ରାଜ୍ୟରେ ସ୍ଥାପନ ହେବ ମଡେଲ ମଣ୍ଡି; ରହିବ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ

ରାଜ୍ୟର ନିର୍ମାଣ ହେବ ମଡେଲ ମଣ୍ଡି। ପ୍ରାଥମିକ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ। ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବ କରାଯିବ।

ରାଜ୍ୟରେ ସ୍ଥାପନ ହେବ ମଡେଲ ମଣ୍ଡି (ପ୍ରତୀକାତ୍ମକ ଛବି)

ରାଜ୍ୟରେ ସ୍ଥାପନ ହେବ ମଡେଲ ମଣ୍ଡି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ନିର୍ମାଣ ହେବ ମଡେଲ ମଣ୍ଡି। ପ୍ରାଥମିକ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ । ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବ କରାଯିବ। କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ।

ଖରିଫ ଓ ରବିଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡି ଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ମଡେଲ୍ ମଣ୍ଡିରେ ସମସ୍ତ ପ୍ରକାର ମୌଳିକ ସୁବିଧାସୁଯୋଗ ରହିବ ଓ ଏହା ଚାଷୀମାନଙ୍କର ଆବଶ୍ୟକତା ପୂରଣ ଦିଗରେ ସହାୟକ ହେବା ସହିତ ଚାଷୀମାନେ ସହଜରେ ଓ ସୁବିଧାରେ ସେମାନଙ୍କର କୃଷିଜାତ ଦ୍ରବ୍ୟ ମଣ୍ଡିରେ ବିକ୍ରିକରି ସରକାରଙ୍କ ଦ୍ଵାରା ପ୍ରଦର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଋଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି," ମଡେଲ ମଣ୍ଡି ନିର୍ମାଣ ଦ୍ଵାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୃତ ଉନ୍ନତି ଆସିପାରିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣକରାଯାଉଅଛି । ଏହା ଦ୍ଵାରା ଚାଷୀଙ୍କଠାରୁ ଧାନ, ଡାଲି ଓ ତୈଳବୀଳ ସୁବିଧାରେ ସଂଗ୍ରହ ହେବା ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ସାର ଓ ବିହନ ଗଚ୍ଛିତ ରଖୁ ବିକ୍ରି କରିବାରେ ସୁବିଧା ହେବ । ପ୍ୟାକ୍ସ/ଲ୍ୟାମସ୍‌ଗୁଡ଼ିକୁ ୱାନ୍ ଷ୍ଟପ୍ ସେଣ୍ଟରରେ ପରିଣତ କରାଯାଇ ଚାଷୀମାନଙ୍କୁ ଗୋଟିଏ ସ୍ଥାନରେ ସବୁପ୍ରକାରର ସୁବିଧା ସୁଯୋଗ ଦିଆଯାଇପାରିବ"।

ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ବାରା ବହୁମୁଖୀ ଗୋଦାମ ଗୃହର ମଡେଲ ଡିଜାଇନ୍‌ ଓ ବ୍ୟୟ ଅଟଳଳ ପ୍ରସ୍ତୁତ କରାଯାଇଛି । ପ୍ରତିଟି ବହୁମଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବହୁମୁଖୀ ଗୋଦାମ ଗୃହରେ ଅଫିସ କାର୍ଯ୍ୟାଳୟ ସମେତ ପାନୀୟ ଜଳ ଓ ଶୌଚାଳୟର ସୁବିଧା ରହିବ ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ସମୟରେ ମଣ୍ଡି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥାଏ। ମୌଳିକ ସୁବିଧା ନଥିବା ନେଇ ଉଦବେଗ ପ୍ରକାଶ ପାଇଥାଏ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ସହାୟକ ହେବ ବୋଲି କୁହାଯାଉଛି।
Published by:Soumya Das
First published: