ବାଲେଶ୍ବରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ; ତଦନ୍ତ କରୁଛି ପୋଲିସ

ବାଲେଶ୍ବର ସହରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ। ଏକ ମାସରେ ୩୦ରୁ ଅଧିକ ଲୁଟ ଓ ଆକ୍ରମଣ କଲେଣି। ସେପଟେ ବିଗୁଡୁଥିବା ଆଇନଶୃଙ୍ଖଳାକୁ ନେଇ ତାତିଲେ ଆଇନଜୀବୀ ଓ ଲୋକ ପ୍ରତିନିଧି।

ବାଲେଶ୍ବରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ

ବାଲେଶ୍ବରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ

  • Share this:
News18 Odia Digital

ବାଲେଶ୍ବର: ବେଫିକର ଅପରାଧୀ। ସହରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ। ଏକ ମାସରେ ୩୦ରୁ ଅଧିକ ଲୁଟ ଓ ଆକ୍ରମଣ କଲେଣି। ସେପଟେ ବିଗୁଡୁଥିବା ଆଇନଶୃଙ୍ଖଳାକୁ ନେଇ ତାତିଲେ ଆଇନଜୀବୀ ଓ ଲୋକ ପ୍ରତିନିଧି।

କିଛିଦିନ ପୂର୍ବରୁ ବିଧାୟକଙ୍କ ଘରେ ପଶି ମୋବାଇଲ ଚୋରାଇଥିଲେ ଏହି ଗ୍ୟାଙ୍ଗ। ପ୍ରାତଃ ଭ୍ରମଣ ବେଳେ ଜଣେ ବରିଷ୍ଠ ନେତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ବିଚ୍ ରାସ୍ତାରେ ଅବସରପ୍ରାପ୍ତ ଅଫିସରଙ୍କୁ ମଧ୍ୟ ଏସ୍‌ପିଙ୍କ ନାଁ ନେଇ ଲୁଟିଲେ ଖାଲି ଏତିକି ନୁହେଁ, ଏବେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବାଲେଶ୍ଵର ସହରର ଜଣେ ମହିଳା କାଉନସିଲର।

ବାଲେଶ୍ବର ପୌର ପାଳିକାର ୩୧ନମ୍ବର ୱାର୍ଡ କାଉନସିଲର ତଥା ବିଜେଡି ନେତ୍ରୀ ରଞ୍ଜିତା ମହାପାତ୍ର କହିଛନ୍ତି ଯେ ସେ ତାଙ୍କ ପରିବାର ନୂଆ ବଜାରକୁ କିଛି ଜିନିଷପତ୍ର କିଣିବାକୁ ଆସିଥିଲେ। କିଣାକିଣି ସାରି ଏକ ଅଟୋରେ ଫେରୁଥିବା ବେଳେ ଜିଲ୍ଲା ଆୟୁର୍ବେଦ ହସ୍ପିଟାଲ ନିକଟରେ ୧୫/୨୦ ଜଣ ଯୁବକ ଅଟୋ ରିକ୍ସା ଆଗକୁ ଆସି ସେମାନଙ୍କୁ ଅଟକାଇଥିଲେ। ସମସ୍ତଙ୍କ ହାତରେ ମାରଣାସ୍ତ୍ର ଥିଲା ଓ ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ସମସ୍ତଙ୍କୁ ଅଟୋରୁ ବାହାରକୁ ବାହାରିବାକୁ ଧମକାଇଥିଲେ। ତେବେ ସେ ତୁରନ୍ତ ଅଟୋରୁ ଓହ୍ଲାଇ ଆସି ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ଧରିବାକୁ ଚେଷ୍ଟା କରିବା ସହିତ ପାଟି କରିବାରୁ ଲୁଟେରା ଗ୍ୟାଙ୍ଗ ଫେରାର ହୋଇ ଯାଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ।

ଖାଲି ଏତିକି ନୁହେଁ ଗତ ମାସେ ଭିତରେ ୩୦ରୁ ଅଧକ ଛିନତାଇ ଓ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଲାଣି। ବରିଷ୍ଠ ନାଗରିକଙ୍କ ଠାରୁ ଏସପିଙ୍କ ନାଁ କହି ଲୁଟ ୧୦ରୁ ଅଧିକ ଦିନ ହେଲାଣି ହେଲେ ପୋଲିସ ହାତ ଖାଲି ରହିଛି।

ସେପଟେ ଗତ ବୁଧବାର ଜଣେ କେରଳ ନାଗରିକ ଠାରୁ ୬୦,୦୦୦ ଲୁଟ ସହିତ ଖଣ୍ଡାରେ ଆକ୍ରମଣ ହୋଇଥିବା ବେଳେ ଯୁବକଙ୍କର ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ଘଟିଥିଲା। ଏଣୁ ଅପରାଧ ଓ ଲୁଟର ତାଲିକା ଲମ୍ବି ଚାଲିଥିବା ବେଳେ ପୋଲସ ଏଯାଏଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପାରୁନି। ଯାହାକୁ ନେଇ ଅସନ୍ତୋଷ ତୀଵ୍ର ହେବାରେ ଲାଗିଲାନି।

ସେପଟେ ସହରରେ ବିଗୁଡୁଥିନା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାର ଆସୋସିଏସନ ଏସପିଙ୍କୁ ଟାର୍ଗେଟ କରିଛି ଏନେଇ ୧୦ ଦିନ ମହଲତ ଦେଇଛି ଓକିଲ ସଙ୍ଘ। ଏନେଇ ଶୁକ୍ରବାର ପୋଲିସ ବିଭାଗ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ମ୍ୟୁନିସିପାଲଟିର ସମସ୍ତ ନିର୍ବାଚିତ କାଉନସିଲର ଓ ଚେୟାରମ୍ୟାନ।

ମ୍ୟୁନିସିପାଲଟିର ୧୭ ନମ୍ବର କାଉନସିଲର ସତ୍ୟ ଶିବ ଦାସ କହିଛନ୍ତି, ‘‘ଲୁଟ ବାଲେଶ୍ୱର ସହରରେ ଗୋଟିଏ ନିତି ଦିନିଆ ଅଭ୍ୟାସ ହୋଇ ଗଲାଣି। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏନେଇ ଆମେ ଲୋକ ପ୍ରତିନିଧି ଭାବରେ ଆଜି ଅତିରିକ୍ତ ଏସପିଙ୍କ ସହିତ ଆଲୋଚନା କରିବା ସହିତ ଆମର ଦାବି ଜଣାଇଛୁ।"

ସେହିପରି ବାର ଆସୋସିଏସନ ସଭାପତି ମୋନାଜ ନାୟକ କହିଛନ୍ତି, ‘‘ବାଲେଶ୍ୱର ସହର ଏବେ ଭଗବାନଙ୍କ ଭରସାରେ ଚାଲିଛି। କେବଳ ଆମ ଓକିଲ ପରିବାର ନୁଁହେ ବରିଷ୍ଠ ନାଗରିକ, କଲେଜ ଛାତ୍ରୀ, ମହିଳା ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଏନେଇ ଆମେ ଦାବି କରୁଛୁ ସହରରେ ଲୁଟ କରୁଥିବା ଅପରାଧୀଙ୍କୁ ଶୀଘ୍ର ପୋଲିସ ଧରୁ ନହେଲେ ଆମେ ଆନ୍ଦୋଳନ ରାସ୍ତା ଆପଣେଇବାକୁ ବାଧ୍ୟ ହେବୁ।"

ସେପଟେ ଲୁଟ ଘଟଣାରେ ଗତ ବୁଧବାର ଦୁଇ ଜଣଙ୍କୁ ଧରିଥିଲା ସଦର ପୋଲିସ। କୁଖ୍ୟାତ ଅପରାଧୀ ମନୁ ଓ ମଙ୍ଗ ଦୁଇ ଜଣଙ୍କୁ ପୋଲିସ ଧରିଥିବା ବେଳେ ଏମାନେ ପୁରୁଣା କେସରେ ଜେଲରୁ ଜାମିନରେ ବାହାରି ଏପରି ଅପରାଧ ଘଟାଇଥିବା ଜଣାପଡ଼ିଛି ତେଣୁ ଏବେ ସହରରେ ହେଉଥିବା ଅପରାଧରେ ପୁରୁଣା ଅପରାଧୀ ସମ୍ପୃକ୍ତି ଜଣାପଡୁଛି।

ସେହିପରି ମହିଳା କାଉନସିଲର ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ଧରିଥିବା ବେଳେ ସେ ନାବାଳକ ବୋଲି ପୋଲିସ କହିଛି। ଯାହା ସନ୍ଦେହ କରାଯାଉଛି କିଛି ନାବାଳକ କିଛି ପୁରୁଣା ଅପରାଧୀଙ୍କ ସହିତ ମିଶି ସହରରେ ଲୋକଙ୍କୁ ଟାର୍ଗେଟ କରି ସୁନା ଚେନ, ମୁଦି ଓ ମୋବାଇଲ ଫୋନ ଲୁଟିବା ସହିତ ମରଣାନ୍ତକ ଆକ୍ରମଣ କରୁଛନ୍ତି। ସେପଟେ ଏନେଇ ପୋଲିସ ତଦନ୍ତ ଚାଲୁଥିବା କହୁଥିବା ବେଳେ ସବୁ ଘଟଣାର ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛି।

"ମହିଳା ଲୋକ ପ୍ରତିନିଧିଙ୍କ ଠାରୁ ଲୁଟ ଉଦ୍ୟମ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ମାତ୍ର ସେ ନାବାଳକ। ତେବେ ସହରରେ ହେଉଥିବା ଲୁଟକୁ ନେଇ ପାଟ୍ରୋଲିଂ ଆହୁରି କଡ଼ାକଡ଼ି କରାଯିବ। ସେହିପରି ଏହି ଲୁଟ ପଛରେ କେଉଁ ଗ୍ୟାଙ୍ଗ ଓ କେତେ ଜଣ କାର୍ଯ୍ୟ କରୁଛନ୍ତି ସେମାନେ ସ୍ଥାନୀୟ ବା ବାହାର ଅଞ୍ଚଳର ସେ ନେଇ ତଦନ୍ତ ଜାରି ରହିଛି। ଶୀଘ୍ର ସବୁ ଧରାପଡ଼ିବେ,’’ କହିଛନ୍ତି ଅତିରିକ୍ତ ଏସପି ଏ. କେ. ପାଣିଗ୍ରାହୀ।
Published by:Lipina Das
First published: