ଭିଡ଼ିଓ ରେକର୍ଡ଼ିଂ କରି ଯୁବତୀଙ୍କୁ କରୁଥିଲେ ବ୍ଲାକମେଲିଂ; ନମାନିବାରୁ କଲେ ଛୁରା ମାଡ଼

ଦୁଷ୍କର୍ମ ବେଳର ଫଟୋ ଓ ଭିଡିଓ ଉତ୍ତୋଳନ କରି ପୀଡ଼ିତାଙ୍କୁ ବାରମ୍ବାର ଶୋଷଣ ମଧ୍ୟ କରୁଥିଲା। ଏଥିରେ ଅତିଷ୍ଠ ହୋଇ ପୀଡିତା ଜଣଙ୍କ ଦୁରେଇ ଯିବାରୁ ପ୍ରତିହିଂସା ପରାୟଣ ହୋଇ କାଣ୍ଡ ଭିଆଇଥିଲା ଯୁବକ ।

ସତ୍ୟରଞ୍ଜନ ରାଉତ (ପ୍ରତୀକାତ୍ମକ ଛବି)

ସତ୍ୟରଞ୍ଜନ ରାଉତ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: କଟକ ପ୍ରତାପନଗରୀ ଠାରେ ଘଟିଥିବା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ ଘଟଣାରେ ତନାଘନା ଜାରି ରଖିଛି ସଦର ଥାନା ପୋଲିସ । ହତ୍ୟା ଉଦ୍ୟମ, ଦୁଷ୍କର୍ମ ଓ ପୋକସୋ ତଥା ଏସିଏଟି ଆଇନର ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରିବା ସହ ଫେରାର ଅଭିଯୁକ୍ତ ତଥା ପ୍ରେମିକ ସତ୍ୟରଞ୍ଜନ ରାଉତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରୁଛି ପୋଲିସ ।

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ ଘଟଣାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ସତ୍ୟରଞ୍ଜନ ପିଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଦୁଷ୍କର୍ମ ବେଳର ଫଟୋ ଓ ଭିଡିଓ ଉତ୍ତୋଳନ କରି ପିଡ଼ିତାଙ୍କୁ ବାରମ୍ବାର ଶୋଷଣ ମଧ୍ୟ କରୁଥିଲା। ଏଥିରେ ଅତିଷ୍ଠ ହୋଇ ପୀଡିତା ଜଣଙ୍କ ସତ୍ୟ ରଞ୍ଜନ ଠାରୁ ଦୁରେଇ ଯିବାରୁ ପ୍ରତିହିଂସା ପରାୟଣ ହୋଇ ସେ ଏହି ଭଳି କାଣ୍ଡ ଭିଆଇଥିଲା । ପୋଲିସକୁ ଦେଇଥିବା ବୟାନରେ ଏସବୁ କଥା ଉଲ୍ଲେଖ କରିଛନ୍ତି ପୀଡିତା ।

ପୀଡିତା ଥାନାରେ ଦେଇଥିବା ବୟାନ ଆଧାରରେ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଆଇପିସିର ଧାରା 341 (ବେଆଇନ ଭାବେ ଅଟକାଇବା), 294 (ସର୍ବସାଧାରଣ ସ୍ଥାନରେ ଅସଦାଚରଣ), 324 (ଧାରୁଆ ଅସ୍ତ୍ରରେ ଆକ୍ରମଣ ), 354 (ମହିଳାଙ୍କୁ ଯୌନ ଶୋଷଣ), 307 ହତ୍ୟା ଉଦ୍ୟମ, 376 (3) ( ନାବାଳାକାଙ୍କୁ ଦୁଷ୍କର୍ମ), 506 ଅପରାଧିକ ଧମକ ଭଳି ଦଫା ସହି ପୋକସୋ ଓ ଅନୁସୁଚିତ ଜାତି ଆଇନରେ ମଧ୍ୟ ସଙ୍ଗିନ ମାମଲା ରୁଜ୍ଜୁ କରିଛି ।

ସେପଟେ ଛୁରାମାଡ଼ କରିବା ପରେ ଗତାକାଲି ଠାରୁ ଫେରାର ହୋଇଯାଇଛି ଅଭଯୁକ୍ତ । ସତ୍ୟରଞ୍ଜନକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ରେଡ ଆରମ୍ଭ ହୋଇଛି । ଏହାରି ଭିତରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବିଶେଷ କରି ପ୍ରତାପନଗରୀରେ କୋକୁଆ ଭୟ ସୃଷ୍ଟି ହୋଇଛି । ଦିନ ଦ୍ବିପହରରେ ଓ ଗାଁ ଦାଣ୍ଡରେ ଜଣେ ଯୁବତୀଙ୍କୁ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଘଟଣା ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବୀ କରିଛନ୍ତି ପୀଡିତାଙ୍କ ପରିବାର ଓ ଗ୍ରାମବାସୀ ।

ସତ୍ୟରଞ୍ଜନ ଜଣେ ନଷ୍ଟ ଚରିତ୍ରର ପିଲା । ସେ ଭାବେ ଯେ ସଂସାରରେ ଯେତେ ଝିଅ ଅଛନ୍ତି ସେମାନେ ସମସ୍ତ ତାର। ସେ ସମସ୍ତଙ୍କର ହର୍ତ୍ତାକର୍ତ୍ତା ଦୈବ ବିଧାତା । ମୋ ଝିଆରିକୁ ମଧ୍ୟ ସେ ନିଜର ପ୍ରେମ ଜାଲରେ ଛନ୍ଦି ଥିଲା। ଝିଆରିର କିଛି ଅଶ୍ରିଳ ଫଟୋ ଉଠାଇ ତାକୁ ବାରମ୍ବାର ବ୍ଳାକ ମେଲ କରୁଥିଲା । ମାଡ଼ ମଧ୍ୟ ମାରୁଥିଲା । ତାକୁ ଗିରଫ କରାଯାଇ କଠୋରରୁ କଠୋର ଶାସ୍ତି ଦେବା ପାଇଁ ଆମେ ଦାବୀ କରୁଛୁ ନ୍ୟୁଜ୧୮ ଡିଜିଟାଲକୁ କହିଛନ୍ତି ପୀଡିତାଙ୍କ ଦାଦା ।

ମିଳିଥିବା ସୂଚନା ଅନୁଯାଇ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଉଭୟ ଅଭିଯୁକ୍ତ ସତ୍ୟରଞ୍ଜନ ଓ ପୀଡିତାଙ୍କ ମଧ୍ୟରେ ଥିଲା ଆଠ ବର୍ଷର ସମ୍ପର୍କ। ସ୍କୁଲରେ ପାଠ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ନିବିଡତା ବୃଦ୍ଧି ପାଇଥିଲା। କିଶୋର ବୟସର ଏହି ନିବିଡତା ପରେ ପରେ ପ୍ରେମ ଓ ପ୍ରେମ ଯୌନ ଶୋଷଣର ରୂପ ନେଇଥିଲା । ସେପଟେ ଛୁରାମାଡରେ ଆହତ ହୋଇଥିବା ପୀଡିତାଙ୍କ ଚିକିତ୍ସା ପରେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି ପୋଲିସ ।
Published by:Soumya Das
First published: