ବଜ୍ରପାତ (ପ୍ରତୀକାତ୍ମକ ଛବି)
News18 Odia Digital
ବାଲେଶ୍ୱର: ବଜ୍ରାଘାତର ବହୁ ପୂର୍ବରୁ ମିଳିପାରିବ ସୂଚନା। ଭାରତରେ ବଜ୍ରାଘାତରେ ପ୍ରାଣ ହରାଉଥିବା ସଂଖ୍ୟା ମଧ୍ୟରେ ଓଡ଼ିଶାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଢେର ଅଧିକ। ଏନେଇ ଏକ ଗବେଷଣା କେନ୍ଦ୍ର ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି।
"ବାଲେଶ୍ୱରରେ ହେବ ବଜ୍ରପାତ ଆଗୁଆ ସୂଚନା ପାଇଁ ଗବେଷଣା କେନ୍ଦ୍ର। ଆଗାମୀ ଦିନରେ କାଳବୈଶାଖୀ ଓ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପାଇବା ଲାଗି ଉତ୍ତର ଓଡ଼ିଶାର ବାଲେଶ୍ବରରେ ଏକ ବଜ୍ରପାତ ଗବେଷଣା ଓ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଛି । ଏହି କେନ୍ଦ୍ର ପ୍ରତିଷ୍ଠାରେ ବାଲେଶ୍ବର ହେବ ଦେଶରେ ପ୍ରଥମ। ବିଶେଷ କରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଏପରିକି ଝାଡ଼ଖଣ୍ଡରେ ପ୍ରତିବର୍ଷ ବଜ୍ରପାତଜନିତ ମୃତ୍ୟୁ ଅଧିକ ହୋଇଥାଏ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ବାଲେଶ୍ବରରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି," ଭାରତୀୟ ପାଣିପାଗ ବିଭାଗ IMD ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।
ଭୂ-ବିଜ୍ଞାନ ମନ୍ତ୍ରଣାଳୟ, ଆଇଏମ୍, ଇସ୍ରୋ ଓ ଡିଆର୍ଡିଓ ମିଳିତ ଭାବେ ଏଥିରେ କାମ କରିବେ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ରଖାଯିବ। ଫଳରେ ବଜ୍ରପାତ ନେଇ ବହୁ ପୂର୍ବରୁ ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇପାରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ।
୨୦୨୧-୨୨ ତଥ୍ୟ ଦେଖିଲେ ଓଡ଼ିଶାକୁ ୫ ଲକ୍ଷ ୨୮ ହଜାର ୫୯୧ ଥର ବଜ୍ରପାତ ହିଟ୍ କରିଛି। ଗତ ବର୍ଷ ସମଗ୍ର ଓଡ଼ିଶାକୁ ମୋଟ୍ ୧୪ ଲକ୍ଷ ୮୩ ହଜାର ୩୪୯ ଥର ବଜ୍ରପାତ ହୋଇଲା। ବଡ଼ କଥା ହେଉଛି ଯେ ୨୯୨୧-୨୨ରେ ମୟୂରଭଞ୍ଜକୁ ସାରା ଭାରତରେ ସର୍ବାଧିକ ଥର ବଜ୍ରପାତ ହିଟ୍ କରିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରୁ ପାଖାପାଖୁ ୨ ହଜାର ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୨୦୧୭-୧୮ରେ ରାଜ୍ୟରୁ ସର୍ବାଧିକ ୪୭୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।