ମଣିଷ ପିଲାକୁ ଧରି ଗଛ ଚଢିଗଲା ମାଙ୍କଡ; ଶିଶୁ ଗୁରୁତର
- News18 Odia
- Last Updated :
- Kendujhar, India
News 18 Odia Digital
କେନ୍ଦୁଝର; ଘସିପୁରା ବ୍ଲକ ଅନ୍ତର୍ଗତ ଲୁଣହାର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ୪ମାସର ଛୋଟ ଶିଶୁ (4Months baby boy) କୁ ତାର ମାଆ ସଜନୀ ମାଝି ଘର ବାରଣ୍ଡାରେ ଶୁଆଇ ଦେଇଥିଲେ । ଅଚାନକ ଏକ ମାଙ୍କଡ (Monkey) ଆସି ଶିଶୁଟିକୁ ଧରି ଗଛ ଉପରକୁ ଚଢିଯାଇଥିଲା । ଯାହାକୁ ଦେଖି ଉପସ୍ଥିତ ଲୋକେ ହୋ ହଲ୍ଲା କରିବା ଆରମ୍ଭ କରିଦେଇଥିଲେ । ଲୋକଙ୍କ ପାଟି ଶୁଣି ମାଙ୍କଡଟି ଶିଶୁକୁ ଛାଡି ଦୌଡି ପଳାଇଥିଲା । ଶିଶୁଟି ତଳେ ପଡିଯିବା କାରଣରୁ ଗୁରୁତର ଆହତ ହୋଇଛି । ଗୋଡରେ ଅଧିକ କ୍ଷତ ହୋଇଥିବା ଜଣାପଡିଛି । ତାକୁ ସ୍ଥାନୀୟ ଆନନ୍ଦପୁର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ, ଘସିପୁରା ଅଞ୍ଚଳରେ କିଛିଦିନ ହେବ ମାଙ୍କଡମାନେ ନାହିଁ ନଥିବା ହଇରାଣ କରୁଛନ୍ତି । ଚାଷୀମାନଙ୍କ କ୍ଷେତକୁ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ଆସିଛି । ଏ ସମ୍ପର୍କରେ ଗ୍ରାମବାସୀମାନେ ବନ ବିଭାଗକୁ ମଧ୍ୟ ଅବଗତ କରାଇଥିବା କହିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ଏଥିସହ ମାଙ୍କଡ କାମୁଡାରେ ଗୁରୁତର ଆହତ ହୋଇଥିବା ଶିଶୁର ସମସ୍ତ ଖର୍ଚ୍ଚ ବନ ବିଭାଗ ବହନ କରୁ ବୋଲି ମଧ୍ୟ କହିଛନ୍ତି ଗ୍ରାମବାସୀ ।
ଅଧିକ ଖବର ପଢ଼ନ୍ତୁ-
http://ପୁରୀରେ ଗ୍ଲୋରୀ ଫେଷ୍ଟ; ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଲେ ନର୍ସିଂ ଛାତ୍ରୀ ପୂଜା ବିଶ୍ୱାସPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।