ଘରୋଇ ମଲ ପକ୍ଷରୁ ଗ୍ରାହକ ବିଶ୍ୱାସ ଭାଜନ ଉଦ୍ୟମ; ସରିଲା 'ଖୁସିୟୋଁ କା ତ୍ୟୋହାର'

ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା 'ଖୁସିୟୋଁ କୋ ତ୍ୟୋହାର' ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିଥିଲା । ମଲରୁ ସପିଂ କରୁଥିବା ଗ୍ରାହକଙ୍କ ପାଇଁ  ନିଶ୍ଚିତ ପୁରସ୍କାରର ପ୍ରତିଶ୍ରୁତି  ଦିଆଯାଇଥିଲା ବେଳେ ପ୍ରାୟ ୧୨ ହଜାର ଗ୍ରାହକ ଲକିଡ଼୍ରରେ ଅଂଶଗ୍ରହଣ କରିଥିଲେ ।

ଘରୋଇ ମଲ ପକ୍ଷରୁ ଗ୍ରାହକ ବିଶ୍ୱାସ ଭାଜନ ଉଦ୍ୟମ; ସରିଲା 'ଖୁସିୟୋଁ କୋ ତ୍ୟୋହାର'

ଘରୋଇ ମଲ ପକ୍ଷରୁ ଗ୍ରାହକ ବିଶ୍ୱାସ ଭାଜନ ଉଦ୍ୟମ; ସରିଲା 'ଖୁସିୟୋଁ କୋ ତ୍ୟୋହାର'

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଆୟୋଜିତ ହେଲା ‘ଖୁସିୟୋଁ କା ତ୍ୟୋହାର’ ଉଦଯାପନୀ ଉତ୍ସବ। ଗ୍ରାହକ ଜିତିଲେ ହିରୋ ପ୍ଳେଜର ପୁରସ୍କାର । ସେହିଭଳି ୧୫ ଗ୍ରାହକଙ୍କୁ  ମିଳିଲା ସୁନା ମୁଦ୍ରା, ୪୫ ଜଣ ଗ୍ରାହକ ପାଇଲେ ରୂପା ମୁଦ୍ରା  ପୁରସ୍କାର।

୨୦୨୨ର ପାର୍ବଣ ଉତ୍ସବ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ ପରିସରରେ ଆରମ୍ଭ ହୋଇଥିଲା  ‘ଖୁସିୟୋଁ କା ତ୍ୟୋହାର’   କାର୍ଯ୍ୟକ୍ରମ । ଏଥିରେ  ଅଂଶ ଗ୍ରହଣ କରିଥିବା ଗ୍ରାହକମାନଙ୍କୁ ଲକି ଡ୍ର ଜରିଆରେ ପୁରସ୍କାର ବଣ୍ଟନ  ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାର  ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ବିଜେତା ଗ୍ରାହକମାନଙ୍କୁ ପୁରସ୍କୃତ କରିଥିଲେ ।

ଗତ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଖୁସିୟୋଁ କୋ ତ୍ୟୋହାର ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିଥିଲା । ମଲରୁ ସପିଂ କରୁଥିବା ଗ୍ରାହକଙ୍କ ପାଇଁ  ନିଶ୍ଚିତ ପୁରସ୍କାରର ପ୍ରତିଶ୍ରୁତି  ଦିଆଯାଇଥିଲା ବେଳେ ପ୍ରାୟ ୧୨ ହଜାର ଗ୍ରାହକ ଲକି ଡ଼୍ରରେ ଅଂଶଗ୍ରହଣ କରିଥିଲେ । ସେ ଭିତରୁ ୬୯ ଜଣଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମଲ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାହକ ନିରୋଜ ନାୟକଙ୍କୁ ପ୍ରଥମ ପୁରସ୍କାର ହିରୋ ପ୍ଳେଜର ପ୍ରଦାନ କରାଯାଇଥିଲା ।  ସେହିପରି ଅମିତ୍ କୁମାର ସାହୁଙ୍କୁ ଜେ ଆଣ୍ଡ ଟି ଜ୍ୱେଲର୍ସ ପକ୍ଷରୁ ସୁନା କାନ ଫୁଲ, ରାଜଦିପ୍ ଖଟୁଆଙ୍କୁ ଏଲଇଡ଼ି ଟିଭି, ଦେବାଶିଷ ନାୟକଙ୍କୁ ଫ୍ରିଜ୍ କୁମାର ଶତୃଘନଙ୍କୁ ୱାସିଂ ମେସିନ୍ ଓ ସଞ୍ଚିତା ସୁବୁଦ୍ଧିଙ୍କୁ ମାଇକ୍ରୋୱେଭ୍ ସହ ଅନ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହା ସହିତ ଜେ ଆଣ୍ଡ ଟି ଜୁଏଲର୍ସ ତରଫରୁ ୧୫ ଗ୍ରାହକଙ୍କୁ ୧ ଗ୍ରାମର ସୁନା ମୁଦ୍ରା ଏବଂ ୪୫ ଜଣଙ୍କୁ ୫ ଗ୍ରାମର ରୂପା ମୁଦ୍ରା ଦିଆଯାଇଥିଲା ।

କାର୍ଯ୍ୟକ୍ରମରେ ଉତ୍କଳ ବିଲ୍‌ଡର ପ୍ରତିଷ୍ଠାତା ସୁବାସ ଭୁରା, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଏବଂ ନିର୍ଦ୍ଦେଶକ ଅମିତ୍ ବୈଦ, ଉତ୍କଳ କନିକା ଗ୍ୟାଲେରିଆ ମଲର୍କ ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ, ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଓଡ଼ିଶାର ଭାଇସ୍ ପ୍ରେସିଡ଼େଣ୍ଟ୍ ଅନନ୍ତ ପଟ୍ଟନାୟକ, ଜେ ଆଣ୍ଡ ଟି ଜୁଏଲର୍ସର ନିର୍ଦ୍ଦେଶକ ସୁରେଶ ଚୌଧୁରୀ ଓ ମଧୁଶ୍ରୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।  ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।  ଏଥିରେ ଉତ୍କଳ କନିକା କ୍ୟାଲେରିଆ ମଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: