ବାଲେଶ୍ୱର ଟ୍ରଲର୍ ମାଲିକ ହତ୍ୟା ପଛରେ ଥିଲା ଜାନୁଆରୀର ଖଣ୍ଡା ଓ ବନ୍ଧୁକ ବୁଲାଇବା ଘଟଣା

ବିଜୟ ପ୍ରଧାନଙ୍କୁ ଗୁଳି ମାରି ହତ୍ୟା କରିବା ପଛରେ ଥିବା ଏକ ଗଣ୍ଡଗୋଳ ଓ ସେଥିରୁ ହୋଇଥିବା ହତ୍ୟା ଘଟଣା ସମ୍ପର୍କୀୟ ଭିଡିଓ ଫୁଟେଜ୍ ପୋଲିସ ତଦନ୍ତରେ ସାମନାକୁ ଆସିଛି । ପ୍ରଧାନଙ୍କ ହତ୍ୟାର ଆଠ ଜଣ ଅଭିଯୁକ୍ତ ଗିରଫ ହେଲେଣି ।

ବାଲେଶ୍ୱର ଟ୍ରଲର୍ ମାଲିକ ହତ୍ୟା ପଛରେ ଥିଲା ଜାନୁଆରୀର ଖଣ୍ଡା ଓ ବନ୍ଧୁକ ବୁଲାଇବା ଘଟଣା
ଜାନୁଆରୀର ସେହି ଘଟଣାର ଏକ ଦୃଶ୍ୟ; (ଡାହାଣ) ଗିରଫ ଅଭିଯୁକ୍ତମାନଙ୍କ ସହ ଏସ୍.ପି. ଓ ଆଇଜି
  • News18 Odia
  • Last Updated: March 17, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ସୋମବାର ଦିନ ଟ୍ରଲର୍‌ ମାଲିକ ବିଜୟ ପ୍ରଧାନଙ୍କୁ ଖଣ୍ଡାରେ ହାଣିବା ପରେ ଗୁଳି ମାରି ହତ୍ୟା କରିବା ଘଟଣାରେ ଆଉ ଛଅ ଜଣ ଅଭିଯୁକ୍ତ ଗିରଫ ହେବା ପରେ ଏହି ମାମଲାରେ ମୋଟ ଆଠ ଜଣ ଗିରଫ ହେଲେଣି । ଏହି ନୃଶଂସ ହତ୍ୟା ପଛରେ ଜାନୁଆରୀ ମାସରେ ଘଟିଥିବା ଆଉ ଏକ ହତ୍ୟା ଘଟଣା ଥିବା ପୋଲିସ ତଦନ୍ତରୁ ସାମନାକୁ ଆସିଛି । ସେହି ଘଟଣାର ଭିଡିଓ ଫୁଟେଜ୍‌ ବି ସାମନାକୁ ଆସିଛି ।

ଜାନୁଆରୀ ୧୯ ତାରିଖରେ କେଶୁରପୁର ଗ୍ରାମରେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗାଁରେ ଖଣ୍ଡା ଓ ବନ୍ଧୁକ ବୁଲିଥିଲା । ସେହି ଘଟଣା ପଛରେ ମୃତ ଟ୍ରଲର୍‌ ମାଲିକ ବିଜୟ ପ୍ରଧାନଙ୍କ ଜଣେ ସମ୍ପର୍କୀୟ ପୁତୁରାଙ୍କ ହାତ ଥିବା ପୋଲିସ ଜାଣିପାରିଛି । ସେହି ଗଣ୍ଡଗୋଳ ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ସେହି ଘଟଣାକୁ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେଇଥି ପାଇଁ ରାଗ ରଖି ଟ୍ରଲର୍‌ ମାଲିକ ବିଜୟ ପ୍ରଧାନଙ୍କୁ ହତ୍ୟା କରାଯାଇଛି ବୋଲି ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ (ଏସ୍‌.ପି.) ସୁଧାଂଶୁ ଶେଖର ମିଶ୍ର ।

ଏହା ବି ପଢ଼ନ୍ତୁ | West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ

‘‘ବିଜୟ ପ୍ରଧାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଅଭିଯୁକ୍ତମାନେ । ଦିନ ୧୨ଟା ବେଳେ ବଳରାମଗଡି଼ରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଏକଜୁଟ ହୋଇ ସେମାନେ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ । ପ୍ରଧାନ ଆସି ପହଞ୍ଚିବା ମାତ୍ରେ ସେମାନଙ୍କୁ ସୂଚନା ଦେବାକୁ ଜଣେ ବ୍ୟକ୍ତିଙ୍କୁ ବୋଟରେ ରଖାଯାଇଥିଲା । ପ୍ରଧାନ ପହଞ୍ଚିବା ପରେ ସେ ସେମାନଙ୍କୁ ଖବର ଦେଇଥିଲା । ତା୩ ପରେ ଅଭିଯୁକ୍ତମାନେ ମୁହଁରେ କପଡ଼ା ଗୋଡାଇ ଅପରାହ୍ଣ ପ୍ରାୟ ୪ଟା ବେଳେ ପ୍ରଧାନଙ୍କୁ ପ୍ରଥମେ ଖଣ୍ଡାରେ ହାଣିଥିଲେ । ସେ କ୍ଷତାକ୍ତ ହୋଇଯିବା ପରେ ଦୌଡି଼ ଦୌଡିଟ ଟ୍ରଲର୍‌ ଭିତରକୁ ପଳାଇଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କ ଉପରକୁ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ତା’ପରେ ଆଉ କିଛି ରାଉଣ୍ଡ ପୁଳି ଚଳାଇ ସେଠାରୁ ଫେରାର୍‌ ହୋଇଯାଇଥିଲେ,’’ କହିଛନ୍ତି ଏସ୍‌.ପି. ସୁଧାଂଶୁ ଶେଖର ମିଶ୍ର ।

ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ଗିରଫ ଆଠ ଜଣ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ମାରଣାସ୍ତ୍ର


ଏହି ହତ୍ୟା ଘଟଣାର ତଦନ୍ତ ଏବେ ଜାରି ରହିଛି ଓ ଗିରଫ ହୋଇଥିବା ଆଠ ଜଣଙ୍କୁ ଛାଡି଼ ଆହୁରି କେତେକ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ‘‘ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ । ଏବେ ତଦନ୍ତ ପ୍ରକ୍ରିୟା ସରିନାହିଁ । ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଦୁଇ ଜଣ ଡି.ଏସ୍‌.ପି.ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି,’’ କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଗିରିଫ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି, ଦୁଇଟି ତେଲେଙ୍ଗା କଟୁରୀ ଓ ଗୋଟିଏ ଖଣ୍ଡା ସହ ଗୋଟିଏ ବାଇକ୍‌ ଜବତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏ ନେଇ ବଳରାମଗଡି଼ ମେରାଇନ୍‌ ଥାନାରେ ୩/୨୧ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ହୋଇଥିବା ଆଠ ଜଣ ଅଭିଯୁକ୍ତ ପେଶାଦାର କ୍ରମିନାଲ୍‌ ଓ ସେମାନଙ୍କ ନାମରେ ବହୁ ସଙ୍ଗୀନ୍‌ ମାମଲା ରହିଥିବା କହିଛନ୍ତି ଏସ୍‌.ପି. ।

ଜାନୁଆରୀର କେଶୁରପୁର ଗାଁରେ ଖଣ୍ଡା ଓ ବନ୍ଧୁକ ବୁଲୁଥିବା ବେଳର ଏକ ଦୃଶ୍ୟ


ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଳରାମଗଡି଼ ଥାନା ଅର୍ନ୍ତଗତ ମୀର୍ଜାପୁର ଅଞ୍ଚର ଶେଖ୍‌ ରଫିକ୍‌ (୪୨), ଶେଖ୍‌ ଫରିଦ୍‌ (୩୧), ଟାଉନ୍‌ ଥାନା ଅର୍ନ୍ତଗତ ସୁଏଲପୁର ଅଞ୍ଚଳର ସନ୍ତୋଷ ବାରିକଙ୍କ ପୁଅ ରବି ବାରିକ (୪୧) ,ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଭାସ୍କରଗଞ୍ଜ ଅଞ୍ଚଳର ଆଶିଷ କୁମାର ଶ୍ରୀଚନ୍ଦନ (୨୨), ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ନୂଆବଜାର ଅଞ୍ଚଳର ପୁରୁଷତୋମ ଷେଣ୍ଢଙ୍କ ପୁଅ ବିଶ୍ୱଜିତ ଷେଣ୍ଢ, ସଦର ଥାନା ଅର୍ନ୍ତଗତ ହର୍ଷପୁରା ଅଞ୍ଚଳର ବିଜୟ ଦାସ (୨୭), ସଦର ଥାନା ଅର୍ନ୍ତଗତ ହର୍ଷପୁରା ଅଞ୍ଚଳର ରାଜେନ୍ଦ୍ର ମହାଳିକ (୨୨) ଓ ଟାଉନ୍‌ ଥାନା ଅର୍ନ୍ତଗତ ଅରଡ଼ବଜାର ଅଞ୍ଚଳର ମହମ୍ମଦ ହବିବ୍‌ (୩୫) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି

‘‘ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡି଼ କରାଯିବା ସହ ଚାନ୍ଦିପୁର ଅଞ୍ଚଳରେ ଗୁଳିମାଡ଼ ଘଟଣା ଏଇ ପ୍ରଥମ ଥର ହୋଇଥିବା ଯୋଗୁଁ ସେଠାରେ ପୋଲିସର ଅଧିକ ନଜର ରହିବ । ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ଜାପନା ଗୃପର ଭୂମିକା ବି ଏହି ମାମଲାରେ ରହିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ତଦନ୍ତ ଚାଲିଛି,’’ କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ପ୍ରଧାନଙ୍କ ହତ୍ୟାର ପର ଦିନ ଅର୍ଥାତ ମଙ୍ଗଳବାର ଦିନ ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଏସ୍‌.ପି.ଙ୍କ ସହ ନାଉପାଳଗଡି଼ରେ ଗୁଳିକାଣ୍ଡ ସ୍ଥାନ ପରିଦର୍ଶନ କରିଥିଲେ ଓ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସବୁ ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଥିଲେ । ଏହି ଗୁଳିକାଣ୍ଡ ଉପରେ ଅନେକ ରାଜନୈତିକ ଆସିଥିଲା ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏସ୍‌.ପି.ଙ୍କ ବଦଳି ଦାବି କରାଯାଇଥିଲା ।



ବାଲେଶ୍ୱର ଜିଲ୍ଲା ସଦର ଥାନା ଅର୍ନ୍ତଗତ ଘୋଡାପଦା ଅଞ୍ଚଳର ବିଜୟ ପ୍ରଧାନ ଚାନ୍ଦିପୁର ସ୍ଥିତ ବଳାରାମଗଡି଼ରେ ଟ୍ରଲର୍‌ ବ୍ୟବସାୟ କରୁଥିଲେ । ତାଙ୍କର ଦୀପା ତାରିଣୀ ନାମରେ ଚାରିଟି ଟ୍ରଲର ରହିଛି ।
Published by: Anand Shankar Thankur Das
First published: March 17, 2021, 11:47 PM IST