ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର ମାମଲା: ଶାଳୀ ଭିଣୋଇଙ୍କ ନାମରେ ମାମଲା ରୁଜୁ

ଫେରାର ଥିବା ନବବିବାହିତା ପତ୍ନୀ ଓ ତାଙ୍କ ଭିଣୋଇଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭରତପୁର ଥାନା ପୋଲିସ । ଖୁବ ଶୀଘ୍ର ଉଭୟଙ୍କୁ ଥାନାରେ ହଜାର ହବାକୁ ନୋଟିସ କରାଯିବ ବୋଲି ଭରତପୁର ଥାନା ପକ୍ଷରୁ ସୂଚନା ମିଳିଛି ।

ଶାଳୀ ଭିଣୋଇଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି (ପ୍ରତୀକାତ୍ମକ ଛବି)

ଶାଳୀ ଭିଣୋଇଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଚତୁର୍ଥୀ ପୂର୍ବରୁ ପତ୍ନୀ ଫେରାର ଘଟଣାରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ଫେରାର ଥିବା ନବବିବାହିତା ପତ୍ନୀ ଓ ତାଙ୍କ ଭିଣୋଇଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭରତପୁର ଥାନା ପୋଲିସ । ଆଇ.ପି.ସି ଧାରା ୪୨୦, ୧୨୦ ଓ ୪୦୬ ମାମଲା ରୁଜୁ କରିଛି ତଦନ୍ତକାରୀ ଟିମ । ଖୁବ ଶୀଘ୍ର ଉଭୟଙ୍କୁ ଥାନାରେ ହଜାର ହବାକୁ ନୋଟିସ କରାଯିବ ବୋଲି ଭରତପୁର ଥାନା ପକ୍ଷରୁ ସୂଚନା ମିଳିଛି ।

ଭରତପୁର ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭରତପୁର ପ୍ଲଟ ନମ୍ବର ୧୧୨୩ରେ ରହୁଥିବା ପଦ୍ମ ଚରଣ ସାହୁ, ଗତ ୧୫ ତାରିଖରେ ନବ ବିବାହିତା ବହୁ ଫେରାର ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ମନ୍ଦିର ଯିବା ବାହାନାରେ ପୁଅ ସହ ବାହାରକୁ ଯିବାପରେ ନିଜର ପରିବାର ଲୋକଙ୍କ ଜରିଆରେ ପୁଅକୁ ମାଡ଼ ମାରି ଘରୁ ସୁନା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ, ବିବାହ ରାତିରେ ପତ୍ନୀ ନିଜ ଭିଣୋଇଙ୍କ ସହ ନ୍ୟୁଡ଼ କଲର ବ୍ୟସ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ସୂଚନା ଅନୁସାରେ, "ଆଇପିସି ଦଫା ୪୨୦-ଠକେଇ କରିବା, ୧୨୦- ଅପରାଧ ଷଡ଼ଯନ୍ତ୍ର କରିବା ଓ ୪୦୬ ଦଫା ଲଗାଯାଇଛି । ଏହି ସବୁ ଦଫା ଗୁଡ଼ିକରେ ପୋଲିସ ପ୍ରଥମେ ଅଭିଯୋଗ ହୋଇଥିବା ବ୍ୟକ୍ତି ଵିଶେଷଙ୍କୁ ନୋଟିସ କରିବ । ସେମାନେ ଥାନାରେ ହଜାର ହେଲେ ଘଟଣା ସମ୍ପର୍କରେ ପଚରାଉଚରା କରାଯିବ। ସମାନ ଢଙ୍ଗରେ ଫେରାର ଥିବା ନବବିବାହିତା ଓ ତାଙ୍କ ଭିଣୋଇଙ୍କୁ ନୋଟିସ କରି ପଚରାଉଚରା କରାଯିବ। ଯଦି ସେମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳେ, ପରବର୍ତ୍ତୀ ମୁହୂର୍ତ୍ତରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ।

ସୂଚନାଯୋଗ୍ୟ, ୧୫ତାରିଖରେ ନବ ବିବାହିତା ବହୁ ଫେରାର ଥିବା ନେଇ ଭରତପୁର ଅଞ୍ଚଳର ପଦ୍ମନାଭ ସାହୁ ନାମକ ଜଣେ ବ୍ୟକ୍ତି  ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି । ସେପଟେ ଅଭିଯୋଗକାରୀଙ୍କ ଅଭିଯୋଗକୁ ମିଛ ବୋଲି ପୂର୍ବରୁ କହିଛନ୍ତି ନବବିବାହିତା । ପ୍ରଥମ ରାତିରୁ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପୋଲିସ ମାମଲା ରୁଜୁ କରିବା ପରେ ନବବିବାହିତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Published by:Soumya Das
First published: