ମିଛ କିଡ଼ନାପ ସିନରେ ସତ ଦୁଷ୍କର୍ମ; ପୋଲିସର ମାରାଥନ ଜେରା

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ପ୍ରେମିକା ସୋନାଲି ନନ୍ଦଙ୍କ ପ୍ରେମର ଧୋକା କାହାଣୀକୁ ନେଇ ଧୋକା ଖାଇଲେ ଜଣେ ଜୁନିୟର ଆର୍ଟିଷ୍ଟ । ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 ସୁଟିଂ ସେଟରେ ଦୁଷ୍କର୍ମରେ ଶିକାର ହେଲେ ଯୁବତୀ (ପ୍ରତୀକାତ୍ମକ ଛବି)

ସୁଟିଂ ସେଟରେ ଦୁଷ୍କର୍ମରେ ଶିକାର ହେଲେ ଯୁବତୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ଵର : ରିଲ୍ ନୁହେ ରିଏଲ। ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ପ୍ରେମିକା ସୋନାଲି ନନ୍ଦଙ୍କ ପ୍ରେମର ଧୋକା କାହାଣୀକୁ ନେଇ ଧୋକା ଖାଇଲେ ଜଣେ ଜୁନିୟର ଆର୍ଟିଷ୍ଟ । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ।

ଆଲ୍‌ବମ୍‌ର ନାୟିକାଙ୍କୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାଣପୁର ଅଞ୍ଚଳର ୧୬ ବର୍ଷୀୟା ପ୍ରିୟା (ଛଦ୍ମନାମ) ଅଭିନେତ୍ରୀ ହେବା ପାଇଁ ଭୁବନେଶ୍ୱର ଆସିଥିଲେ। ତାଙ୍କୁ ଆଲ୍‌ବମ୍‌ରେ ନାୟିକା ଭାବେ ଅଫର ଦିଆଯାଇଥିଲା। ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲ୍‌ବମ୍‌ରେ ନାୟିକା (ସୋନାଲିଙ୍କ ଚରିତ୍ରରେ) ଭାବେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା।

ଆଲ୍‌ବମ୍‌ର ପ୍ରଥମ ଭାଗ ସୁଟିଂ ସରିଥିଲା। ଗୁରୁବାର ଦ୍ୱିତୀୟ ଭାଗର ଶୁଟିଂ ଭରତପୁର ଅଞ୍ଚଳରେ ଚାଲିଥିଲା। ଦିନ ବେଳେ ମନ୍ଦିରରେ ଏକ ବାହାଘର ସିନ୍‌ର ସୁଟିଂ ସରିଥିଲା। ସୁଟିଂ ସରିବା ପରେ ସମସ୍ତେ ଭରତପୁରରେ ଥିବା ଭଡ଼ା ଘରକୁ ଯାଇଥିଲେ। ସେଠାରେ ଆଲ୍‌ବମ୍‌ର ନାୟିକା ପ୍ରିୟାଙ୍କୁ ଚିକେନ୍‌ ଖାଇବାକୁ ଦିଆଯାଇଥିଲା। କିଛି ସମୟ ବିଶ୍ରାମ ପରେ ରାତିରେ ସୁଟିଂ ଆରମ୍ଭ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା। ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା।

କ୍ରାଇମସ୍ପଟରେ ସାଇଣ୍ଟଫିକ ଟିମ ଓ ପୋଲିସ ପହଞ୍ଚି ଛାନଭିନ କରିଛି ।  ଅଭିଯୁକ୍ତର ସୁରଜର ଭଡ଼ା ଘର ଭିତରୁ ପାରିପାର୍ଶିକ ପ୍ରମାଣ ସଂଗ୍ରହ କରିଛି ପୋଲିସ । ଘର ଭିତରୁ ନାବାଳିକଙ୍କୁ ବନ୍ଧା ହୋଇଥିବା ସେଲୋ ଟ୍ୟାପ, ଗାମୁଛା, ତକିଆ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ଏ ଘଟଣରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ୟ୍ୟୁଟବର ସହିତ ଏକ ୱେବ ଚ୍ୟାନଲ ମଧ୍ୟ କରିଛି । ଭଡ଼ା ଘରୁ ପୋଲିସ ଡ୍ରେସ, ଖେଳନା ବନ୍ଧୁକ, ବୁମ ମଧ୍ୟ ଜବତ କରିଛି  । କୋର୍ଟରେ ନାବାଳିକର ୧୬୪ ଧାରାରେ ବୟାନ ରେକର୍ଡ ହୋଇଛି । ଅଭିଯୁକ୍ତ ପ୍ରଯୋଜକ ଜଣଙ୍କ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନାରେ ଚଢାଉ କରିଛି
Published by:Soumya Das
First published: