ମିଲେଟ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ନେଇ ମିଲେଟ ମିଶନ ଓ ବୋକା କାଫେର ମିଳିତ ଉଦ୍ୟମ

ମାଣ୍ଡିଆ, ସୁଆଁ ଆଦି ବିଭିନ୍ନ ପ୍ରକାରର ମିଲେଟ। ଏହିସବୁ ମିଲେଟ ଜାତୀୟ ଖାଦ୍ୟ ସୁସ୍ବାଦୁ ଓ ଏଥିରେ ବିଭିନ୍ନ ପ୍ରକାରର ରୋଗ ପ୍ରତିଷେଧକ ଶକ୍ତି ଅଛି। ଏହି କାରଣରୁ ଆମ ପୂର୍ଵଜ ନିରୋଗ ଓ ଶକ୍ତିଶାଳୀ ରହିବା ସହ ଅଧିକ ବର୍ଷ ବଞ୍ଚୁଥିଲେ। ତେଣୁ ଏହି ସୂଚନାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। 

ମିଲେଟ ପ୍ରସ୍ତୁତ ଖାଦ୍ୟ

ମିଲେଟ ପ୍ରସ୍ତୁତ ଖାଦ୍ୟ

  • News18 Odia
  • Last Updated :
  • Other, India
  • Share this:
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ ବ୍ୟାପକ କରିବାକୁ ଉଦ୍ୟମ । ମିଲେଟ ଜାତୀୟ ସାମଗ୍ରୀ ଯଥା ମାଣ୍ଡିଆ , ବାଜରା , ମକା ଓ ସୁଆଁ ଆଦିରୁ ପ୍ରସ୍ତୁତ ବିଭିନ୍ନ ରକମର ସ୍ଵାଦିଷ୍ଟ ଖାଦ୍ୟ ସାମଗ୍ରୀର ଲୋକାର୍ପଣ କରାଯାଇଛି। ପରିଚିତ ତଥା ଆଦୃତ ଭୁବନେଶ୍ୱର ବୋକ୍କା କାଫେ ସହିତ ଏଥିପାଇଁ ଅନୁବନ୍ଧିତ ହୋଇଛି ରାଜ୍ୟ ମିଲେଟ ମିଶନ। ଏହି ଉପଲକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ବୋକା କାଫେର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ମୁଖ୍ୟତଃ ଯୁବପିଢି ଏବେ ଷ୍ଟ୍ରିଟ ଫୁଡ୍ ବା ଜଙ୍କଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ଏହାର କାରଣ ହେଲା ଏଭଳି ଜଙ୍କ ଫୁଡ଼ ଗୁଡିକର ବ୍ୟାପକ ପ୍ରଚାର ଓ ପ୍ରସାର। ଏହି ଅଭ୍ୟାସ ଆମ ପାଇଁ କ୍ଷତିକାରକ ବୋଲି ବାରମ୍ବାର ପ୍ରମାଣିତ ହୋଇଛି। ଅଥଚ ଆମ ହାତ ପାହାନ୍ତାରେ ଥିବା ବିଭିନ୍ନ ମିଲେଟ ଜାତୀୟ ଖାଦ୍ୟଶସ୍ୟକୁ ଆମେ ଅଣଦେଖା କରୁଛନ୍ତି।ସେ ଭିତରେ ଅଛି ମାଣ୍ଡିଆ, ସୁଆଁ ଆଦି ବିଭିନ୍ନ ପ୍ରକାରର ମିଲେଟ। ଏହିସବୁ ମିଲେଟ ଜାତୀୟ ଖାଦ୍ୟ ସୁସ୍ବାଦୁ ଓ ଏଥିରେ ବିଭିନ୍ନ ପ୍ରକାରର ରୋଗ ପ୍ରତିଷେଧକ ଶକ୍ତି ଅଛି। ଏହି କାରଣରୁ ଆମ ପୂର୍ଵଜ ନିରୋଗ ଓ ଶକ୍ତିଶାଳୀ ରହିବା ସହ ଅଧିକ ବର୍ଷ ବଞ୍ଚୁଥିଲେ।

ରାଜ୍ୟ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢୀ କହିଛନ୍ତି ଯେ, ମିଲେଟର ବହୁ ଓଷଧୀୟ ଗୁଣ ରହିଛି । ନିୟମତ ମିଲେଟ ଖାଇବା ଦ୍ୱାରା ବିଭିନ୍ନ ରୋଗ ଦୁର ହୋଇଥାଏ । ଯେଉଁ ଜାଗାରେ ଧନ ଚାଷ ପାଇଁ ଉତ୍ତମ ମୂର୍ତିକା ନଥାଏ ସେଠାରେ ମିଲେଟ୍ ଚାଷ କରାଯାଉଛି । ଏଣୁ ଆମେ ଯଦି ଏହି ମିଲେଟକୁ ଖାଦ୍ୟ ଭାବେ ଗ୍ରହଣ କରୁଛେ ତେବେ ଏହାଦ୍ବାରା ନିଜର ସ୍ଵସ୍ତ୍ୟକୁ ସୁଧରିଥାଏ ତାହା ନୁହେଁ ବରଂ ଗରିବ କୃଷକର ସହାୟତା ମଧ୍ୟ କରିଥାଏ । ଏହାକୁ ବିଶ୍ବରେ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଉଛି ।
Published by:Soumyashree Mishra
First published: