ପୁଣି ଟ୍ରାଫିକ ନିୟମ ଖିଲାପକାରୀଙ୍କ ଉପରେ ପଡିବ ଛାଟ; କାଲିଠୁ ନୂଆ ନିୟମ

ପୁଣି ଥରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ପଡିବ ପରିବହନ ବିଭାଗର ଛାଟ। ଏଥି ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଭାଗ।

କାଲିଠୁ ହେବ ଧରପକଡ଼

କାଲିଠୁ ହେବ ଧରପକଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

 କଟକ: ଦୁଇ ଦିନର ବିରତି ପରେ ଶୁକ୍ରବାର ଠାରୁ ରାଜ୍ୟ ସାରା ପୁଣି ଥରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ପଡିବ ପରିବହନ ବିଭାଗର ଛାଟ। ଏଥି ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଭାଗ। ପୂର୍ବ ଭଳି ଶୁକ୍ରବାର ଦିନ ମଧ୍ୟ ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହି ଧରପକଡ଼ ଆରମ୍ଭ ହେବ ।

ସକାଳ ୯ଟା ରୁ ଆରମ୍ଭ ହେବାକୁ ଥିବା ଏହି ଯାଞ୍ଚ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛି ବିଭାଗ । ଏହି ଧରପକଡରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ଉପରେ ନଜର ରଖାଯିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କେବଳ ଏତିକି ନୁହେଁ  ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ "ଜିରୋ ଫାଟାଲିଟି ସପ୍ତାହ" ଭାବେ ପାଳନ କରିବା ଯାଉଛି ପରିବହନ ବିଭାଗ । ଏଥିପାଇଁ ଏକ ଖସଡା ପ୍ରସ୍ତୁତ କରିବା ଲାଗି ଆସନ୍ତା କାଲି ପରିବହନ ସଚିବ ଓ ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଆହ୍ବାନ କରାଯାଇଛି। ଶୁକ୍ରବାର ଦିନ ହେବାକୁ ଥିବା ଏହି ଯାଞ୍ଚକୁ କଡାକଡ଼ି କରାଯିବ। ଯେକେହି ବି ଟ୍ରାଫିକ ନିୟମ ଉଲ୍ଲଘଂନକାରୀ କରୁଥିବା ଅବସ୍ଥାରେ ଧରା ପଡ଼ିବ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ଏପ୍ରିଲ ପ୍ରଥମ ସପ୍ତାହକୁ "ଜିରୋ ଫାଟାଲିଟି ସପ୍ତାହ" ପାଳନ କରାଯିବାକୁ ଥିବାରୁ ଶୁକ୍ରବାର ଦିନ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ମଧ୍ୟ କରାଯିବ, କହିଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ।

ସେପଟେ ପରିବହନ ବିଭାଗର ଏହି ଯାଞ୍ଚ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ନିଦ ହଜାଇ ଦେଇଛି । ବିଶେଷ କରି ଚିନ୍ତାରେ ପଡ଼ିଛନ୍ତି ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ଅବିଭାବକ। ତେବେ ଅବିଭାବକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିଲେ ମଧ୍ୟ ଫାଇନ ପରିମାଣକୁ କମ କରିବା ଓ ୧୮ ବର୍ଷ ପରିବର୍ତ୍ତେ ବୟସ ସୀମାକୁ ୧୬ ବର୍ଷ କରାଇବା ଉପରେ ଗୁରୁତ୍ବ ଦେଇଛନ୍ତି।

ଥିଲା ଅମାପ ସମ୍ପତ୍ତି, ମିଳୁଥିଲା ଶୁଖିଲା ରୁଟି; ଘରୁ ମିଳିଲା IASଙ୍କ ଜେଜେ-ଜେଜେମାଙ୍କ ମୃତଦେହ

ଟ୍ରାଫିକ ନିୟମ ପାଳନ କରିବା ନେଇ ପରିବହନ ବିଭାଗର ଅଧିକାରୀମାନେ ଯାହା କରୁଛନ୍ତି ତାହା ନିହାତି ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ସେମାନେ ଯେଉଁ ଇଭି କଥା କହୁଛନ୍ତି ହଠାତ ଆମେ ପିଲାମାନଙ୍କୁ ଇଭି ଦେବା ସମ୍ଭବପର ନୁହେଁ, କହିଛନ୍ତି କଟକର ଜଣେ ଅବିଭାବକ ସନାତନ ରଥ।

ଆଗାମୀ ଦିନରେ ଟ୍ରାଫିକ ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ପରିବହନ ବିଭାଗ ଚେତାବନୀ ଦେଇଥିବା ବେଳେ ଏହି ଚେତାବନୀ କିଭଳି ପ୍ରଭାବ ପଡୁଛି ତାହା ଉପରେ ସମସ୍ତଙ୍କ ନଜର ।
Published by:Soumya Das
First published: