News 18 Odia Digital
ପୁରୀ; ଜଗତରେ ପାଇବୁନି ଏମିତି ଠାକୁର ଯାହା ମୋ କ୍ଷେତ୍ରରେ ପ୍ରତିପାଦିତ ହୋଇଛି । ମୁଁ ଦିବ୍ୟାଙ୍ଗ (Disability) ହେଲେବି ମୋ ମାନସିକ ପୂରଣ ନ ହେବା ଯାଏଁ ଜଗା ଦର୍ଶନ ପାଇଁ କେବେ ହ୍ୱିଲ୍ ଚେୟାରର (wheelchair) ସାହାଯ୍ୟ ନେବିନି । ଆଜି ମୋ ବାପାଙ୍କ ଶ୍ରାଦ୍ଧ ଦେବାକୁ ମୁଁ ଶ୍ରୀମନ୍ଦିର ଯାଇ ଦର୍ଶନ କରି ବ୍ରାହ୍ମଣଙ୍କୁ ମହାପ୍ରସାଦ (mahaprasad) ଖୁଆଇ ପୁତ୍ର କାର୍ଯ୍ୟ ପୂରଣ କରିଛି । ଏପରି କହିଥିବା ବ୍ୟକ୍ତିଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ୫୦ ବର୍ଷୀୟ କାଳୁ ପ୍ରଧାନ ।
କାଳୁ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରତିଦିନ ଶ୍ରୀନହର ପାଖରୁ ହାତରେ ଚାଲି ଚାଲି ସିଂହଦ୍ୱାରରେ ପ୍ରବେଶ କରି ବାଇଶି ପାହାଚରେ ଯାଇ ଜଗମୋହନରେ ପହଞ୍ଚିଯାଏ । ପରେ ସେବାୟତ ମୋତେ ଟେକିକି କାଳିଆ ଠାକୁରଙ୍କ ଦର୍ଶନ କରାଇଦିଅନ୍ତି । ତେବେ ମୋର ତିନି ଝିଅ ଥିବା ବେଳେ ବଡ ଝିଅର ମାଟ୍ରିକ ପରୀକ୍ଷା (matric exam) ଥିବାରୁ ସଫଳତା ପାଇଁ କାଳିଆ ଠାକୁରଙ୍କୁ ଡାକିଲି । ତେବେ ନିଜେ ମୁଁ ଅକ୍ଷମ ନୁହେଁ ମୁଁ ପୁରୀରେ ଗୋଟେ ହୋଟେଲରେ (hotel) ପରିବା କାଟି ଦିନକୁ ୩ ଶହ ଟଙ୍କା ରୋଜଗାର କରି ପରିବାର ପୋଷୁଛି । ମୁଁ ପୂର୍ବରୁ ସୁରଟ ସୁତାକଳରେ ଫୋରମ୍ୟାନ ମାଷ୍ଟର କାମ କରୁଥିଲି । ମାସକୁ ୪୦ ହଜାର ଟଙ୍କା ପାଉଥିଲି । ମୁଁ ସୁତାକଳରେ ଅନେକ ବର୍ଷ ହେଲା କାର୍ଯ୍ୟ କରି ସିନିୟର (senior) ହୋଇଯାଇଥିଲି । ମୁଁ ୫ଟି ଭାଷା ବି ଜାଣିଛି । ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗାଳି , ଗୁଜୁରାଟୀ ଭାଷା ଜାଣିଛି ।
୨୦୧୫ ଜାନୁଆରୀ ୧ ନୂଆବର୍ଷ ଦିନ ସୁରଟ ଯିବାବେଳେ ଅହମ୍ମଦାବାଦ ଷ୍ଟେସନ ପୂର୍ବରୁ ଟ୍ରେନରୁ ଖସି ପଡି ମୋର ଗୋଡ଼ କଟିଗଲା । ଆଉ କିଭଳି ବଞ୍ଚିବି ଚିନ୍ତା କରି ପୁରୀ ଆସି ମହାପ୍ରଭୁଙ୍କ ସରଣରେ ରହିଛି । ପୁରୀର ଏକ ହୋଟେଲରେ ପରିବା କାଟି ନିଜ ପେଟ ପୋଷୁଛି । ମୋର ପରିବାର କହିଲେ ମୋର ସ୍ତ୍ରୀ ଓ ମୋର ତିନୋଟି ଝିଅ ।
ଏହି ଖବର ପଢ଼ନ୍ତୁ -
http://ଘରକୁ ଥଣ୍ଡା ରଖିବ ମାଟି ଏୟାର କଣ୍ଡିସନର ! ୫ଶହରୁ କମ୍ ମୂଲ୍ୟରେ ଘରେ କରନ୍ତୁ ପ୍ରସ୍ତୁତତେବେ ମୋର ଝିଅ ହୋଇଥିଲେ ବି ଜଗନ୍ନାଥ ଦେଇଛନ୍ତି ସେ ତାଙ୍କ କଥା ବୁଝିବେ । ଆଉ ଆଜିକାଲି ଦୁନିଆରେ ସେମାନେ ମୋ ପାଇଁ ପୁଅ ।ଝିଅ ହିଁ ବାପାଙ୍କୁ ପଚାରିବ ପୁଅ ନୁହେଁ ବୋଲି କାନ୍ଦିକି କହିବା ସହ ମନରେ ଆତ୍ମବିଶ୍ୱାସ ଥିଲେ ସବୁ ସମ୍ଭବ କରିହେବ ବୋଲି କହିଛନ୍ତି କାଳୁ ପ୍ରଧାନ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।