ୍ୟବସାୟୀମାନେ ହେବେ ଉପକୃତ

ବ୍ରହ୍ମପୁରରେ ନୂତନ ଭାବେ ନିର୍ମାଣ ହେବ ତିନି ମହଲା ବିଶିଷ୍ଟ ଅତ୍ୟାଧୁନିକ ଭେଣ୍ଡିଂ ଜୋନ। ସମସ୍ତ ପନିପରିବା ବ୍ୟବସାୟୀମାନେ କିଭଳି ସୁରୁଖୁରୁରେ ବିକ୍ରିବଟା କରିପାରିବେ ସେ ନେଇ ବ୍ୟବସ୍ଥା କରିଛି ବିଏମସି ।

୮ କୋଟି ଟଙ୍କାରେ ନିର୍ମାଣ ହେବ ନୂତନ ଅତ୍ୟାଧୁନିକ ଭେଣ୍ଡିଂ ଜୋନ (ପ୍ରତୀକାତ୍ମକ ଛବି)

୮ କୋଟି ଟଙ୍କାରେ ନିର୍ମାଣ ହେବ ନୂତନ ଅତ୍ୟାଧୁନିକ ଭେଣ୍ଡିଂ ଜୋନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମର୍ଦ୍ଧରାଜ ଭେଣ୍ଡିଂ ଜୋନର ବଦଳିବ ଚିତ୍ର। ନୂତନ ଭାବେ ନିର୍ମାଣ ହେବ ତିନି ମହଲା ବିଶିଷ୍ଟ ଅତ୍ୟାଧୁନିକ ଭେଣ୍ଡିଂ ଜୋନ। ସମସ୍ତ ପନିପରିବା ବ୍ୟବସାୟୀମାନେ କିଭଳି ସୁରୁଖୁରୁରେ ବିକ୍ରିବଟା କରିପାରିବେ ସେ ନେଇ ବ୍ୟବସ୍ଥା କରିଛି ବିଏମସି । ନୂତନ ଭେଣ୍ଡିଂ ଜୋନ ନିମନ୍ତେ ଖର୍ଚ୍ଚ ହେବ ୮ କୋଟି ଟଙ୍କା । ବର୍ତ୍ତମାନ ଟେଣ୍ଡର ପକ୍ରିୟା ଚାଲୁ ରହିଥିବା ବେଳେ ଟେଣ୍ଡର ପରେ ଏକ ବର୍ଷ ମଧ୍ୟରେ ଏହି ନୂତନ ଭେଣ୍ଡିଂ ଜୋନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବି.ଏମ.ସି ପକ୍ଷରୁ ସୂଚନା ଦିଆଯାଇଛି ।

ରାସ୍ତାକଡ଼ରେ ବସି ପନିପରିବା ବିକ୍ରିବଟା କରୁଥିବା ବ୍ୟବସାୟୀ ମାନଙ୍କ ନିମନ୍ତେ ଖୁସି ଖବର। ବ୍ରହ୍ମପୁର ମର୍ଦ୍ଧରାଜ ଭେଣ୍ଡିଂ ଜୋନ ନିକଟରେ ହେବ ନୂତନ ଅତ୍ୟାଧୁନିକ ଭେଣ୍ଡିଂ ଜୋନ। ପ୍ରାୟ ଏକ ଏକର ପରିମିତ ଜାଗାରେ ଭେଣ୍ଡିଂ ଜୋନ ନିର୍ମାଣ ହେବ। ତିନି ମହଲା ବିଶିଷ୍ଟ ଏହି ଭେଣ୍ଡିଂ ଜୋନରେ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ।

‘‘ଭେଣ୍ଡିଂ ଜେନା ନିମନ୍ତେ ଖର୍ଚ୍ଚ ହେବ ୮ କୋଟି ଟଙ୍କା । ବର୍ତ୍ତମାନ ଏହାର ଡ଼ିପିଆର ପ୍ରସ୍ତୁତ ହୋଇଥିବା ବେଳେ ଭେଣ୍ଡିଂ ଜୋନନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଏକ ବର୍ଷ ମଧ୍ୟରେ ଭେଣ୍ଡିଂ ଜୋନକୁ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଭେଣ୍ଡିଂ ଜୋନରେ ଗ୍ରାହକ ଓ ବ୍ୟବସାୟୀ ମାନଙ୍କ ନିମନ୍ତେ ପାର୍କିଂର ସୁବିଧା ରହିବ। ଏହାସହିତ ଶୀତଳଭଣ୍ଡାରର ମଧ୍ୟ ବ୍ୟବସ୍ଥା କରିବା ନିମନ୍ତେ ଯୋଜନା ରହିଛି। ଭେଣ୍ଡିଂ ଜୋନରେ କିଭଳି ଭାବେ ସମସ୍ତ ବ୍ୟବସାୟୀମାନେ ସୁବିଧା ପାଇପାରିବେ ସେ ନେଇ ବ୍ୟବସାୟୀଙ୍କୁ ଚିହ୍ନଟ ପ୍ରକ୍ରିୟା ଠାରୁ ଆରମ୍ଭ କରି ସେମାନଙ୍କୁ ନିଜ ନିଜର ପିଣ୍ଡି ବଣ୍ଟନ ମଧ୍ୟ କରାଯିବ। ଯାହାଫଳରେ ଉକ୍ତ ପିଣ୍ଡିରେ ବସି ବ୍ୟବସାୟୀ ମାନେ ସହଜରେ ବ୍ୟବସାୟ କରିପାରିବେ,"ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରା ବନ୍ଦୋର।

‘‘ସାଢ଼େ ଦୁଇ ବର୍ଷ ହେଲା ବିଜୁ ପଟ୍ଟନାୟକ ଭେଣ୍ଡିଂ ଜୋନରେ ବସୁଥିବା ବ୍ୟବସାୟୀମାନଙ୍କୁ ବାହାର କରାଯାଇଥିଲା। ଖୁବଶୀଘ୍ର ନୂତନ ଭେଣ୍ଡିଂ ଜୋନ କରାଗଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାନ୍ତା,‘‘ କହିଛନ୍ତି ପନିପରିବା ବ୍ୟବସାୟୀ ବୃନ୍ଦାବନ ସାହୁ ।

‘‘ପୂର୍ବରୁ ମାତ୍ର ୧୦୦ ଜଣ ବ୍ୟବସାୟୀ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଛି । କୋର୍ଟପେଟା ଛକ ଠାରୁ ଆରମ୍ଭ କରି ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ବ୍ୟବସାୟୀ ମାନେ ବସି ପନିପରିବା ବିକ୍ରିବଟା କରୁଛନ୍ତି । ରାସ୍ତା କଡ଼ରେ ବ୍ୟବସାୟ କରାଯାଉଥିବା ଯୋଗୁଁ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବା ଫଳରେ ଭେଣ୍ଡିଂ ଜୋନରେ କିଭଳି ସୁବ୍ୟବସ୍ଥିତ ଭାବେ ପିଣ୍ଡି ବଣ୍ଟନ କରାଯିବ ସେ ନେଇ ବିଏମସି ଦୃଷ୍ଟି ଦେବା ଆବଶ୍ୟକ,‘‘ କହିଛନ୍ତି ପନିପରିବା ବ୍ୟବସାୟୀ ରଞ୍ଜନ ସାସମଲ ।

ନିକଟରେ ଆମିଷ ବ୍ୟବସାୟୀ ମାନଙ୍କ ନିମନ୍ତେ ଏକ ହାଇଜେନିକ ଆମିଷ ବଜାର ନିର୍ମାଣ କରି ସେମାନଙ୍କୁ ଯୋଗାଇ ଦିଆଯାଇଛି।ବର୍ତ୍ତମାନ ପନିପରିବା ବ୍ୟବସାୟୀ ମାନଙ୍କ ନିମନ୍ତେ ଅତ୍ୟାଧୁନିକ ଭେଣ୍ଡିଂ ଜୋନ କରାଯାଉଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟ ଖୁସୀର ଲହରି ଖେଳିଯାଇଛି
Published by:Soumya Das
First published: