ଓଡ଼ିଶାରେ ଚାଞ୍ଚଲ୍ୟ; ନିଶା ପାନୀୟ ଦେଇ ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ !

ଜିମରେ ଯୁବତୀଙ୍କୁ ଅସଦାଚରଣ। ମୃଦୁ ପାନୀୟରେ ନିଶା ଦେଇ ଏପରି ହୋଇଛି ବୋଲି ଅଭିଯୋଗ କଲେ ଯୁବତୀ।

ଜିମରେ ଯୁବତୀଙ୍କୁ ଦୁଷ୍କର୍ମ

ଜିମରେ ଯୁବତୀଙ୍କୁ ଦୁଷ୍କର୍ମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଜିମରେ ଦୁଷ୍କର୍ମ ଅଭିଯୋଗ । ଜିମ୍ ଟ୍ରେନରଙ୍କ ନାଁରେ ଆସିଛି ଅଭିଯୋଗ। ଏଭଳି ଏକ ଘଟଣା ଘଟିଛି କଟକ ସିଡିଏ ଅଞ୍ଚଳରେ । ଏନେଇ ମର୍କତନଗର ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଏତଲା ଆଧାରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ପୀଡ଼ିତା ଜଣଙ୍କ ଥାନାରେ ରୁଜ୍ଜୁ କରିଥିବା ଏତଲା ଅନୁଯାଇ ଗତବର୍ଷ ଜାନୁଆରି ମାସରେ ସେ ସିଡିଏ ସେକ୍ଟର -9 ରେ ଥିବା "ଜଗର୍ନଟ" ନାମକ ଏକ ଜିମ୍ ଜଏନ କରିଥିଲେ । ଜିମରେ ଯୋଗ ଦେବା ପରେ ପରେ ଜିମର ମାଲିକ ଚିନ୍ମୟ ସ୍ବାଇଁଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା । ଏହାର ସୁଯୋଗ ନେଇ ଗତ ବର୍ଷ ମାର୍ଚ୍ଚ ୧୬ ତାରିଖ ଦିନ ଜିମରେ ଅଭ୍ୟାସ କରୁଥିବା ସମୟରେ ଚିନ୍ମୟ ତାଙ୍କୁ ଏକ ନିଶାଯୁକ୍ତ ଏନର୍ଜି ଡ୍ରିଙ୍କ ପିଇବା ପାଇଁ ଦେଇଥିଲା । ସେହି ନିଶାଯୁକ୍ତ ଏନର୍ଜି ଡ୍ରିଙ୍କ ପିଇବା ପରେ ଚେତାଶୂନ୍ୟ ହୋଇଯାଇଥିବା ପୀଡ଼ିତାଙ୍କୁ ଚିନ୍ମୟ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟର ଭିଡ଼ିଓ ଉତ୍ତୋଳନ କରି ଚିନ୍ମୟ କାଳେ ତାଙ୍କୁ ବ୍ଲାକମେଲ କରିବା ସହ ଏକାଧିକ ଥର ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିବା କଥା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

ଏହା ପରେ ଚିନ୍ମୟ ପାଡ଼ିତାଙ୍କୁ ବିବାହ ପ୍ରତିଶୃତି ଦେବା ସହ ତାଙ୍କୁ ନିଜର ପତ୍ନୀର ମାନ୍ୟତା ପ୍ରଦାନ କରିଥିଲା । ଏପରିକି ଗତବର୍ଷ ଜୁନ ମାସରେ ଉଭୟଙ୍କ କାଶ୍ମୀର ବୁଲିବା ପାଇଁ ମଧ୍ୟ ଯାଇଥିଲେ । କିନ୍ତୁ ସେଠାରୁ ଫେରିବା ପରେ ଚିନ୍ମୟ ପୀଡ଼ିତାଙ୍କ ସହିତ ନିଜର ସମ୍ପର୍କ ଭାଙ୍ଗି ଦେଇଥିଲା । ବେକ ଚିପି ତାଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲା । ତେବେ କେବଳ ଚିନ୍ମୟ ନୁହଁନ୍ତି ବରଂ ଚିନ୍ମୟ ମା'ଙ୍କ ନାଁରେ ବି ଅଭିଯୋଗ ଆଣିଛନ୍ତି ପୀଡ଼ିତା। ଚିନ୍ମୟଙ୍କ ମା' ତାଙ୍କୁ ବୋହୁର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ସେ ପାଳନ କରିନଥିବା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା।



"ଆମେ ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜ୍ଜୁ କରିଛୁ । ଏହା ପରେ ଏହି ମାମଲାର ତଦନ୍ତ କରାଯିବ । ତଦନ୍ତରୁ ଯାହା ବି ସାମନାକୁ ଆସିବ ତାକୁ ଆଧାର କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି ଏସିପି ତାପସ ପ୍ରଧାନ ।
Published by:Soumya Das
First published: