ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ୍; ଅଭିଯୁକ୍ତ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ଗୁଳି କରିବା ଦିନ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ । ତେବେ ହୋଟେଲ ବନ୍ଦ କରିବାର ପ୍ରକୃତ କାରଣ କଣ ?

ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ୍; ଅଭିଯୁକ୍ତ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ

ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ୍; ଅଭିଯୁକ୍ତ ଗୋପାଳଙ୍କ ଭାଇ ସକାଳୁ ବନ୍ଦ କରିଥିଲେ ହୋଟେଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ (Health Minister Naba das) ଗୁଳିମାଡ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । ଖବର ମିଳିଛି  ବ୍ରଜରାଜନଗରରେ (Brajarajnagar) ଗୋପାଳ ଦାସଙ୍କ ଭାଇଙ୍କର ଏକ ହୋଟେଲ (Hotel) ଥିଲା ଯାହା ଗୁଳିକାଣ୍ଡ ଦିନ ସକାଳୁ ବନ୍ଦ ଥିବା ପାଖ ଦୋକାନୀ ପ୍ରକାଶ କରିଛନ୍ତି ।  ଗୋପାଳଙ୍କ ବଡ଼ ଭାଇ ବ୍ରହ୍ମପୁରରେ ଚାକିରି କରିଥିଲେ ଚାକିରିରୁ ଅବସର ପରେ ବ୍ରଜରାଜନଗରରେ ହୋଟେଲ ଖୋଲି ବ୍ରହ୍ମପୁରର ପାରମ୍ପାରିକ  ଖାଦ୍ୟ ପ୍ରସ୍ଥୁତ କରି ଗ୍ରାହକଙ୍କୁ ଖାଇବାକୁ ଦେଉଥିଲେ ।

ହୋଟେଲକୁ ଭଡାରେ ଦେଇଥିବା ମାଲିକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ସମୟରେ ମାଲିକ କହିଛନ୍ତି, ମୁଁ ଏହି ହୋଟେଲକୁ ୬ ହଜାର ଟଙ୍କା ଭଡାରେ ଦେଇଥିଲି । କେବଳ ଗୋପାଳଙ୍କ ବଡ଼ ଭାଇ ହୋଟେଲ ବୁଝୁଥିଲେ । ଗୋପାଳ ମଝିରେ ମଝିରେ ଛୁଟି ସମୟରେ ନିଜ ସାଙ୍ଗ ସାଥିଙ୍କ ସହ ଏ ହୋଟେଲକୁ ଆସୁଥିଲେ । ରାତିରେ ଗୋପାଳ ନିଜ କ୍ୱାଟରରେ ରହୁଥିଲେ ଏବଂ ତାଙ୍କ ଭାଇ ହୋଟେଲ ବନ୍ଦ କରି ଅନ୍ୟତ୍ର ରହୁଥିଲେ । ବେଳେବେଳେ ହୋଟେଲରେ ରହୁଥିଲେ । ପ୍ରତିଦିନ ସକାଳ ୯ଟାରେ ହୋଟେଲ ଖାଲାଯାଉଥିଲା । ମକର ସଂକ୍ରାନ୍ତି ଦିନ ହୋଟେଲ ବନ୍ଦ ଥିଲା । ଏଥିସହ ଯେଉଁଦିନ ଗୁଳିକାଣ୍ଡ ହେଲା ସେଦିନ ମଧ୍ୟ ହୋଟେଲ ବନ୍ଦ ଥିଲା । ହୋଟେଲ ମାଲିକ କହିଛନ୍ତି, ଗୁଳିକାଣ୍ଡ ଖବର ପାଇବା ପରେ ଭାବିଥିଲି ଦୋକାନ ଜାଳିଦେବି । କିନ୍ତୁ ତଦନ୍ତ ହେଉ ବୋଲି ଭାବି ରହିଗଲି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ ଓ ମୃତ୍ୟୁ ଘଟଣାର ଛାନଭିନ କରୁଛି କ୍ରାଇମବ୍ରାଞ୍ଚ୍ । ପ୍ରଥମେ ଅଭିଯୁକ୍ତ ଗୋପାଳ ଦାସକୁ ପଚରା ଉଚରା ସହ ଗିରଫ ଓ ପରେ କୋର୍ଟ ଫରୱାର୍ଡ କରାଯାଇଛି । ପୁଣି ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରିବ ବୋଲି ସୂଚନା ରହିଛି । ଅନ୍ୟ ପଟେ କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କ ଘରେ ପହଞ୍ଚି ଘର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରୁଛି । ଗୋପାଳ ଦାସଙ୍କ ବନ୍ଧୁକକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ତଦନ୍ତ ପରେ ସ୍ପଷ୍ଟ ହେବ ପ୍ରକୃତରେ ଘଟଣାରେ କେବଳ ଗୋପାଳ ସମୃକ୍ତ ନା ଅନ୍ୟ କାହାର ହାତ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ପୋଷ୍ଟମର୍ଟମ ରିପୋଟକୁ ମଧ୍ୟ ତଦନ୍ତରେ ସାମିଲ କରାଯିବ ବୋଲି ସୂଚନା ରହିଛି ।

ଗୋପାଳ ଦାସଙ୍କ ସର୍ଭିସ ରେକର୍ଡକୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ହେଉଛି । ସର୍ଭିସ ରେକର୍ଡରେ ଗୁଡ୍ ଉଲ୍ଲେଖ ଥିବା ଗୋପାଳ ଦାସ ଭଲ କାମ ପାଇଁ ପୁରସ୍କୃତ ହୋଇଥିବାବେଳେ ହଠାତ ଏପରି ନିଷ୍ପତ୍ତି କାହିଁକି ନେଲେ ? ମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଶତୃତା ଥିଲା କି ? ଯଦି ଥିଲା ତେବେ ତାହା କେଉଁ ପ୍ରକାରର ଶତୃତା ? ବ୍ୟକ୍ତିଗତ ନା ବୃତ୍ତିଗତ ? ଏନେଇ ଚର୍ଚ୍ଚା ଚାଲିଛି ।  ଅଧିକ ତଦନ୍ତ ପାଇଁ ଗୋପାଳଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯିବ । ଯାଞ୍ଚ ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଗୋପାଳ କାହା ସହ କଥା ହୋଇଥିଲେ ଏବଂ ଗୁଳି କରିବା ପାଇଁ କେହି ପ୍ରବର୍ତ୍ତାଇଥିଲେ କି ? ସେ ପ୍ରଶ୍ନର ଉତ୍ତର ଖୁବଶୀଘ୍ର ଆସିବ ବୋଲି ଆଶା କରାଯାଉଛି ।

ଏହି ଖବର ପଢ଼ନ୍ତୁ - http://ଘଟଣାସ୍ଥଳରେ ନବଙ୍କର ମୃତ୍ୟୁ ହୋଇଥିଲା; ଡ୍ରାମା କରିବା କଣ ଦରକାର? ଜୟନାରାୟଣ ମିଶ୍ର
Published by:Soubhagya Mishra
First published: