ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ ପରିସରରେ ଥିବା ପାର୍କି ସେଡରେ ଅଗ୍ନିକାଣ୍ଡ

କିଏ ଓ କେଉଁ ଉଦ୍ଦେଶରେ ଏଭଳି କାର୍ ପୋଡ଼ିଲା ତା'ର ତଦନ୍ତ ଜାରି ରହିଥିବା ବେଳେ ପୌର ପରିଷଦ ଗାଡ଼ି ପାର୍କିଂ ସେଡ୍‌ରେ ବେସରକାରୀ ଗାଡ଼ି ରହିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ।

ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ ପରିସରରେ ଥିବା ପାର୍କି ସେଡରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ ପରିସରରେ ଥିବା ପାର୍କି ସେଡରେ ଅଗ୍ନିକାଣ୍ଡ

  • Share this:
News18 Odia Digital

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ ପରିସରରେ ଥିବା ଗାଡ଼ି ପାର୍କିଂ ସେଡରେ ରବିବାର ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟିଥିଲା। ୫ଟି କାର ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨ଟି ଗାଡି ଭଙ୍ଗାରୁଜା ହୋଇ ପଡିଥିବା ଦେଖିବାକୁ ମିଳିଛି।

ତେବେ ପାରିପାର୍ଶ୍ବକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହା କୌଣସି ଦୁର୍ବୁତ୍ତଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି । କିଏ ଓ କେଉଁ ଉଦ୍ଦେଶରେ ଏଭଳି କାର୍ ପୋଡ଼ିଲା ତା'ର ତଦନ୍ତ ଜାରି ରହିଥିବା ବେଳେ ପୌର ପରିଷଦ ଗାଡ଼ି ପାର୍କିଂ ସେଡ୍‌ରେ ବେସରକାରୀ ଗାଡ଼ି ରହିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ। ହେଲେ ଏହାର ତଦନ୍ତ କରାଯାଉଥିବା କହିଛନ୍ତି ନିରାହୀ ଅଧିକାରୀ।

କିଏ ଓ କାହିଁକି ମଧ୍ୟରାତ୍ରରେ ଏତେ ଗୁଡିଏ ଗାଡିକୁ ଏକା ସଙ୍ଗେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଲା। ଏହା ପଛରେ କି ଉଦ୍ଦେଶ ରହିଛି। ଏଭଳି କିଛି ପ୍ରଶ୍ନକୁ ନେଇ ପୋଲିସ୍ କାର ପୋଡି ଘଟଣାର ତଦନ୍ତ କରୁଥିବା ବେଳେ ସଚେତନ ନଗରିକମାନେ ପୌର ପରିଷଦ ଗାଡ଼ି ପାର୍କିଂ ପାଇଁ ନିର୍ମାଣ ହୋଇଥିବା ସେଡ୍‌ରେ ବେସରକାରୀ ଗାଡ଼ି ରହିଲା କେମିତି ତାହାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

ପାରଳାଖେମୁଣ୍ଡି ପୌର ପରିଷଦର ଟ୍ରାକ୍ଟର, ମଇଳା ସଂଗ୍ରହ ଗାଡି ଆଦି ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଥିବା ଯୋଗୁଁ ଏହାକୁ ରଖିବା ପାଇଁ ଟାଉନ୍ ପରିସରରେ ଥିବା ଏକ ସ୍ଥାନରେ ସେଡ୍ ନିର୍ମାଣ କରାଯାଇଥିଲା। ଏହି ସେଡ ମଧ୍ୟରେ ପୌର ପରିଷଦର ଗାଡି ନରହି କାହିଁକି ବେସରକାରୀ ଗାଡ଼ି ରହିଥିଲା।

ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ ଟାଉନ୍ ହଲ୍‌ ପରିସରରେ ଥିବା ପାର୍କିଂ ସେଡରେ ଅଗ୍ନିକାଣ୍ଡ


ଏହି ବେସରକାରୀ ଗାଡିକୁ ଏଠାରେ ରଖିବା ପାଇଁ କିଏ ଅନୁମତି ଦେଇଥିଲା। ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେସରକାରୀ ଗାଡି ଏଠାରେ ରଖିବା ନେଇ ବିଭିନ୍ନ ସମୟରେ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ ଏହାକୁ ପୌର ପରିଷଦ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇନଥିଲେ। ହେଲେ ଏହି ସ୍ଥାନରେ ଏବେ ନିଆଁ ଲାଗି ୫ଟି କାର୍ ପୋଡି ଯିବା ଓ ୨ଟି ଗାଡି ଭଙ୍ଗାରୁଜା ଘଟଣା ପରେ ଏହାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରୁଛି।

“ଦୀର୍ଘ ଦିନ ହେଲା ଆମେ ଏଠାରେ କାର ରଖୁଛୁ। କେବେ କିଛି ହୋଇନଥିଲା। ଆଜି ସକାଳୁ ଉଠିବା ସମୟରେ ଗାଡି ଗୁଡିକ ପୋଡ଼ିଯାଇଥିବା ଖବର ପାଇଲି। ଆସି ଦେଖିବା ବେଳେ ୫ଟି ଗାଡି ପୋଡି ଯାଇଥିବା ବେଳେ ଅନ୍ୟ ୨ଟି ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଦେଖିବାକୁ ପାଇଥିଲି। କେହି ଜଣେ ଜାଣିଶୁଣି ପଥରରେ ଗାଡିକୁ ଭାଙ୍ଗି ପରବର୍ତ୍ତୀ ସମୟରେ ନିଆଁ ଲଗାଇଥିବା ଜଣାପଡୁଛି। କାରଣ ପୋଡ଼ିଥିବା ଓ ଭାଙ୍ଗିଥିବା ଗାଡିରେ ଅନେକ ପଥର ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ଏହି ଘଟଣାର ତଦନ୍ତ କରାଯାଇ ଏଭଳି ହୀନ କାମ କରିଥିବା ବ୍ୟକ୍ତିଙ୍କୁ ଧରିବା ସହ କଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ,” କହିଛନ୍ତି ପୋଡିଯାଇଥିବା ଗାଡିର ଜଣେ ମାଲିକ ବାବୁଲା ବେହେରା।

“ପୌର ପରିଷଦର ଗାଡିଗୁଡିକ ବାହରେ ପଡୁଥିବାରୁ ନଷ୍ଟ ହେଉଥିଲା । ତେଣୁ ସେଗୁଡିକୁ ରଖିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ସେଡ୍ ହେଲେ ଏଠାରେ ପୌର ପରିଷଦର ଗାଡି ରଖାନଯାଇ ବେସରକାରୀ ଗାଡି ରଖିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିଏ ଓ କାହିଁକି ଏଠାରେ ବେସରକାରୀ ଗାଡି ରଖିବାକୁ ଅନୁମତି ଦେଇଥିଲା ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି,” କହିଛନ୍ତି ସ୍ଥାନୀୟ ସମାଜିକ କର୍ମୀ ପ୍ରନୋଜ ପଟନାୟ।

ପାର୍କିଂ ପାଇଁ ପୌର ପରିଷଦ ପକ୍ଷରୁ କାହାକୁ ଅନୁମତି ଦିଆଯାଇନାହିଁ। ସେମାନେ କିଭଳି ଏଠାରେ ନିଜ ନିଜର ଗାଡି ରଖିଥିଲେ ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ପୌର ପରିଷଦର ନିରାହି ଅଧିକାରୀ ଜ୍ଞାନରଞ୍ଜନ ମାଝୀ।

କାର ପୋଡ଼ି ଘଟଣାର ପୋଲିସ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ପୋଲିସ ଏ ସମ୍ପର୍କରେ କିଛି କହିନାହିଁ। ତଦନ୍ତ ପରେ ଜଣା ପଡ଼ିବ କେମିତି ନିଆଁ ଲାଗିଲା ଗାଡିରେ।
Published by:Lipina Das
First published: