ଠକ ଡାକ୍ତର ରମେଶ ସ୍ଵାଇଁ ବିରୁଦ୍ଧରେ ୯୪୦ ପୃଷ୍ଠାର ଚାର୍ଜ ସିଟ ଦାଖଲ

ଠକ ନକଲି ଡାକ୍ତର ରମେଶ ସ୍ଵାଇଁ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଛି କମିସନରେଟ ପୋଲିସ । ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ସହ ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ମହିଳା ଥାନା ପୋଲିସ।

ରମେଶ ସ୍ୱାଇଁ (ପ୍ରତୀକାତ୍ମକ ଛବି)

ରମେଶ ସ୍ୱାଇଁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା ଠକ ନକଲି ଡାକ୍ତର ରମେଶ ସ୍ଵାଇଁ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଛି କମିସନରେଟ ପୋଲିସ । ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ସହ ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ମହିଳା ଥାନା ପୋଲିସ। ଏହି ମାମଲାରେ ୧୦୩ ଜଣଙ୍କୁ ସାକ୍ଷୀ ଦର୍ଶାଇଛି ତଦନ୍ତକାରୀ ଟିମ।

ଗତ ୪ମାସ ତଳେ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିବା ୧୮ ପତ୍ନୀଙ୍କ ସ୍ବାମୀ ନକଲି ଡାକ୍ତର ରମେଶ ସ୍ବାଇଁର କଳା କାରନାମା ପଦାକୁ ଆସିଥିଲା। ଏହି ଘଟଣାର ତଦନ୍ତ କରିବା ପରେ  ସୋମବାର ରମେଶଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତ ଥିବା ୫ଜଣଙ୍କ ବିରୋଧରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ୫ଜଣ ଅଭିଯୁକ୍ତ ହେଲେ ନକଲି ଡାକ୍ତର ରମେଶ ସ୍ବାଇଁ, ଦ୍ୱିତୀୟ ପତ୍ନୀ କାମଳା ତିର୍କୀ,  ଭଉଣୀ ରଶ୍ମିତା ବେଉରା, ଡ୍ରାଇଭର ବିଶ୍ୱରଞ୍ଜନ ପଟ୍ଟନାୟକ ଓରଫ ପପୁ ଓ ସହଯୋଗୀ ବିଶ୍ଵରଞ୍ଜନ ଦାସ ଓରଫ ପାପୁ । ସେହିପରି ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ରମେଶଙ୍କ ମା'କୁ ମିଶାଇ ୧୦୩ଜଣଙ୍କୁ ବୟାନ ରେକର୍ଡ କରିଥିବା ବେଳେ ସମସ୍ତଙ୍କୁ ସାକ୍ଷୀ କରାଯାଇଛି । ଏଥିସହିତ ଏକାଧିକ ମହିଳାଙ୍କୁ ବିବାହ କରୁଥିବା ସମୟର ଫଟୋ, ଗୁରୁତ୍ଵପୂର୍ଣ୍ଣ ଜାଗଜପତ୍ରକୁ ବଳିଷ୍ଠ ପ୍ରମାଣ ରୂପେ କୋର୍ଟରେ ଦାଖଲ କରାଯାଇଛି । ମଙ୍ଗଳବାର ଚାର୍ଜସିଟ ଦାଖଲ କରିବାର ଶେଷ ଦିନ ରହିଥିଲା ।

ମହିଳା ଥାନା ପୋଲିସ ସୂଚନା ଅନୁସାରେ, ରମେଶକୁ ଗତ ଫେବୃଆରୀ ୧୬ ତାରିଖ ଦିନ ଗିରଫ କରିଥିଲା ମହିଳା ଥାନା ପୁଲିସ। ୧୮ ପତ୍ନୀଙ୍କ ସ୍ଵାମୀ ରମେଶ ବିରୋଧରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଥାନାରେ ୧୬ଟି ଅଭିଯୋଗ ରହିଛି । ଏପରିକି ସେ ବିବାହ ଆଳରେ ୧୫ କୋଟି ଟଙ୍କାର ହଡ଼ପ କରିଥିବାର ଅଭିଯୋଗ ରହିଛି । ଠକେଇ ଟଙ୍କାରେ ଢେଙ୍କାନାଳ, କଟକରେ କେନ୍ଦ୍ରାପଡ଼ାରେ ଜମି କିଣି ଫାର୍ମହାଉସ କରିଥିଲା ।

ରମେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା । ସେ ଦଶମ ଫେଲ ହେବା ପରେ ଗାଁ ଛାଡି ରାଜ୍ୟ ବାହାରକୁ ପଳାଇଥିଲା । ସେଠାରୁ ଆସିବା ପରେ ଢେଙ୍କାନାଳ, ଭୂବନେଶ୍ବର, ନରସିଂହପୁର ଓ କଟକରେ କ୍ଲିନିକ ଖୋଲିଥିଲା। ପରେ ସେ ନିଜକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକଙ୍କର ପରିଚୟ ଦେଇଥିଲେ। ମାଟ୍ରିମୋନିରେ ସାଇଟରେ ଉଚ୍ଚପଦସ୍ତ ଅଧିକାରୀର ପରିଚୟ ଦେଇ ସ୍ବାମୀ ପରିତ୍ୟକ୍ତା, ଅସହାୟ, ଓ ବିଧବା ମହିଳାଙ୍କୁ ଟାର୍ଗେଟ କରିଥିଲେ। ସେମାନଙ୍କ ମନରେ ବିଶ୍ଵାସ ଜନ୍ମାଇବା ପାଇଁ ଅଭିୟନ କରୁଥିଲା । ଏଥିରେ ପୁଲିସ ଅଧିକାରିଣୀ, ଅଧ୍ୟାପିକା, ଚାଟାର୍ଡ ଆକାଉଣ୍ଟାଣ୍ଟ, ଡାକ୍ତରଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା । ପରେ ସେମାନଙ୍କ ଠାରୁ ଟଙ୍କା, ସୁନାଗହଣା ନେଇ ଅୟସ କରି ଫେରାର ହୋଇଯାଇଥିଲା । କେତେବେଳେ ସେ ନିଜକୁ ରମେଶ କହୁଥିଲା ତ ଆଉ କେତେବେଳେ ରମଣରଞ୍ଜନ, ବିନ୍ଦୁ ପ୍ରକାଶସ୍ୱାଇଁ, ବିଜୟଶ୍ରୀ ରମେଶର ପରିଚୟ ଦେଇଥିଲା । ସେ ଓଡ଼ିଶା, ପଞ୍ଜାଦ, ଦିଲ୍ଲୀ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଆସାମ ଭଳି ରାଜ୍ୟରେ ୧୮ଜଣଙ୍କୁ ପର୍ଯ୍ୟାୟକ୍ରମେ ବିବାହ କରିଥିଲା ।
Published by:Soumya Das
First published: