ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ନେଇ କମିଟି ଗଠନ ପରେ ସମସ୍ତେ ଆଶାବାଦୀ

ସୀମା ବିବାଦର ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ୮ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।

ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ନେଇ କମିଟି ଗଠନ ପରେ ସମସ୍ତେ ଆଶାବାଦୀ

ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ନେଇ କମିଟି ଗଠନ ପରେ ସମସ୍ତେ ଆଶାବାଦୀ

  • Share this:
News18 Odia Digital

ଭୁବନେଶ୍ବର: ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ତୁଟିବା ନେଇ ଆଶା କରାଯାଉଛି। ଉଭୟ ରାଜ୍ୟର ମୁଖ୍ୟଙ୍କ ଦ୍ୱିପାକ୍ଷିକ ଆଲୋଚନା ପରେ ପୁରୁଣା ସମସ୍ୟା ସମାଧାନ ନେଇ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରକ୍ରିୟା। ବିବାଦର ପୂର୍ଣ୍ଣଛେଦ ଟାଣିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଉଚ୍ଚସ୍ତରୀୟ କମିଟି। କୋଟିଆ ସୀମା ବିବାଦ, ନେରେଡି, ପୋଲାଭରମ, ଝଞ୍ଜାବତୀ ପ୍ରକଳ୍ପ ସହ ୬ଟି ପ୍ରସଙ୍ଗରେ ସମାଧାନ ନେଇ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିବ କମିଟି।

କମିଟି ଗଠନ ପରେ ଦୀର୍ଘ ଦିନର ସମସ୍ୟାର ସମଧାନ ନେଇ ଆଶାବାଦୀ ପ୍ରମୁଖ ତିନି ରାଜନୈତିକ ଦଳ। ଏହି ୮ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗର ମୁଖ୍ୟ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି ।

ସୀମା ବିବାଦର ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି


ଦୀର୍ଘ ଦିନ ଧରି ଥିବା ବିବାଦ ସହମତି ଆଧାରରେ ସମାଧାନ ନେଇ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିବ କମିଟି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଉନ୍ନୟନ କମିସନର, ଗୃହ, ରାଜସ୍ବ, ଗଣଶିକ୍ଷା, ଶକ୍ତି ଓ ଉଚ୍ଚଶିକ୍ଷା ବିଭାଗର ସଚିବ ସଦସ୍ୟ ରହିଛନ୍ତି।

ମାଓବାଦୀ ସମସ୍ୟା, ଗଞ୍ଜେଇ ଚାଷ ସମସ୍ୟାର ସମାଧାନ ନେଇ ଉଭୟ ରାଜ୍ୟ ପରସ୍ପରକୁ ସହଯୋଗ ସହ ଉଭୟ ରାଜ୍ୟରେ ତେଲଗୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏହି କମିଟି କାର୍ଯ୍ୟ କରିବ। ମୁଖ୍ୟ ସଚିବ ସ୍ତରରେ ଆନୁଷ୍ଠାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇ ଉଭୟ ରାଜ୍ୟର ଲୋକଙ୍କ ସ୍ୱାର୍ଥ ସମାଧାନ ପାଇଁ ଲକ୍ଷ ରଖିଛନ୍ତି ସରକାର।

ବିଜେଡି ବିଧାୟକ ଭୁପିନ୍ଦର ସିଂ କହିଥିଲେ, "ସମସ୍ୟା ଯେତେ ବଡ଼ ହେଉ ନା କାହିଁକି ସହମତି ଭିତ୍ତିରେ ସମାଧାନ ହୋଇ ପାରିବ। ଦୁଇ ରାଜ୍ୟ ମଧ୍ୟରେ ବହୁ ଦିନ ଧରି ବିବାଦ ଥିବା ବେଳେ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିବା ପରେ କମିଟି ଗଠନ କରାଯାଇଛି। ଆଶା କରାଯାଉଛି ସମସ୍ୟାର ସମାଧାନ ହୋଇପାରିବ। ଚଳିତ ମାସ ୯ ତାରିଖରେ ଆଲୋଚନା କାଳରେ ଉଭୟ ରାଜ୍ୟର ସ୍ୱାର୍ଥ ସମାଧାନ ଖୋଜିବାକୁ ସହମତି ପ୍ରକାଶ ପାଇଥିଲା।’’

୮ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର


ବର୍ତ୍ତମାନ କମିଟି ଗଠନ ହୋଇଥିବାରୁ ଦୀର୍ଘ ଦିନର ବିବାଦର ପୂର୍ଣ୍ଣଛେଦ ନେଇ ବି ଆଶାବାଦୀ ବିରୋଧୀ। ବିବାଦ ଜଟିଳ ହେବା କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେପି କହିଛି ରାଜ୍ୟ ସ୍ୱାର୍ଥ ଛାଡ଼ି ଭୋଟକୁ ଆଗ କରିଛି ଶାସକ ଦଳ ।

ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ‘‘ସମସ୍ୟା ସମାଧାନ ନେଇ କମିଟି ଗଠନ କରାଯାଇଛି। କମିଟି କଣ ପଦକ୍ଷେପ ନେବେ ତାହା ଦେଖିବା କଥା। କିଛି ଶାସକ ଦଳ ସମସ୍ୟା ସମାଧାନ ବଦଳରେ କେବଳ ଭୋଟ ଉପରେ ଦୃଷ୍ଟି ଦିଅନ୍ତି। ଆଶା କରାଯାଉଛି ସମସ୍ୟାର ସମାଧାନ ହେବ।’’

ସେହିପରି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, "କମିଟି ଗଠନ ପରେ ଆମେ ଉତ୍ସାହ ସହ ଅପେକ୍ଷା କରିଛୁ କ'ଣ ପଦକ୍ଷେପ ନିଆଯାଉଛି। ଆନ୍ଧ୍ର ସରକାର ଓଡ଼ିଶାର ଜଳ ଓ ସୀମାରେ ନଜର ପକାଇଛନ୍ତି। ସବୁ ସୀମାରେ ବିବାଦ ଲାଗି ରହିଛି। ତେଣୁ ରାଜ୍ୟର ସ୍ୱାର୍ଥ ସହ ସାଲିସ ନକରି କିପରି ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ ଅଛି।’’

କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ରାଜ୍ୟ ମୁହାଁ ମୁହିଁ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ଯାଏ ବି କଥା ଯାଇଛି। ନେରେଡି ବ୍ୟାରେଜ, ଝଞ୍ଜାବତୀ ସହ ପୋଲାଭରମ ପ୍ରକଳ୍ପ ସମସ୍ୟାର ସମାଧାନ ନେଇ ଚଳିତ ମାସ ୯ ତାରିଖରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଜଗନ ରେଡ୍ଡୀ ।
Published by:Lipina Das
First published:
)}