ଚାନ୍ଦିପୁର ନିଷିଦ୍ଧାଞ୍ଚଳରେ ପସିଲା ମାଛମରା ଡଙ୍ଗା; ବିସ୍ପୋରକ ଖଣ୍ଡ ବାଜି ଜଣେ ମୃତ

ସମୁଦ୍ର ନିସିଦ୍ଧାଞ୍ଚଳରେ ପ୍ରଵେଶ ଯୋଗୁଁ ଗୁଳିମାଡରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି।

ସମୁଦ୍ରରେ ଅଘଟଣ (ପ୍ରତୀକାତ୍ମକ ଛବି)

ସମୁଦ୍ରରେ ଅଘଟଣ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ବାଲେଶ୍ବର ଚାନ୍ଦିପୁର ଉପକୂଳ ସମୁଦ୍ର ମଧ୍ୟରେ ବୁଧବାର ଏକ ବଡ଼ଧରଣର ଅଘଟଣ ଘଟିଛି। ସମୁଦ୍ର ନିସିଦ୍ଧାଞ୍ଚଳରେ ପ୍ରଵେଶ ଯୋଗୁଁ ଗୁଳିମାଡରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି।

ମଙ୍ଗଳବାର କଷାଫଳ ମୁହାଣରୁ ଏକ ଇଞ୍ଜିନ ଚାଳିତ ଡଙ୍ଗାରେ ମାଛ ମାରିବା ପାଇଁ ସାତ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଇଥିଲେ । ମାଛ ମାରି ବୁଧବାର ପୂର୍ବହ୍ନରେ ମୁହାଣକୁ ଫେରୁଥିବା ବେଳେ ଚାନ୍ଦିପୁରକ୍ଷେପଣାସ୍ତ୍ର ଘାଟିର ନ ଜାଣି ନପାରି ପ୍ରବେଶ କରିଯାଇଥିଲେ । ବୁଧବାର ଦିନ ୧୧ଟା ୩୦ ମିନିଟ ସମୟରେ ହଠାତ ଏକ ବଡ଼ ଧରଣର ଶବ୍ଦ ହେବା ସହ ବିସ୍ଫୋରକ ଖଣ୍ଡ ଭୁଟୁଭୁଟିର ମାଲିକ ସଦର ବ୍ଲକ ଅର୍ନ୍ତଗତ କଷାଫଳ ପଞ୍ଚାୟତର ସାର୍ଥାବନ୍ଧ ଗ୍ରାମର କମଳାକାନ୍ତ ମାଝିଙ୍କ ଛାତିରେ ବାଜିଥିଲା। କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ସମୁଦ୍ର କୂଳକୁ ଡଙ୍ଗାରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଆଣୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ମତ୍ସ୍ୟଜୀବୀ କଷାଫଳ ଅଞ୍ଚଳର ବିମ୍ବାଧର ମଲ୍ଲିକଙ୍କ ପୁଅ ପଦ୍ମଲୋଚନ ମଲ୍ଲିକଙ୍କ ପିଠିରେ ସେହି ବିସ୍ଫୋରକ ଖଣ୍ଡ ବାଜିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି । ଏନେଇ ଚାନ୍ଦିପୁର ପୋଲିସ ମେଡିକାଲରେ ପହଁଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଗତ ୨୭ତାରିଖ ମଧ୍ୟ ରାତ୍ରୀରେ ଭୁଟୁଭୁଟିର ମାଲିକ କମଳାକାନ୍ତ ଓ ଡ୍ରାଇଭରଙ୍କ ସମେତ ମୋଟ ୭ଜଣ କଷାଫଳ ମୁହାଣରୁ ତଜୟ ମା ଲକ୍ଷ୍ମୀ ନାମକ ଭୁଟୁଭୁଟି ନେଇ ମାଛ ମାରିବା ପାଇଁ ଯାଇଥିଲେ। ରାତିରେ ସମୁଦ୍ର ମଧ୍ୟରେ ରହିଥିବା ବେଳେ ବୁଧବାର ଦିନ ପ୍ରାୟ ୧୦ଟା ପରେ ସେମାନେ ସମୁଦ୍ର ମଧ୍ୟରୁ ମୁହାଣକୁ ଫେରୁଥିବା ବେଳେ ୧୧ଟା ୩୦ ମିନିଟ ସମୟରେ ସମୁଦ୍ର ଜାଲ ପକାଉଥିଲେ । ବିସ୍ପୋରୋକ ଖଣ୍ଡ ବାଜିବା ପରେ ମାଲିକ କମଳାକାନ୍ତଙ୍କୁ ତୁରନ୍ତ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ଜଣାଯାଇଥିବା ବେଳେ ଏନେଇ ଚାନ୍ଦିପୁର ପୋଲିସ ତଦନ୍ତ କରୁଛି ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କୌଣସି ଗୋଳାବାରୁଦ ପରୀକ୍ଷଣ ହେଉଥିବା ନେଇ ସନ୍ଦେହ କରାଯାଉଥିବାରୁ ତାହା ସେମାନଙ୍କ ଦେହରେ ଆସି ବାଜିଛି ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି ।
Published by:Soumya Das
First published: