ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱର ରେଳ ଷ୍ଟେସନରେ ହଠାତ୍ ଆତଙ୍କ ନେଇ ଆସିଲା କୋଇଲାରେ ଭରା ଏକ ମାଲ୍ ଗାଡ଼ି

ବାଲେଶ୍ୱର ରେଳ ଷ୍ଟେସନରେ ହଠାତ୍ ଆତଙ୍କ ନେଇ ଆସିଲା କୋଇଲାରେ ଭରା ଏକ ମାଲ୍ ଗାଡ଼ି

A coal-laden goods train sparks terros at Balasore railway station | ପ୍ଲାଟଫର୍ମ ସାରା କୌଣସି ବିସ୍ଫୋରଣ ପରର ଫିଲ୍ମ ଦୃଶ୍ୟ ଭଳି ଧୂଆଁ ଖେଳିଯାଇଥିଲା । ରେଳ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଅବହେଳାରୁ ପ୍ଲାଟଫର୍ମରେ ଥିବା ଶହ ଶହ ଲୋକ ଅସୁବିଧାରେ ପଡ଼ିଥିଲେ ।

ବାଲେଶ୍ୱର ରେଳ ଷ୍ଟେସନରେ ହଠାତ୍ ଆତଙ୍କ ନେଇ ଆସିଲା କୋଇଲାରେ ଭରା ଏକ ମାଲ୍ ଗାଡ଼ି
ଧୂଆଁ ଛାଡ଼ିଯିବା ପରେ ପ୍ଲାଟଫର୍ମ ସାରା ପଡ଼ିଥିଲା କୋଇଲା ଗୁଣ୍ଡ ।
  • News18 Odia
  • Last Updated: November 13, 2021, 3:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରେ ଏମିତି ଏକ ଅପରାହ୍ଣ ପୂର୍ବରୁ କେବେ ଆସି ନ ଥିଲା । ହଠାତ୍‌ କଳା ଧୂଆଁ ଓ ଧୂଳିରେ ଭର୍ତ୍ତି ହୋଇଗଲା ଗୋଟିଏ ପ୍ଲାଟଫର୍ମ । ବିଭିନ୍ନ ଟ୍ରେନର ଆସିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ଲୋକେ ସେହି କଳା ଧୂଆଁରେ କିଛି ଦେଖିପାରିଲେ ନାହିଁ । ସେମାନଙ୍କ ଦେହ ଓ ଲଗେଜରେ ଅଚାନକ ବୋଳି ହୋଇଗଲା କୋଇଲା ଗୁଣ୍ଡ । ସବୁ କିଛି କଳା ଦିଶୁଥିଲା । ବେଶ୍‌ କିଛି ମିନିଟ୍‌ ପାଇଁ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଏ ସବୁ ଘଟିଥିଲା ଗୋଟିଏ ମାଲବାହୀ ଟ୍ରେନ୍‌ ଯୋଗୁଁ ।

କଟକରୁ ହାଓଡ଼ା ଅଭିମୁଖେ ଯାଉଥିବା ସେହି କୋଇଲା-ଭର୍ତ୍ତି ମାଲବାହୀ ଟ୍ରେନର ସବୁ ବଗିରେ ଓଭରଲୋଡିଂ ହୋଇଥିବା ଯୋଗୁଁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କୋଇଲା ଥିବା ସବୁ ବଗିଗୁଡ଼ିକ ସିଧା ବାଡେଇ ହୋଇଥିଲେ ଷ୍ଟେସନ ପ୍ଲାଟଫର୍ମର ଉପର ଭାଗରେ ଲାଗିଥିବା ଦିସ୍ତା ସିଟ୍‌ ଉପରେ । ଗୋଟିଏ କିମ୍ବା ଦୁଇଟି ଡବା ନୁହେଁ, ଟ୍ରେନରେ ଥିବା ସବୁ ଡବାର ଉପର ଭାଗ ଗୋଟିଏ ପରେ ଗୋଟିଏ ହୋଇ ପିଟିହୋଇଥିଲା ସେହି ଦସ୍ତା ସିଟ୍‌ ସହ, ଆଉ ପ୍ଲାଟଫର୍ମକୁ ଖସିଥିଲା କୋଇଲା, ଗୁଣ୍ଡ ପଥର ଓ କଳା ଧୂଆଁ । ପ୍ଲାଟଫର୍ମ ସାରା କୌଣସି ବିସ୍ଫୋରଣ ପରର ଫିଲ୍ମ ଦୃଶ୍ୟ ଭଳି ଧୂଆଁ ଖେଳିଯାଇଥିଲା । ରେଳ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଅବହେଳାରୁ ପ୍ଲାଟଫର୍ମରେ ଥିବା ଶହ ଶହ ଲୋକ ଅସୁବିଧାରେ ପଡ଼ିଥିଲେ ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ଗୁରୁବାର ଅରାହ୍ଣରେ ବାଲେଶ୍ୱର ରେଳ ଷ୍ଟେସନରେ ଏହି ଅବହେଳା ଯୋଗୁଁ ଏକ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା । ଏହି ଘଟଣା ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ପଦାରେ ପକାଇଛି । ଧୂଆଁମୟ ପରିବେଶରେ ପୂରା ପ୍ଲାଟଫର୍ମରେ ବିଛେଇ ହୋଇ ପଡ଼ିଥିଲା ହଜାର ହଜାର ଟଙ୍କାର କୋଇଲା ଓ ଗୋଡ଼ି ପଥର । ଓହି ଘଟଣା ଘଟିଥିଲା ବାଲେଶ୍ୱର ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ, ଯାହା ଏହି ରେଳ ଷ୍ଟେସନର ସବୁଠାରୁ ଗହଳି ସ୍ଥାନ ।

ଅନେକ ମହିଳା ଓ ଛୋଟ ପିଲା ସେହି ସମୟରେ ପ୍ଲାଟଫର୍ମରେ ଥିଲେ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ

ସେହି ସମୟରେ ପ୍ଲାଟଫର୍ମରେ ଥିବା ଛୋଟ ପିଲା ଓ ମହିଳାଙ୍କ ସମେତ ଅନେକ ଲୋକ ଆସନ୍ନ ଅଘଟଣର ଆଶଙ୍କାରେ ଚିନ୍ତିତ ହୋଇପଡ଼ିଥିଲେ । ଭାଗ୍ୟକୁ କୋଇଲା ଛୋଟ ଛୋଟ ପଥର ଆକାରରେ ଥିଲା । ଯଦି ବଡ଼ ଆକାରରେ ରହିଥାନ୍ତା ବା ଅନ୍ୟ କୌଣସି ଭାରି ଜିନିଷ ପରିବହନ ବେଳେ ଏପରି ଘଟଣା ଘଟିଥାନ୍ତା ତେବେ ପ୍ଲାଟଫର୍ମରେ ଥିବା ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । ଏହି ଘଟଣାକୁ ନେଇ ଲୋକେ ରେଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଏ ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | Train Accident: ଚଳନ୍ତା ଟ୍ରେନ୍ ଉପରେ ପଡ଼ିଲା ପଥର, ଛିଟକି ପଡ଼ିଲେ ୫ଟି ଡବା; ବଡ଼ ଦୁର୍ଘଟଣାରୁ ଟଳିଲା

‘‘ଏଇଟା ଆଦୌ ଏକ ଛୋଟିଆ ଭୁଲ୍‌ ନୁହେଁ । ସେହି ସମୟରେ ପ୍ଲାଟଫର୍ମରେ ଛୋଟ ପିଲାମାନେ ଥିଲେ । କୋଇଲା ଓ ଛୋଟ ପଥର ଖଣ୍ଡ ପରିବର୍ତ୍ତେ ବଡ଼ ଖଣ୍ଡ ବା ଅନ୍ୟ କୌଣସି ଓଜନିଆ ଜିନିଷ ଯଦି ଓଭରଲୋଡିଂ କାରଣରୁ ଏମିତି ଖସିଥାନ୍ତା ତାହେଲେ ବଡ଼ ଅଘଟଣ ଘଟିଥାନ୍ତା । ରେଳ କର୍ତ୍ତୃପକ୍ଷଙ୍କ ଏମିତି ଭୁଲ୍‌ ଯୋଗୁଁ କାର୍ଯ୍ୟନୁଷ୍ଠାନ ହେବା ନିହାତି ଆବଶ୍ୟକ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଦିଲୀପ ପରିଡ଼ା ।

ଏହା ବି ପଢ଼ନ୍ତୁ | ବିରାଟ କୋହଲି ଦିନିକିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦ ବି ଛାଡ଼ିପାରନ୍ତି; ତାଙ୍କୁ ବିଶ୍ରାମ ଦରକାର

ସିଧା ସଳଖ ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ପଦାରେ ପଡ଼ିବା ପରେ ଏହି ଘଟଣାକୁ ବେଶ୍‌ ହାଲୁକା ଭାବରେ ନେଇଛନ୍ତି ବାଲେଶ୍ୱର ଷ୍ଟେସନ ମାଷ୍ଟର । ଘଟଣା ବାଲେଶ୍ୱର ଷ୍ଟେସନରେ ଘଟିଥିବା ସ୍ୱୀକାର କରିଥିବା ବେଳେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ସେ କହିଛନ୍ତି । ଗୁରୁବାର ରାତି ପର୍ଯ୍ୟନ୍ତ ଷ୍ଟେସନ୍‌ ପରିସରରେ ପଡ଼ିଥିବା କୋଇଲାକୁ ସଫେଇ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

‘‘ସେହି ଘଟଣା ପରେ ଆମେ ଷ୍ଟେସନର ୩ ନମ୍ବର୍‌ ପ୍ଲାଟଫର୍ମକୁ ସଫା କରିଦେଇଛୁ । ଏନେଇ ଆମ ଆଉ ଅଧିକ କୌଣସି ସୂଚନା ଆମେ ଦେଇ ପାରିବୁ ନାହିଁ,’’ କହିଛନ୍ତି ଷ୍ଟେସନ ମାଷ୍ଟର୍‌ ରବି ନାରାୟଣ ମହାନ୍ତି ।
Published by: Anand S.T. Das
First published: November 12, 2021, 11:39 PM IST