ଚଳନ୍ତା ବାଇକରେ କାମୁଡ଼ିଲା ନାଗ ସାପ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଚଳନ୍ତା ମୋଟର ସାକେଲରେରେ ଲୁଚିଥିଲା ନାଗ। ବାଇକ ଚାଲୁଥିବା ସମୟରେ ବାଇକ୍ ଆରୋହୀଙ୍କୁ କାମୁଡିବା ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବାଇକ୍ ଆରୋହୀ।

ଚଳନ୍ତା ବାଇକରେ କାମୁଡ଼ିଲା ନାଗ ସାପ

ଚଳନ୍ତା ବାଇକରେ କାମୁଡ଼ିଲା ନାଗ ସାପ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଚଳନ୍ତା ମୋଟର ସାକେଲରେରେ ଲୁଚିଥିଲା ନାଗ। ବାଇକ ଚାଲୁଥିବା ସମୟରେ ବାଇକ୍ ଆରୋହୀଙ୍କୁ କାମୁଡିବା ଫଳରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବାଇକ୍ ଆରୋହୀ। ଏମିତି ଘଟଣା ଘଟିଛି ଡେଲାଙ୍ଗ ଅଞ୍ଚଳରେ।

ପୁରୀ ସ୍ଥିତ ଏକ ଫର୍ଣ୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ । ଦୋକାନରୁ ମାତ୍ର ଶହେ ମିଟର ଯିବା ପରେ ଡାହାଣ ଗୋଇଠି ଉପରକୁ କଣ ଗୋଟେ କାମୁଡ଼ିଲା ଭଳି ମନେହେଲା। ତାହାକୁ ଭ୍ରୂକ୍ଷେପ ନକରି ସୁକାନ୍ତ ମୋଟର ସାଇକେଲ ଚଳେଇବାକୁ ଲାଗିଲେ। ଆଉ ଶହେ ମିଟର ବାଟ ଯିବା ପରେ ଏଥର କିନ୍ତୁ ସମାନ ଜାଗାରେ କିଛି ଗୋଟେ ଜୋରରେ କାମୁଡିବା ଭଳି ଜଣା ପଡିଲା। ଡାହାଣ ଗୋଡ ଗୋଇଠି ଉପରୁ ରକ୍ତ ବାହାରୁଥିବାର ଦେଖିଲେ ସୁକାନ୍ତ। ମୋଟର ସାଇକେଲରେ ଏକ ନାଗ ସାପ ଫଣା ଟେକି ଠିଆ ହୋଇଛି ବୋଲି ତାଙ୍କ ନଜର ପଡିଥିଲା। ବିକଳରେ ମୋଟର ସାଇକେଲ ହ୍ୟାଣ୍ଡେଲ ଛାଡି ତଳକୁ ଡେଇଁ ପଡିଲେ ସୁକାନ୍ତ । ପାଖରେ ଥିବା ଲୋକେ ଧାଇଁ ଆସି ସୁକାନ୍ତକୁ ଖୋଲା ଯାଗାକୁ ନେଇଗଲେ ।

ସେପଟେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିବା ପରେ ସାପକୁ ଗାଡି ଭିତରୁ ଉଦ୍ଧାର କରାଯାଇଛି ।

ସୁକାନ୍ତଙ୍କୁ ଭୁନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ତୁରନ୍ତ ଅଣାଯାଇଥିଲା। ସୁକାନ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ଡ୍ୟୁଟି ରେ ଥିବା ଡାକ୍ତର ପ୍ରଥମ ଡୋଜରେ ସୁକାନ୍ତଙ୍କୁ ୧୦ ଭଏଲ ଆଣ୍ଟି ଭେନମ ଦେଇଥିଲେ । ସୁକାନ୍ତ ଅବସ୍ଥା ଏବ ଭଲ ଅଛି ଓ  ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଥିବା ଜଣା ପଡ଼ିଛି ।
Published by:Soumya Das
First published: