ମହାନତା ଦେଖାଇଲେ ମହିଳା ଟ୍ରାଫିକ କର୍ମଚାରୀ; କଲେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ

ସାହାଯ୍ୟ କରିଥିବା ମହିଳା ଟ୍ରାଫିକ କର୍ମଚାରୀ ହେଉଛନ୍ତି ସନ୍ତୋଷୀ ମଲ୍ଲିକ। ନାଲକୋ ଛକରେ ନିଜ ଡ୍ୟୁଟି କରୁଥିବାବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସନ୍ତୋଷୀ ସାହାଯ୍ୟ କରିଥିଲେ।

ମହାନତା ଦେଖାଇଲେ ମହିଳା ଟ୍ରାଫିକ କର୍ମଚାରୀ

ମହାନତା ଦେଖାଇଲେ ମହିଳା ଟ୍ରାଫିକ କର୍ମଚାରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ମହାନତା ଦେଖାଇଲେ ମହିଳା ଟ୍ରାଫିକ କର୍ମଚାରୀ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଜିତିଲେ ଲୋକଙ୍କ ହୃଦୟ। ବତ୍ତମାନ ସମୟରେ ନିଜ କାମରେ ପ୍ରାୟତଃ ସମସ୍ତେ ବ୍ୟସ୍ତ ରହୁଛନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କାହା ପାଖରେ ସମୟ ନାହିଁ। ହେଲେ ଏଭଳି ପରିସ୍ଥିତିରେ ଜଣେ ମହିଳା ଟ୍ରାଫିକ କର୍ମଚାରୀ ନିଜ ଡ୍ୟୁଟି ସମୟରେ ମଧ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି।

ସାହାଯ୍ୟ କରିଥିବା ମହିଳା ଟ୍ରାଫିକ କର୍ମଚାରୀ ହେଉଛନ୍ତି ସନ୍ତୋଷୀ ମଲ୍ଲିକ। ନାଲକୋ ଛକରେ ନିଜ ଡ୍ୟୁଟି କରୁଥିବାବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସନ୍ତୋଷୀ ସାହାଯ୍ୟ କରିଥିଲେ।

ମହାନତା ଦେଖାଇଲେ ମହିଳା ଟ୍ରାଫିକ କର୍ମଚାରୀ


ପୋଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱରେ ରହିଥାଏ। ଏହାକୁ ସଠିକ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଟ୍ରାଫିକ କର୍ମଚାରୀ। ତେବେ ସନ୍ତୋଷୀ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଟ୍ରାଫିକ କର୍ମଚାରୀ ଜଣଙ୍କ କିପରି ଆହତ ବ୍ୟକ୍ତିଙ୍କ ମୁଣ୍ଡରେ ଲାଗିଥିବା ରକ୍ତ ଗୁଡ଼ିକ ସଫା କରି ଦେଉଛନ୍ତି। ଅତି ଯତ୍ନର ସହିତ ସେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ସୋସିଆଲ ମିଡ଼ିଆ ଟ୍ୱିଟରରେ ପୋଷ୍ଟ କରାଯାଇଛି। ବ୍ୟକ୍ତିଙ୍କୁ ଅସମୟରେ ସାହାଯ୍ୟ କରି ପୋଲିସର କର୍ତ୍ତବ୍ୟକୁ ପ୍ରମାଣ କରି ଦେଖାଇଛନ୍ତି ସନ୍ତୋଷୀ।
Published by:Lipina Das
First published: