ରାଜଧାନୀରେ Love Sex Aur Dokha; ଅଭିଯୋଗ ପରେ ଗିରଫ ହେଲା ଜଣେ ପ୍ରେମିକ

କମିଶନରେଟ ପୋଲିସ ସୂଚନା ଅନୁସାରେ, ଗତ ୨ ମାସ ତଳେ ଢ଼େଙ୍କାନାଳ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ମଙ୍ଗୁଳୁର ଫେସବୁକରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଆଉ ଏହା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଜଧାନୀରେ Love Sex Aur Dokha

ରାଜଧାନୀରେ Love Sex Aur Dokha

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଲଭ ସେକ୍ସ ଧୋକା ଅଭିଯୋଗରେ ଗିରଫ ହେଲା ଜଣେ ଯୁବକ । ଫେସବୁକରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ଭୁବନେଶ୍ବର ଡ଼ାକି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଜଣେ ଯୁବକ ପାଇଁ ଏହି ଖେଳ ମହଙ୍ଗା ସାବ୍ୟସ୍ତ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲା, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ମଙ୍ଗୁଳୁ ପ୍ରଧାନ। ଏଠାରେ ସେ ନୟାପଲ୍ଲୀ ଏକାମ୍ର କାନନ ଅଞ୍ଚଳ ସାଲିଆସାହିରେ ରହି ଆସୁଥିଲା।

କମିଶନରେଟ ପୋଲିସ ସୂଚନା ଅନୁସାରେ, ଗତ ୨ ମାସ ତଳେ ଢ଼େଙ୍କାନାଳ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ମଙ୍ଗୁଳୁର ଫେସବୁକରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଆଉ ଏହା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଗତ ୬ ଦିନ ତଳେ ଅଭିଯୁକ୍ତ ମଙ୍ଗୁଳୁ ଯୁବତୀଙ୍କୁ ଢେଙ୍କାନାଳରୁ ଭୁବନେଶ୍ବର ଆସିବାକୁ ବାଧ୍ୟ କରିଥିଲା। ଏଠାରେ ଦୁହେଁ ବିବାହ କରି ରହିବାକୁ ଅଭିଯୁକ୍ତ ପ୍ରତିଶୃତି ଦେଇଥିଲା।

ଏଭଳି କଥା ଶୁଣି ଯୁବତୀ ଜଣଙ୍କ ବସରେ ଭୁବନେଶ୍ବର ଆସି ନୟାପଲ୍ଲୀ ସିଆରପି ଛଳରେ ଓହ୍ଲାଇଥିଲେ। ସେଠାରୁ ମଙ୍ଗୁଳୁ ଯୁବତୀକୁ ନେଇ ସେ ଭଡ଼ା ରହୁଥିବା ଲୋୟେଲା ସ୍କୁଲ ନିକଟ ଏକ ଭଡ଼ା ଘରକୁ ନେଇଥିଲା। ସେଠାରେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ।

ପରେ ଯୁବତୀଙ୍କୁ ନେଇ କଟକ ଯାଇ ସେଠାରେ ତାଙ୍କୁ ବସରେ ଢେଙ୍କାନାଳକୁ ଚାଲିଯିବାକୁ କହିଥିଲା ମଙ୍ଗୁଳୁ। ହେଲେ ଯୁବତୀ ଜଣକ ତା କଥାରେ ରାଜି ନ ହୋଇ ପୁଣି ସାଙ୍ଗରେ ଭୁବନେଶ୍ବର ଚାଲିଆସିଥିଲେ। କିନ୍ତୁ ଅଭିଯୁକ୍ତ ଯୁବତୀଙ୍କୁ ସାଙ୍ଗରେ ନେବା ବଦଳରେ ତାକୁ ରସୁଲଗଡ଼ ଛକରେ ଛାଡି କୁଆଡେ ଚାଲିଯାଇଥିଲା। ଏହି ସମୟରେ ଯୁବତୀ ଜଣକ ଫୋନ କରିଥିଲେ ହେଲେ ମୋବାଇଲ ବନ୍ଦ ରହିଥିଲା, ପରେ ସେ ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ରହୁଥିବା ଭଡ଼ା ଘରକୁ ଯାଇ ପହଞ୍ଚିଥିଲେ।

ସେଠାରେ ଗଲାବେଳେକୁ ମଙ୍ଗୁଳୁ ଘରେ ଥିଲା। ସେଠାରେ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ସେ ବିବାହ କରିବାକୁ ମନା କରି ଓଲଟା ଗାଳିଗୁଲଜ କରି ସେଠାରୁ ତଡ଼ି ଦେଇଥିଲା। ଏଭଳି ଘଟଣା ପରେ ଯୁବତୀ ଜଣକ ନୟାପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ କୁକର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି ଆଳି କୋର୍ଟ ଚାଲାଣ କରିଛି।
Published by:Lipina Das
First published: