News18 Odia Digital
ଭୁବନେଶ୍ୱର: ‘ମାନବ ପ୍ରେମୀ’ ନାଆଁରେ ପ୍ରସିଦ୍ଧ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ସପ୍ତାହ ହେଲା ଯେମିତି ସସପେନ୍ସ ଲାଗି ରହିଛି ଆଜିକୁ ଆଠ ବର୍ଷ ତଳେ ଭୁବନେଶ୍ୱରରେ ରେଳ ଧାରଣାରୁ ମିଳିଥିବା ଦିଲିପ ପଟ୍ଟନାୟକ ନାମକ ଯୁବକଙ୍କ ଶବକୁ ନେଇ ଠିକ୍ ସେମିତି ସସପେନ୍ସ ଦେଖା ଦେଇଥିଲା l ସେହି ଘଟଣାର ତଦନ୍ତ ପ୍ରାୟ ମାସେ ଚାଲିବା ପରେ ଜଣା ପଡ଼ିଥିଲା ଯେ ତାହା କୌଣସି ଟ୍ରେନ୍ ଧକ୍କାରେ ହୋଇଥିବା ମୃତ୍ୟୁ ନୁହେଁ, ବରଂ ଏକ ହତ୍ୟା ଥିଲା ।
ପରସ୍ପର ଠାରୁ ନଅ ବର୍ଷ ଅନ୍ତରାଳରେ ଘଟିଥିଲେ ମଧ୍ୟ ଏହି ଦୁଇଟି ଘଟଣାରେ ଅନେକ ସାମଞ୍ଜସ୍ୟ ଅଛି l ଦୁଇଟି ଯାକ ଘଟଣାରେ ନାଁ କେହି ପ୍ରତ୍ୟକ୍ଷଦର୍ଶୀ ଥିଲେ, ନା ତଦନ୍ତକୁ ପ୍ରାଥମିକ ସ୍ତରରେ ସାହାଯ୍ୟ କରିବା ପାଇଁ ଥିଲା କୌଣସି ପ୍ରତ୍ୟକ୍ଷ ତଥ୍ୟ ଓ ପ୍ରମାଣ l
ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉୁପରୁ ପରଦା ଉଠାଇବା ସରକାରୀ ରେଳବାଇ ପୋଲିସ ପାଇଁ ଯେତିକି ଚ୍ୟାଲେଞ୍ଜିଂ ହୋଇଛି, ୨୦୧୨ ମସିହାରେ ରାଜଧାନୀର ବହୁ-ଚର୍ଚ୍ଚିତ ବିଲଡର୍ ଦିଲ୍ଲିପ ପଟ୍ଟନାୟକଙ୍କ ମୃତ୍ୟୁର ରହସ୍ୟ ବି ରେଳବାଇ ପୋଲିସ ପାଇଁ ଥିଲା ସେତିକି ବଡ ଚ୍ୟାଲେଞ୍ଜ l
୨୦୧୨ ମାର୍ଚ୍ଚ ୧୦ ତାରିଖ ସକାଳେ ରେତଙ୍ଗ ନିକଟ ରେଳ ଲାଇନ କଡ଼ରୁ ବିଲଡର୍ ଦିଲିପ ପଟ୍ଟନାୟକଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରିଥିଲା ଜିଆରପି l ଶରୀରର ପେଟ ଭାଗରୁ ଦୁଇ ଖଣ୍ଡ ହୋଇଯାଇଥିଲା l ପ୍ରାଥମିକ ତଦନ୍ତ ପରେ ଏହା କୁହାଯାଇଥିଲା ଯେ ଦିଲିପ କୌଣସି ଟ୍ରେନ୍ ଆଗରେ ନିଜକୁ ଲୋଟାଇ ଆତ୍ମହତ୍ୟା କରିଛନ୍ତି l ଏକ ଅପ୍ରାକୃତିକ ମୃତ୍ୟୁ (ଅନନେଚୁରାଲ ଡେଥ - ୟୁଡି) କେସ୍ ରୁଜୁ କରି ଜିଆରପି ତଦନ୍ତ ଆରମ୍ଭ କରିଥିଲା l

ସମାଜସେବୀ ଆଦିତ୍ୟ ଦାଶ ସୁନ୍ଦରପଦାରେ ରହୁଥିଲେ ।
ସେହି ଘଟଣାରେ ସପ୍ତାହେ ପର୍ଯ୍ୟନ୍ତ କୌଣସି ପ୍ରକାର ଖିଅ ଲାଗି ନ ଥିଲା ପୋଲିସ ହାତରେ l କିନ୍ତୁ ଆଗକୁ ତଦନ୍ତ ଯେତିକି ବଢିଲା, ଗୋଟିଏ ପରେ ଗୋଟିଏ ପ୍ରମାଣ ପୋଲିସ ହାତରେ ଲାଗିଲା l କଲ ଡିଟେଲ ରିପୋର୍ଟ (ସିଡିଆର) ଆନାଲିସିସରୁ ଦିଲିପ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା l
ସେହି ୟୁଡି କେସ୍ କନର୍ଭଟ ହୋଇଥିଲା ମର୍ଡର କେସକୁ l ଗିରଫ ହୋଇଥିଲେ ମାଷ୍ଟରମାଇଣ୍ଡ ସକିନା ବିବି, ସାକବର ଖାନ, ସେଖ୍ ପଟେଲ ଓ ସେଖ୍ ଅନସାରୀ l ଦିଲିପଙ୍କ ସହ ସକିନାଙ୍କ ଥିଲା ପ୍ରେମ ସମ୍ପର୍କ l ଏହାକୁ ବିରୋଧ କରୁଥିଲେ ସାକବର ଖାନ, ସେଖ୍ ପଟେଲ ଓ ସେଖ୍ ଅନସାରୀ l ଦିଲିପଙ୍କୁ ରାସ୍ତାରୁ ହଟାଇବାକୁ ସୁଯୋଗ ଖୋଜୁଥିଲେ ସେମାନେ l
ସେହି ସମୟରେ ଦିଲିପ ରାଜଧାନୀ ଭୁବନେଶ୍ୱରରେ ୧୩ କୋଟି ଟଙ୍କାର ଏକ ଜମି ବିକ୍ରି କରିଥିଲେ l ଏ କଥା ସାକବର ଖାନ, ସେଖ୍ ପଟେଲ ଓ ସେଖ୍ ଅନସାରୀ ଜାଣି ଟଙ୍କା ଲୁଟିବାକୁ ଯୋଜନା କରିଥିଲେ l ମାର୍ଚ୍ଚ ୯ ତାରିଖରେ ସୁନ୍ଦରପଦାରେ ରହୁଥିବା ସାକିନା ବିବି ନିଜ ପ୍ରେମିକ ଦିଲିପଙ୍କୁ ତାଙ୍କ ଘରକୁ ମଦ ପିଇବାକୁ ଡାକିଥିଲେ l ସେଠାରେ ଦିଲିପଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ସକିନା ନିଜ ଓଢ଼ଣିରେ ତାଙ୍କ ଗଳାକୁ ଚିପି ତାଙ୍କୁ ମାରିଦେଇଥିଲେ l

କଟକର ଖପୁରିଆରେ ରହୁଥିବା ବିଦ୍ୟାଶ୍ରୀଙ୍କ ବାପା ଓ ମାଙ୍କୁ ବି ଜେରା କରାଯାଇଛି ।
ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତ ଦେହକୁ ସେଖ୍ ଅନସାରୀର କାରରେ ରେତଙ୍ଗ ନେଇ ଟ୍ରେନ୍ ଲାଇନ୍ ଉପରେ ଫିଙ୍ଗି ଦେଇଥିଲେ ସକିନା l ମୃତ ଦେହକୁ ରେଳ ଟ୍ରାକ୍ ଉପରେ ଶୁଆଇ ଦେଇଥିଲେ l ଫଳରେ ଟ୍ରେନ୍ ଯିବାରୁ ପେଟ ପାଖରୁ ମୃତ ଶରୀରଟି ଦୁଇ ଖଣ୍ଡ ହୋଇଯାଇଥିଲା l ଶରୀରର ଅନ୍ୟ କେଉଁଠି ଗଭୀର ଆଘାତ ଲାଗି ନ ଥିଲା l
ହତ୍ୟାକାଣ୍ଡ ପରେ କାରଟିକୁ ପିପିଲି କେନାଲରେ ଧୋଇ କାରର ରଙ୍ଗ ବଦଳାଇ ଦେଇଥିଲେ ଅଭିଯୁକ୍ତମାନେ l ଦିଲିପଙ୍କ ଘରେ ପଶି ଜମି ବିକ୍ରି ଟଙ୍କା ଥିବା ଲୋଭରେ ତାଲା ଭାଙ୍ଗି ଚୋରି କରିଥିଲେ l କିନ୍ତୁ ବିଶେଷ କିଛି ଟଙ୍କା ମିଳି ନ ଥିଲା ସେମାନଙ୍କୁ l
ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କର ଗୋଟିଏ ମାସର ସିଡିଆର ଆନାଲିସିସ୍, ସାଇଣ୍ଟିଫିକ ଟିମର ସହାୟତା, ଏକ୍ସପର୍ଟମାନଙ୍କ ମତାମତ, ଲୋକାଲ ଗୁଇନ୍ଦା ସୂଚନା ଓ ଶବ ବ୍ୟବଛେଦ ରିପୋର୍ଟକୁ ନେଇ ହୋଇଥିବା ସଘନ ତଦନ୍ତ ପରେ ମାସକ ପରେ ଧରା ପଡ଼ିଥିଲେ ଚାରି ଜଣ ଯାକ ଅଭିଯୁକ୍ତ l
‘‘ପ୍ରଥମରୁ ଆଦୌ ସହଜ ନ ଥିଲା ସେହି କେସଟିକୁ ଡିଟେକ୍ଟ କରିବା l ନା ଥିଲା କେହି ପ୍ରତ୍ୟକ୍ଷଦର୍ଶୀ ନା ଥିଲା ତଥ୍ୟ ଓ ପ୍ରମାଣ l ୨୦୧୨ ମସିହାର ସେହି କେସଟିକୁ ଡିଟେକ୍ଟ କରିବା ଜିଆରପି ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ,’’ କହିଛନ୍ତି ତଦନ୍ତକାରୀ ଟିମରେ ଥିବା ପୋଲିସ୍ ଅଧିକାରୀ ସ୍ମୃତି ରଞ୍ଜନ କର l ସେ ବର୍ତ୍ତମାନ ଡି.ଏସ୍.ପି. ଭାବେ ଅନ୍ୟତ୍ର କାର୍ଯ୍ୟରତ ।
ଏବେ ସେହି ଘଟଣାର ଆଠ ବର୍ଷ ପରେ ଜିଆରପି ପୁଣି ସେମିତି ଏକ ହାଇପ୍ରୋଫାଇଲ ଓ ସନ୍ଦେହଜନକ ମୃତ୍ୟୁ ଉପରେ ତଦନ୍ତ ଚଳାଇଛି l ହେଲେ ଏ ପର୍ଯ୍ୟନ୍ତ ମିଳି ନାହିଁ କୌଣସି ଲିଡ୍ l ଦିଲିପ ପଟ୍ଟନାୟକ ମୃତ୍ୟୁ ମାମଲା ସହିତ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଅନେକ ସାମଞ୍ଜସ୍ୟ ଦେଖୁଛନ୍ତି ରେଳବାଇ ପୋଲିସର ଅଧିକାରୀ ଓ ଆପରାଧିକ ମାମଲା ଉପରେ କାର୍ଯ୍ୟ କରିଥିବା ଓକିଲମାନେ l
ଆଦିତ୍ୟଙ୍କୁ ଚାଲାକି କରି ହତ୍ୟା କରିବା ପରେ ତାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ନା ଏହା ଏକ ସାଦାସିଧା ଆତ୍ମହତ୍ୟା ତାହା ଏ ଯାଏଁ ଜଣାପଡ଼ିନି । କିଏ ଓ କାହିଁକି ହତ୍ୟା କଲା ସେ ବିଷୟରେ ପୋଲିସ୍ ଏ ପର୍ଯ୍ୟନ୍ତ ଅନୁସନ୍ଧାନ କରୁଛି l ଯଦି ଆତ୍ମହତ୍ୟା, ତେବେ କିଏ ଓ କାହିଁକି ଆଦିତ୍ୟଙ୍କୁ ଉସକାଇଲା ତାହା ବି ତଦନ୍ତର ବିଷୟ ହୋଇ ରହିଛି ।
ଏହା ବି ପଢ଼ନ୍ତୁ:
ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେଏହା ବି ପଢ଼ନ୍ତୁ:
ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା‘‘ଆଦିତ୍ୟ ଦାସଙ୍କ ମୃତ୍ୟୁ ପର ଠାରୁ ଦିନ ପରେ ଦିନ ବିତୁଥିଲେ ବି ପୋଲିସର ହାତ ଖାଲି ଥିବାରୁ ଓ ତଦନ୍ତରେ ଅଗ୍ରଗତି ପରିଲକ୍ଷିତ ହେଉ ନ ଥିବାରୁ ଏହି ମାମଲା ଏବେ ବାଟବଣା ହୋଇପଡିଛି ବୋଲି ସନ୍ଦେହ ହେଉଛି,’’ କହିଛନ୍ତି ଆଦିତ୍ୟଙ୍କ ସମାଜସେବା ସଙ୍ଗଠନ ‘ପିପୁଲ ଫର ସେବା’ର ଓକିଲ ନିହାର ରଞ୍ଜନା ଓଝା l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।