ବୁଝିଲା ନାହିଁ ମା’ର ମୂଲ୍ୟ; ଭଦ୍ରକ ଜିଲ୍ଲା ଧୁସୁରିରେ ନିଜ ମା’କୁ ହତ୍ୟା କଲା ପୁଅ

Man kills mother in Bhadrak, Odisha | ସମ୍ପତ୍ତିକୁ ନେଇ ହୋଇଥିବା ପାରିବାରିକ କଳହ ପରେ ମା’ର ଗଳା ଚିପି ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ସ୍ୱାମୀ । ପୋଲିସ ତଦନ୍ତ କରୁଛି ।

ଗିରଫ ହେବା ପରେ ଜଣେ ପୋଲିସ କର୍ମୀଙ୍କ ସହ ଥାନାରେ ଅଭିଯୁକ୍ତ ପୁଅ ।

ଗିରଫ ହେବା ପରେ ଜଣେ ପୋଲିସ କର୍ମୀଙ୍କ ସହ ଥାନାରେ ଅଭିଯୁକ୍ତ ପୁଅ ।

  • Share this:
News18 Odia Digital

ଭଦ୍ରକ: ଯେଉଁ ମାଆ ଜନ୍ମ ଦେଇ ପୃଥିବୀ ପୃଷ୍ଠକୁ ଆଣିଲା, ସେହି ମାଆର ମୂଲ୍ୟ ବୁଝିଲା ନାହିଁ ଜଣେ କଳିଯୁଗୀ ପୁଅ । ପିଟି ପିଟି ନିଜ ୬୦ ବର୍ଷୀୟା ମାଆକୁ ହତ୍ୟା କଲା । ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମରେ ।

ପାରିବାରିକ କଳହକୁ ନେଇ ପୁଅ ମା’ କୁ ହତ୍ୟା କରିଥିବା ଧୁସୁରୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ସ୍ୱାମୀ ଅନାଦି ଜେନା । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ୨୯ ତାରିଖ ସନ୍ଧ୍ୟା ବେଳେ ତାଙ୍କ ସ୍ତ୍ରୀ ମାତାଜୀ ଜେନା (୬୦ ବର୍ଷ) ନିଜ ବାପଘରକୁ ଯାଉଥିବା କହି ଘରୁ ଯାଇଥିଲେ । ହେଲେ ଆଉ ଫେରି ନ ଥିଲେ କି ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା ।

ଗତ କାଲି (ଶନିବାର) ସନ୍ଧ୍ୟାରେ ମାତାଜୀ ଜେନାଙ୍କ ମୃତ ଦେହ କାଶିମପୁର ପାଟ ନିକଟରୁ ପୋଲିସ ଉଦ୍ଧାର କଲା । ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ତାଙ୍କ ସାନ ପୁଅ ନିରଞ୍ଜନ ଜେନାକୁ ଧୁସୁରୀ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି । ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ଡାକ୍ତର ଖାନାକୁ ପଠାଯାଇଛି ।

କାଶିମପୁର ପାଟ ନିକଟରେ ଏହି ସ୍ଥାନରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ ।


ମୃତା ମହିଳାଙ୍କ ସ୍ୱାମୀ ପୋଲିସକୁ କହିଛନ୍ତି ଯେ ସମ୍ପତ୍ତିକୁ ନେଇ କିଛି ଦିନ ତଳେ ସାନ ପୁଅ ନିରଞ୍ଜନ ସହିତ ତାଙ୍କର କଳି ଝଗଡ଼ା ହୋଇଥିଲା । ସେଥିରେ ମାଆ ନିଜ ସ୍ୱାମୀଙ୍କ ପକ୍ଷ ନେବାରୁ ତାକୁ ଜୀବନରୁ ମାରି ଦେବାକୁ ପୁଅ ଧମକ ଦେଇଥିଲା । ମାତାଜୀ ଜେନା ପୁଅର ଧମକରେ ଅତିଷ୍ଟ ହୋଇ ନିଜ ବାପ ଘରକୁ ଯାଉଥିବା ବେଳେ ତାଙ୍କୁ ପୁଅ ନିରଞ୍ଜନ ବାଟରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ଦେହର କୌଣସି ସ୍ଥାନରେ କ୍ଷତ ଦିଶୁ ନ ଥିବାରୁଏହି ହତ୍ୟା ଗଳା ଚିପି କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କହିଛି ପୋଲିସ । ଏହି ଘଟଣା ପରେ ପୂରା ଗାଆଁରେ ଦୁଃଖ ଖେଳିଯାଇଛି ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: