କଟକରୁ ନକଲି ସିମେଣ୍ଟ କାରଖାନା ଠାବ; ୧ହଜାର ନକଲି ସିମେଣ୍ଟ ବସ୍ତା ଜବତ

କିଛି ଦିନର ବ୍ୟବଧାନ ପରେ କଟକରେ ପୁଣି ଧରା ପଡ଼ିଛି ଏକ ନକଲି କାରଖାନା । ଜଗତପୁର ପୀରବଜାର ନିକଟରେ ଚାଲିଥିବା ଏକ ନକଲି ସିମେଣ୍ଟ କାରଖାନାରୁ ପ୍ରାୟ ଏକ ହଜାର ବସ୍ତା ନକଲି ସିମେଣ୍ଟକୁ ଜବତ କରିଛି ପୋଲିସ ।

କଟକରୁ ନକଲି ସିମେଣ୍ଟ କାରଖାନ ଠାବ ହୋଇଛି (ପ୍ରତୀକାତ୍ମକ ଛବି)

କଟକରୁ ନକଲି ସିମେଣ୍ଟ କାରଖାନ ଠାବ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: କିଛି ଦିନର ବ୍ୟବଧାନ ପରେ କଟକରେ ପୁଣି ଧରା ପଡ଼ିଛି ଏକ ନକଲି କାରଖାନା । ପୋଲିସ ହାତରେ ଧରା ପଡ଼ିଛି ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ । ଜଗତପୁର ପୀରବଜାର ନିକଟରେ ଚାଲିଥିବା ଏକ ନକଲି ସିମେଣ୍ଟ କାରଖାନାରୁ ପ୍ରାୟ ଏକ ହଜାର ବସ୍ତା ନକଲି ସିମେଣ୍ଟକୁ ଜବତ କରିଛି ପୋଲିସ ।

ପୋଲିସ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରୁ ନଷ୍ଟ ହୋଇଯାଇଥିବା ସିମେଣ୍ଟ ବସ୍ତାଗୁଡ଼ିକ ଟ୍ରକ ଜରିଆ ଏଠାକୁ ଆସିଥାଏ । ସେଗୁଡ଼ିକ ଏଠାରେ ପହଁଚିବା ପରେ ବିଣ୍ଡା ହୋଇଯାଇଥିବା ସେହି ସିମେଣ୍ଟଗୁଡିକୁ ଗୁଣ୍ଡ କରାଯାଇଥାଏ । ସେହିଗୁଣ୍ଡକୁ ପୁଣି ଥରେ ବିଭିନ୍ନ ନାମିଦାମୀ କମ୍ପାନୀର ଖାଲି ସିମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଇ ବଜାରକୁ ବିକ୍ରି ପାଇଁ ପଠାଯାଇଥାଏ । ତଦନ୍ତରୁ ଏକଥା ମଧ୍ୟ ଜଣାପଡିଛି ଅଟକ ଥିବା ବ୍ୟବସାୟୀ ଜଣକ ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ ବସ୍ତା ପିଛା ଶହେ ଟଙ୍କାରେ କିଣି ସେଗୁଡ଼ିକରୁ ପ୍ରୋସେସିଂ କରି ବସ୍ତା ପିଛା ୩ ଶହ ଟଙ୍କାରେ ସିମେଣ୍ଟ ଦେକାନୀମାନଙ୍କୁ ବିକ୍ରି କରିଥାନ୍ତି । ଏକ ନିର୍ଦ୍ଧିଷ୍ଟ କମ୍ପାନୀ ସ୍ବୀକୃତିପ୍ରାପ୍ତ ବିକ୍ରେତା ହୋଇଥିବାରୁ ସମ୍ପୃକ୍ତ ବ୍ୟବସାୟୀ ଜଣକ ସହଜରେ ଏହି ନକଲି ସିମେଣ୍ଟକୁ ବଜାରରେ ବିକ୍ରି କରିବାରେ ସଫଳ ହୋଇଥାନ୍ତି ।

"ଏହି କମ୍ପାନୀ ଚଲାଉଥିବା ବ୍ୟକ୍ତିକୁ ଆମେ ଅଟକ ରଖିଛୁ । ଯାଜା ଜଣା ପଡ଼ିଛି କି ବ୍ରହ୍ମପୁରରୁ ବିଭିନ୍ନ କମ୍ପାନୀର ଖାଲି ସିମେଣ୍ଟ ବ୍ୟାଗଗୁଡ଼ିକ ଏଠାକୁ ଆସୁଥିଲା । ଆଉ ଏଠି ନଷ୍ଟ ହୋଇଯାଇଥିବା ସିମେଣ୍ଟ ଗୁଡ଼ିକୁ ପୁଣି ଥରେ ଗୁଣ୍ଡ କରି ସେଥିରେ ଆଉ କିଛି ସାମଗ୍ରୀ ମିଶାଇ ତାକୁ ପ୍ୟାକ କରାଯାଉଥିଲା । ଏଗୁଡିକ କେଉଁ କେଉଁ ସ୍ଥାନକୁ ବିକ୍ରି ପାଇଁ ଯାଉଥିଲା କେଉଁ ମାନେ କିଣୁଥିଲେ ତାହାର ତଦନ୍ତ ଆରମ୍ଭ ହୋଇଛି," କହିଛନ୍ତି କଟକ କମିଶନରେଟ ପୋଲିସର ଜୋନ ୧ ଏସିପି, ଅମରେନ୍ଦ୍ର ପଣ୍ଡା ।

ପ୍ରାୟ ୬ ମାସ ହେଲା ଖୋଲିଥିବା ଏହି ସିମେଣ୍ଟ କାରଖାନାରୁ କଟକ ସମେତ କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂପୁର ଭଳି ଉପକୂଳବର୍ତ୍ତି ଜିଲ୍ଲା ଗୁଡ଼ିକରେ ବିକ୍ରି ହୋଇଥିବା ପୋଲିସ ଜାଣିବାକୁ ପାଇଛି ।  ତେବେ କେଉଁ କେଉଁଠାରୁ ଏଠାକୁ ସାମଗ୍ରୀମାନ ଆସୁଥିଲା ଏବଂ କେଉଁ ସ୍ଥାନକୁ ବିକ୍ରି ପାଇଁ ଯାଉଥିବା ଓ ଏଥିରେ କିଏ କିଏ ସାମିଲ ଅଛନ୍ତି ତାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।
Published by:Soumya Das
First published:
)}