ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ତ୍ରୀକୁ ରଡ଼ରେ ପିଟି ହତ୍ଯା: ‘ମୋ ପୁ୍ଅକୁ ଫାଶୀ ଦିଅ’ ; ସରକାରଙ୍କୁ ମା’ର ଆକୁଳ ନିବେଦନ

ସ୍ତ୍ରୀକୁ ରଡ଼ରେ ପିଟି ହତ୍ଯା: ‘ମୋ ପୁ୍ଅକୁ ଫାଶୀ ଦିଅ’ ; ସରକାରଙ୍କୁ ମା’ର ଆକୁଳ ନିବେଦନ

ସତ୍ୟବ୍ରତ ମହାଳିକ ଜଣେ ସେନା କର୍ମଚାରୀ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆସୁଥିବା ସ୍ୱାମୀ ସତ୍ୟବ୍ରତ ଗତ ବୁଧବାର ଦିନ ମମତା ମହାଳିକଙ୍କୁ ରଡ଼ରେ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।

ସ୍ତ୍ରୀକୁ ରଡ଼ରେ ପିଟି ହତ୍ଯା: ‘ମୋ ପୁ୍ଅକୁ ଫାଶୀ ଦିଅ’ ; ସରକାରଙ୍କୁ ମା’ର ଆକୁଳ ନିବେଦନ
ପୁଅକୁ ଫାଶୀ ଦେବାକୁ ନିବେଦନ କରୁଛି ମା’
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢ଼େଙ୍କାନାଳ: ମୁଁ ମା’ ହେଇକି କହୁଛି ମୋ ପୁଅକୁ ଫାଶୀ ଦିଅ । ଏ ଥିଲା ଜଣେ ମା’ର ସରକାରଙ୍କ ପ୍ରତି ଆକୁଳ ନିବେଦନ । ସ୍ତ୍ରୀ ମୁଣ୍ଡକୁ ଫ୍ୟାନ ରଡ଼ରେ ପିଟିପିଟି ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ପୁଅ ପାଇଁ ଏମିତି କହିବାକୁ ମଧ୍ଯ ପଛାଇ ନାହାଁନ୍ତି ନିଜ ଜନ୍ମ କଲା ମା' ସଞ୍ଜୁକ୍ତା ମହାଳିକ ।

କେବଳ ମା’ ନୁହେଁ ନିଜ ପୁଅ ମଧ୍ଯ ବାପାଙ୍କୁ ଫାଶୀ ପାଇଁ ଅନୁରୋଧ କରିଛି । ହତ୍ୟାକାଣ୍ଡ ସମୟରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଥିବା ନାବାଳକ ବଡ଼ପୁଅ ସୌମ୍ୟ ରଞ୍ଜନ ମହାଳିକ (୯) କହିଛନ୍ତି ଯେ ବାପା ମୋତେ ଓ ମୋ ସାନଭାଇ, ଜେଜେ ମା' ,ମାମୁଁ, ଅଜା ସମସ୍ତଙ୍କୁ ପୁଣି ମାରିଦେବେ ବୋଲି ଧମକ ଦେଇ ଯାଇଛନ୍ତି । ତେଣୁ ମୋର ଏମିତି ବାପା ଆଉ ଦରକାର ନାହିଁ।

ହତ୍ୟାକାଣ୍ଡର ପୂର୍ବଦିନ ସକାଳୁ ସ୍ୱାମୀ ସତ୍ୟବ୍ରତ ମହାଳିକ ମମତା ରହୁଥିବା ଭଡ଼ା ଘର ଆଗରେ ଏକ ସ୍କୁଟର ରଖି କେଉଁ ଆଡ଼େ ଚାଲି ଯାଇଥିଲେ। ବୁଧବାର ଭୋର ୫ଟା ସମୟରେ ସ୍ତ୍ରୀ ମମତା ଗେଟ ଖୋଲି ଉପର ମହଲାରେ ଶୋଇଥିବା ବେଳେ ହଠାତ ଘର ଭିତରକୁ ପଶି ଆସିଥିଲେ ସତ୍ୟବ୍ରତ। ଘରେ ପଡ଼ିଥିବା ଏକ ଷ୍ଟାଣ୍ଡ ଫ୍ୟାନର ଲୁହା ରଡ଼ରେ ବାରମ୍ବାର ମମତାଙ୍କ ଆଗପଟ ମୁଣ୍ଡକୁ ଆଘାତ କରି ସେଠାରୁ ପଳାଇ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିଲେ।

ଅଟକାଇବାକୁ ଯାଇ ମମତାଙ୍କ ବାପା ମଧ୍ୟ ସତ୍ୟବ୍ରତର ଶିକାର ହୋଇଥିଲେ। ତାଙ୍କର ବାମପଟ କାନରେ ଗଭୀର କ୍ଷତ ଲାଗିଛି। ମମତାଙ୍କୁ ବାପଘର ଲୋକ ଆମ୍ବୁଲାନ୍ସରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାମୀ ସତ୍ଯବ୍ରତ ମହାଳିକ ଓ ପତ୍ନୀ ମମତା ମହାଳିକ (ଫାଇଲ ଫଟୋ)


ସତ୍ୟବ୍ରତ ମହାଳିକ ଜଣେ ସେନା କର୍ମଚାରୀ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆସୁଥିବା ସ୍ୱାମୀ ସତ୍ୟବ୍ରତ ଗତ ବୁଧବାର ଦିନ ମମତା ମହାଳିକଙ୍କୁ ରଡ଼ରେ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଯୌତୁକ ଟଙ୍କା ଓ ସ୍ତ୍ରୀ ଉପରେ ସବୁବେଳେ ସବୁବେଳେ ସନ୍ଦେହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ମମତାଙ୍କ ପରିବାର ଲୋକ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଢେଙ୍କାନାଳ ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିଲେ।

ଦଶ ବର୍ଷ ତଳେ ମମତା ଓ ସତ୍ୟବ୍ରତଙ୍କର ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ମମତା ବାହାଘର ପରେ ଶାଶୁଘର ଢେଙ୍କାନାଳ ବଣସିଂହରେ ରହୁଥିଲେ। ବାହାଘରର ଦୁଇ ମାସ ପରଠାରୁ ସତ୍ୟବ୍ରତ ମମତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସିଥିଲେ। ଏନେଇ ମମତାଙ୍କ ପରିବାର ଲୋକ ଢେଙ୍କାନାଳ ଟାଉନ ଥାନାରେ ବହୁ ସମୟରେ ସତ୍ୟବ୍ରତଙ୍କ ନାଁରେ ଅଭିଯୋଗ କରିଥିଲେ। ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତି ଏକ ଚୁକ୍ତିନାମା ମଧ୍ଯ ହୋଇଥିଲା ।

ସ୍ୱାମୀଙ୍କ ନିର୍ଯ୍ଯାତନା ଅସହ୍ଯ ହେବାରୁ ମମତା ଦୁଇ ପୁଅକୁ ଧରି ଶାଶୁଘରୁ ଆସି ଢେଙ୍କାନାଳ ଟାଉନରେ ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ଛୁଟିରେ ଆସିଲେ ମମତା ରହୁଥିବା ଭଡ଼ା ଘରକୁ ଯାଇ ପାଟିତୁଣ୍ଡ କରିବା ସହିତ ତାଙ୍କୁ ମାରପିଟ କରୁଥିଲେ। ଏନେଇ ମମତା ନିଜ ଘର ଲୋକଙ୍କୁ କହିବା ପରେ ତାଙ୍କ ବାପା ପଙ୍କଜ ବେହେରା ଝିଅକୁ ସେଠାରୁ ଆଣି ବାଜିଚୌକ ନିକଟରେ ନିଜେ ରହୁଥିବା ଭଡ଼ା ଘରେ ରଖିଥିଲେ ।

ଏହି ଲୁହା ରଡ଼ରେ ସ୍ତ୍ରୀକୁ ହତ୍ଯା କରିଥିଲେ ସତ୍ଯବ୍ରତ


"ଆତ୍ମ ସମର୍ପଣ କରିବା ପରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ମମତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି,” କହିଛନ୍ତି ଟାଉନଥାନା ଆଇଆଇସି ନମିତା ନାୟକ।

ଚାରି ମାସ ହେଲା ବାପ ଘରେ ରହିଆସୁଥିଲେ ମମତା । ଖାଇବା ପିଇବା ପିଲାଙ୍କ ଖର୍ଚ୍ଚ ବାବଦରେ ସତ୍ଯବ୍ରତ କୌଣସି କଥା ବୁଝୁନଥିଲେ ନଥିଲେ ବୋଲି କହିଛନ୍ତି ମମତାଙ୍କ ଭାଇ ଲିଙ୍ଗରାଜ ବେହେରା। ଭଉଣୀକୁ ଉଚିତ ନ୍ୟାୟ ଦେବା ସହ ସତ୍ଯବ୍ରତଙ୍କ ପ୍ରତି କଠୋର କାର୍ଯାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ମମତାଙ୍କ ଭାଇ ।
Published by: Soumya Das
First published: July 26, 2021, 6:26 PM IST