ସ୍ୱାଭାବିକ ହେଉଛି ସମ୍ବଲପୁର; ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଫେରୁଛି ଶାନ୍ତି, କୋହଳ ହେଲା କର୍ଫ୍ଯୁ । କିନ୍ତୁ ଇଣ୍ଟରନେଟ ସେବା ଏବେବି ବନ୍ଦ ରହିଛି ।

 କୋହଳ ହେଲା କର୍ଫ୍ଯୁ

କୋହଳ ହେଲା କର୍ଫ୍ଯୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । ଅଧିକ କୋହଳ ହେଲା କର୍ଫ୍ୟୁ। ଆଜିଠାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ସେପଟେ ଆଜି ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।

କର୍ଫ୍ଯୁ ସମୟରେ କୋହଳ ପରେ ଜନ ଜୀବନ ସ୍ବାଭାବିକ ହେଉଛି । ଗତକାଲି ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଶାନ୍ତି ଫେରିବା ଉପରେ ଆଲୋଚନା ହୋଇଥିବାବେଳେ ଗାଁ ଗୁଡିକରେ ଉଭୟ ସମ୍ପ୍ରଦାୟଙ୍କୁ ନେଇ ପ୍ରଶାସନ ଉପସ୍ଥିତିରେ ବୈଠକ ହୋଇଛି । ସେପଟେ ସର୍ବଧର୍ମ ବୈଠକ କରିଛି ଶାନ୍ତି କମିଟି। ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ମଧ୍ୟ ବୈଠକ କରିଥିଲେ। ୨୨ ତାରିଖରେ ଇଦ୍‌-ଉଲ୍‌-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି। ଏପଟେ ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଅଭିମୁଖେ ଯାଉଥିବା ପ୍ରତିନିଧି ମଣ୍ଡଳକୁ ଠେଲକୋଲୋଇ ଥାନାରେ ଅଟକ ରଖିଥିଲା ପୋଲିସ ।

INTERNET ବିନା ସବୁକିଛି ଠପ୍: ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନର ଉଦ୍ୟମ

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ଦୀର୍ଘ ୬ ଦିନ ଧରି ସହରରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ସେହିପରି  ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୮୫ ଜଣ । ଖୁବ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି ଚେଷ୍ଟା କରୁଛି ପ୍ରଶାସନ ।
Published by:Soumya Das
First published: