ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବରେ ଆଲୋଚନା

ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କୁ କିପରି ଭାବରେ ପ୍ରତ୍ୟେକ ସ୍ଵତନ୍ତ୍ର କେସ ପାଇଁ ସମସ୍ତ ତଥ୍ୟ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଉପସ୍ଥାପନ ଶୈଳୀ ନେଇ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟର ଶିଶୁ ସୁରକ୍ଷା କର୍ମଶାଳାରେ ଗୁରୁତ୍ୱ।

ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବରେ ଆଲୋଚନା

ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବରେ ଆଲୋଚନା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ପୁରୀ ଜିଲ୍ଲା ରିଜର୍ଭ ପୋଲିସର ସମ୍ମିଳନୀ କକ୍ଷଠାରେ ପୁରୀ ପୋଲିସ ବିଭାଗର ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ କର୍ମଚାରୀମାନଙ୍କ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପୁରୀ ଜିଲ୍ଲାର ସମସ୍ତ ୨୮ ଥାନାର ମହିଳା ଓ ଶିଶୁ ଡେସ୍କର ସମସ୍ତ ଅଧିକାରୀ, ଥାନା ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡ଼ିପିଓ, ଡ଼ିଏସପି ହେଡ କ୍ବାଟର, ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସ ଅଧିକ୍ଷକ , DSP C.T. , IUCAW ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ, ଚାଇଲ୍ଡଲାଇନ ଅଧ୍ୟକ୍ଷ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ବିଜୟାନନ୍ଦ ମିଶ୍ର ଓ ଡି.ଏସ. ପି. ମନୋବ୍ରତା ଶତପଥୀ ଯୋଗ ଦେଇଥିଲେ।

ସେହିପରି ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ର, ଭୁବନେଶ୍ବରର ଡି.ଏସ.ପି. ଗୁରୁପ୍ରସାଦ ଶିବଶଙ୍କର ନନ୍ଦ ଓ ଭୁବନେଶ୍ବର ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ଯୁସନ ଅଫିସର ଯୁଗ୍ମ ନିର୍ଦ୍ଦେଶକ ଯମେଶ୍ଵର ମିଶ୍ର ଯୋଗ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶିଶୁ ସୁରକ୍ଷା ଆଇନ ଉପରେ ବିଶେଷ ଧ୍ୟାନ ଦେଇ ମନଯୋଗ ସହ କାର୍ଯ୍ୟ କରିବାପାଇଁ ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କୁ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ର, ଭୁବନେଶ୍ବରର ଡି.ଏସ.ପି. ଗୁରୁପ୍ରସାଦ ଶିବଶଙ୍କର ନନ୍ଦ ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କର କାର୍ଯ୍ୟ ଓ ଦାୟିତ୍ଵ ସହିତ ଶିଶୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ କିଶୋର ନ୍ୟାୟ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଆଇନ ୨୦୧୫ ଓ ଶିଶୁ ମାନଙ୍କୁ ଯୌନ ଶୋଷଣ ସୁରକ୍ଷା ଆଇନ ୨୦୧୨ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ବର ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ଯୁସନ ଅଫିସର ଯୁଗ୍ମ ନିର୍ଦ୍ଦେଶକ ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କୁ କିପରି ଭାବରେ ପ୍ରତ୍ୟେକ ସ୍ଵତନ୍ତ୍ର କେସ ପାଇଁ ସମସ୍ତ ତଥ୍ୟ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଉପସ୍ଥାପନ ଶୈଳୀ ବିଷୟରେ ବୁଝାଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମିସନ ବାତ୍ସଲ୍ୟ ଓ ସ୍ଵତନ୍ତ୍ର କିଶୋର ନ୍ୟାୟ ପୋଲିସ ତାଲିମର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ କିଶୋର ନ୍ୟାୟ ବୋର୍ଡ, ଚିଲ୍ଡ୍ରେନ କୋର୍ଟଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ପୀଡ଼ିତା କ୍ଷତିପୂରଣ ପାଣ୍ଠି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଶିଶୁ ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଶୁଭନାରାୟଣ ଶତପଥୀ ଶିଶୁ ଯତ୍ନ ଅନୁଷ୍ଠାନର କାର୍ଯ୍ୟ ଓ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। କାର୍ଯକ୍ରମରେ ଜିଲ୍ଲା ଶିଶୁ ବିଭାଗର ସାମାଜିକ କର୍ମୀ କମଳା ମହାରଣା, ପରାମର୍ଶଦାତ୍ରୀ ରୋଜାଲିନି ପାତ୍ର କାର୍ଯକ୍ରମର ପରିଚାଳନରେ ସହଯୋଗ କରିବା ସହିତ ସାମାଜିକ କର୍ମୀ ବିଜୟ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
Published by:Lipina Das
First published: