ଦୁଇ କୋଟି ଠକେଇ କରିଥିବା ଜଣେ ଠକକୁ ଗିରଫ କରିଛି ଇ.ଓ.ଡବ୍ଲ୍ୟୁ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ନାମରେ ଦୁଇ କୋଟି ଠକେଇ କରିଥିବା ଜଣେ ଧୃତ ଠକକୁ ଗିରଫ କରିଛି ଇ.ଓ.ଡବ୍ଲ୍ୟୁ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନଏଡ଼ାର ହିମାଂଶୁ ଭଣ୍ଡାରୀ । ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଇଓଡବ୍ଲ୍ୟୁ ।
ଇ.ଓ.ଡ଼ବ୍ଲ୍ୟୁ ସୂଚନା ଅନୁସାରେ, ଠକେଇର ଶିକାର ହୋଇଥିବା କେଉଁଝର ଜିଲ୍ଲା ଗୁଡ଼ିସାହିର ବ୍ୟବସାୟୀ ପ୍ରମୋଦ କୁମାର ରାଉତ ଇଓଡ଼ବ୍ଲ୍ୟୁ ଅଭିଯୋଗ କରିବା ପରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା ଇଓଡବ୍ଲ୍ୟୁ । ଠକେଇ କରିଥିବା ତେଲେଙ୍ଗାନା, ହାଇଦ୍ରାବାଦ ସହରର ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା ତଦନ୍ତକାରୀ ସଂସ୍ଥା ।
"କେଉଁଝର ଜିଲ୍ଲା ହୁଡ଼ିସାହିରେ ରହୁଥିବା ବ୍ୟବସାୟୀ ପ୍ରମୋଦ କୁମାର ରାଉତ ୨୦୧୨ ରେ ନିଜ ନାମରେ ଲାଇଫ୍ ଇନ୍ୟୁରାନ୍ସ ପଲିସ୍ କରିଥିଲେ। ହେଲେ ୨୦୧୯ ଅକ୍ଟୋବର ମାସରେ ଏକ ଅଜଣା ଫୋନ୍ ନମ୍ବରକୁ ତାଙ୍କ ନିକଟକୁ ଫୋନ ଆସିଥିଲା । ବ୍ୟକ୍ତି ଜଣଙ୍କ ନିଜର ନାମ ଏ.କେ ୱାଲିଆ ପରିଚୟ ଦେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ପରିଚୟ ଦେଇଥିଲେ । କେନ୍ଦ୍ର ସରକାରଙ୍କ ରାହତ ଜୋଜନା ପଲିସ୍ କରିଥିବାରୁ ୩ କୋଟିର ପୁରସ୍କାର ଜିତିବାର ଲୋଭ ଦେଖାଇଥିଲେ । ଏଥିପାଇଁ ନିଜର ନକଲି ଆଇକାର୍ଡ଼ ପଠାଇ ପ୍ରମୋଦଙ୍କ ବିଶ୍ବାସ ଜିତିଥିଲେ,"କହିଛନ୍ତି ଇଓଡ଼ବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ।
ଏହି ଘଟଣାରେ ସୁରେଶ ମାଥୁର ନାମକ ଜଣେ ବ୍ୟକ୍ତି ମଧ୍ୟ ନିଜକୁ ଆଇଆରଡିଏ’ର ଇଣ୍ଟର ମିଡ଼ିଏଟର ଏଚଓଡ଼ି କହି ସେ ମଧ୍ୟ ନିଜର ନକଲି ଆଇକାର୍ଡ଼ ଓ ୨ଟି ଡିମାଣ୍ଡ ଡ୍ରାଫ ପ୍ରମୋଦଙ୍କ ମୋବାଇଲକୁ ପଠାଇଥିଲେ । ଏପରିକି ପୁରସ୍କାର ବାବଦକୁ ୩କୋଟି ଟଙ୍କା ମିଳିବା ନେଇ ପ୍ରମୋଦଙ୍କ ମୋବାଇଲକୁ ଚିଠି ପଠାଇଥିଲେ । ତାଙ୍କର ଇନସ୍ୟୁରାନ୍ସ ବାବଦକୁ ୧କୋଟି ୫୬ ଲକ୍ଷ ୩୬ ହଜାର ୫ଶହ ଟଙ୍କା ବାକି ରହିଛି । ତେଣୁ ୪ ଘଣ୍ଟା ଭିତରେ ଆରଟିଜିଏସ୍ କରିବାକୁ କହିଥିଲେ । ପୁଣି ଠକ ଏ.ଜେ ୱାଲିଆ ଫୋନ୍ କରି ପ୍ରମୋଦଙ୍କ ମୋବାଇଲକୁ ପଠାଯାଇଥିବା ଚିଠିକୁ ତୁରନ୍ତ ପଢିବାକୁ କହିଥିଲେ । ତାଙ୍କୁ କୁହାଯାଇଥିବା ଟଙ୍କା ନପଠାଇବେ ତେବେ ଇମ୍ୟୁରାନ୍ସ ପାଇଁ ଥିବା ମୂଳ ଟଙ୍କାକୁ ମଧ୍ୟ ପାଇବେ ନାହିଁ ବୋଲି କହିଥିଲେ ।
"ପ୍ରମୋଦ ୨୦୧୯ ନଭେମ୍ବର ୧୯ ତାରିଖରୁ ୨୦୨୧ ଫେବୃୟାରୀ ୪ତାରିଖ ପର୍ଯ୍ୟନ୍ତ ୨କୋଟି ୩୫ଲକ୍ଷ ୮୨ହଜାର ଟଙ୍କା ପଠାଇଛନ୍ତି । ସେମାନେ ପ୍ରମୋଦଙ୍କ ମନରେ ବିଶ୍ଵାସ ଜମାଇବା ପାଇଁ ଠକ ପଠାଇଥିବା ଆଇଆରଡିଏରୁ ଚିଠି ଓ ପଠାଇଥିବା ଡିମାଣ୍ଡ ଡ୍ରାଫ୍ ନକଲି ବୋଲି ତଦନ୍ତରୁ ଜଣାପଡ଼ିଥିଲା ଜଣାପଡ଼ିଛି," କହିଛନ୍ତି ଇଓଡ଼ବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।