ଖସିବା ପାଇଁ ଖସଡ଼ା ତିଆରି କରିଥିଲା ଶର୍ମିଷ୍ଠା; ମାନସର ହତ୍ୟା ପରେ ଲେଖା ହୋଇଥିଲା ମିଛ ଅଣ୍ଡରଟେକିଂ

ନିରଞ୍ଜନ ସେଠୀଙ୍କ ଇଙ୍ଗିତରେ ଫିଲ୍ମ ଷ୍ଟାଇଲରେ ଲେଖା ହୋଇଥିଲା ଅଣ୍ଡରଟେକିଂ । ମିଛ ଅଣ୍ଡରଟେକିଂ ଲେଖିଥିଲା ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇ ।

ମାନସକୁ ହତ୍ୟା ପରେ ଲେଖିଥିଲା ମିଛ ଅଣ୍ଡରଟେକିଂ (ପ୍ରତୀକାତ୍ମକ ଛବି)

ମାନସକୁ ହତ୍ୟା ପରେ ଲେଖିଥିଲା ମିଛ ଅଣ୍ଡରଟେକିଂ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ମାନସକୁ ବହୁ ପୂର୍ବରୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା । ଆଉ ଏହି ହତ୍ୟାକାଣ୍ଡରୁ ଖସିବା ପାଇଁ ନିଜେ ଖସଡା ତିଆରି କରିଥିଲା ଶର୍ମିଷ୍ଠା । ତାଙ୍କୁ ସହଯୋଗ କରିଥିଲେ ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ମାନସ ନାମରେ ଏକ  ଅଣ୍ଡରଟେକିଂ ଲେଖାଯାଇଛି । ଆଉ ଏହି ଅଣ୍ଡରଟେକିଂ ନିରଞ୍ଜନ ସେଠି ଓ ଶର୍ମିଷ୍ଠାଙ୍କ ଇଙ୍ଗିତରେ ଝୁନା ଭୋଇଙ୍କ ଦ୍ଵାରା ଲେଖା ହୋଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ଯାହା ଏବେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି କ୍ରାଇମବ୍ରାଞ୍ଚ ।

ମାନସ ହତ୍ୟାକାଣ୍ଡରେ ଲାଗିରହିଥିବା ସସପେନ୍ସ ଧୀରେ ଧୀରେ ଖୋଲିବାରେ ଲାଗିଛି । ୫ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ମାନେ ହତ୍ୟାକାଣ୍ଡ ସମ୍ପର୍କରେ ମୁହଁ ଖୋଲୁଛନ୍ତି । ସତ ଘଟଣାରେ କିଭଳି ମିଛ କାହାଣୀ ଲେଖିଥିଲେ ଶର୍ମିଷ୍ଠା ତାହାର ଗୁମର ଲାଗିଛି କ୍ରାଇମବ୍ରାଞ୍ଚ ହାତରେ ।  କହିବାକୁ ଗଲେ ପୁରା ଯୋଜନାବଦ୍ଧ ଭାବେ କରାଯାଇଥିଲା ମାନସର ମର୍ଡ଼ର ପ୍ଲାନ । ତେଣୁ ରିମାଣ୍ଡ ବେଳେ ଅଭିଯୁକ୍ତଙ୍କୁ ଜେରା କରିବାକୁ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

"ଏହି ଘଟଣାରେ ମାନସର ଏକ ଅଣ୍ଡରଟେକିଂ ଆମେ ପାଇଛୁ । ଯେଉଁଥିରେ ମାନସର ଦସ୍ତଖତ ଥିଲା । ଯେଉଁଥିରେ ଲେଖାଥିଲା କି ଶର୍ମିଷ୍ଠାଙ୍କ ସହ ତାଙ୍କର କୌଣସି ବିବାଦ ହୋଇନି । ମୁଁ ସୁରକ୍ଷିତ ଭାବେ ଆଶ୍ରମରୁ ଯାଉଛି । ସେଇ ଅଣ୍ଡାରଟେକିଙ୍ଗକୁ ନେଇ ଆମେ ଏବେ ତଦନ୍ତ କରୁଛୁ । ନିରଞ୍ଜନ ସେଠୀଙ୍କ ଇଙ୍ଗିତ ରେ ପୁରା ଫିଲ୍ମ ଷ୍ଟାଇଲରେ ଲେଖା ହୋଇଥିଲା ଅଣ୍ଡରଟେକିଂ । ନିରଞ୍ଜନ ସେଠି ଓ ଶର୍ମିଷ୍ଠାଙ୍କ ଇଙ୍ଗିତରେ ଅଣ୍ଡରଟେକିଂ ଲେଖିଥିଲା ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇ । ଏଥିପାଇଁ ପୂର୍ବରୁ ସାଧା କାଗଜରେ ମାନସ ଠାରୁ ଦସ୍ତଖତ ନିଆଯାଇଥିଲା। ଜବତ ହୋଇଥିବା ଅଣ୍ଡର ଟେକିଙ୍ଗର ଫିଙ୍ଗରପ୍ରିଣ୍ଟ ଯାଞ୍ଚ କରିବାକୁ ରାଜ୍ୟ ଫରେନସିକ ଲାବ୍ରୋଟୋରୀକୁ ପଠାଯାଇଛି । ଅଣ୍ଡରଟେକିଙ୍ଗକୁ ଫରେନସିକ ଲାଵରେ ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇ ଥିବା ବେଳେ ରିମାଣ୍ଡରେ ଥିବା ସମସ୍ତ ଅଭିଯୁକ୍ତଙ୍କ ଫିଙ୍ଗରପ୍ରିଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି," କହିଛନ୍ତି  କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ।

ଅଭିଯୁକ୍ତକୁ ଏବେ କଟକ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ରଖାଯାଇ ମାନସ ହତ୍ୟାକାଣ୍ଡର ଗୁମର ଖୋଜା ଚାଲିଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଛି । ରିମାଣ୍ଡର ପ୍ରଥମ ଦିନରେ ଅପରାହ୍ନ ୨ଟା ରୁ ରାତି ୪ ଟା ପର୍ଯ୍ୟନ୍ତ ଶର୍ମିଷ୍ଠା ଓ ନିରଞ୍ଜନକୁ ଜେରା କରାଯାଇଥିଲା । ଚିପ ସମ୍ପର୍କିତ କୌଣସି ତଥ୍ୟ ଏ ପର୍ଯ୍ୟନ୍ତ ତଦନ୍ତକାରୀ ହାତରେ ଲାଗି ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।

ସେପଟେ ନିଜକୁ ବଞ୍ଚାଇବା ପାଇଁ ଶର୍ମିଷ୍ଠା କରିଥିଲା ଭିଡ଼ିଓ । ଜଣେ ସହଯୋଗୀଙ୍କ ଜରିଆରେ ତିଆରି କରିଥିଲା ଭିଡ଼ିଓ । କାରଣ ଶର୍ମିଷ୍ଠା ଜାଣିଥିଲା ମାନସ ର ମୃତଦେହ ମିଳିବନି । ତେଣୁ ନିଜକୁ ବଞ୍ଚାଇବା ପାଇଁ ଭିଡ଼ିଓ କରି ଭିଡ଼ିଓରେ ଅଣ୍ଡର ଟେକିଙ୍ଗ କଥା କହିଥିଲା । ଆଉ ଏହି ଭିଡ଼ିଓ ଯୋଜନାରେ ହିଁ ନିରଞ୍ଜନଙ୍କ ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି, ମାନସ ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ବାରମ୍ବାର ଯୋଗାଯୋଗରେ ଥିଲେ ନିରଞ୍ଜନ । ଏପରିକି ଶର୍ମିଷ୍ଠା ଫେରାର ହେବା ପରେ ତାଙ୍କ ଭାଇଙ୍କ ଜରିଆରେ ଶର୍ମିଷ୍ଠାଙ୍କ ସହ କଥା ହେଉଥିଲେ ନିରଞ୍ଜନ। ତାଙ୍କୁ ଟଙ୍କା ମଧ୍ୟ ପଠାଇଥିଲେ। ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ଅଭିଯୁକ୍ତ ମାନଙ୍କୁ ଧରି କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ସଂସ୍ଥା ।
Published by:Soumya Das
First published: