ରକ୍ତ ପରୀକ୍ଷାରୁ ବି ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ 

ଲମ୍ବା ସମୟ ଧରି ପରୀକ୍ଷା ନିରୀକ୍ଷା ନୁହେଁ, ଏଣିକି ରକ୍ତ ପରୀକ୍ଷାରୁ ବି ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପରୀକ୍ଷା ବ୍ୟବସ୍ଥା ।

ରକ୍ତ ପରୀକ୍ଷାରୁ ବି ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ (ପ୍ରତୀକାତ୍ମକ ଛବି)

ରକ୍ତ ପରୀକ୍ଷାରୁ ବି ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଲମ୍ବା ସମୟ ଧରି ପରୀକ୍ଷା ନିରୀକ୍ଷା ନୁହେଁ, ଏଣିକି ରକ୍ତ ପରୀକ୍ଷାରୁ ବି ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପରୀକ୍ଷା ବ୍ୟବସ୍ଥା ।  'ଇଜି ଚେକ୍ ବ୍ରେଷ୍ଟ କ୍ୟାନସ୍‌ର’ କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ସର୍ବ ବୃହତ ବୈଷୟିକ ସଫଳତା ।

ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଡାକ୍ତର ଆଲୋକ ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ,  ଭାରତରେ ଅତ୍ୟାଧୁନିକ ପଦ୍ଧତିରେ କ୍ୟାନସ୍‌ର ଚିକିତ୍ସା ପ୍ରଦାନ କରୁଥିବା ଅଗ୍ରଣୀ ଘରୋଇ ଡ଼ାକ୍ତରାନା ଆପୋଲୋ ହସ୍‌ପିଟାଲ ଓ ଡ଼ାଟା କ୍ୟାନ୍ସର ଜେନେଟିକ୍ସର ସହଭାଗିତାରେ ଏହି ବୈପ୍ଳବିକ ରକ୍ତ ପରୀକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଏହି ପଦ୍ଧତିରେ ଲକ୍ଷଣବିହୀନ ମହିଳାଙ୍କଠାରେ ପ୍ରାଥମିକ ଅବସ୍ଥାରୁ ହିଁ ସ୍ତନ କର୍କଟ ହୋଇଛି କି ନାହିଁ ସ୍ପଷ୍ଟ ଜଣାପଡ଼ୁଛି । ଏଥିସହିତ କର୍କଟ ଚିହ୍ନଟ ହେଲେ ସମୟପଯୋଗୀ ଚିକିତ୍ସା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ ବୋଲି ସେ କହିଛନ୍ତି ।  ସେ ସ୍ପଷ୍ଟ କରିଛନ୍ତି ଯେ, କର୍କଟ ଚିକିତ୍ସା ଇତିହାସରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। କର୍କଟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ସର୍ବଦା ପ୍ରୋତ୍ସାହନ ଦେଉଥିବା ଆପୋଲୋ ହସ୍‌ପିଟାଲ ନେତୃତ୍ୱରେ ଆପୋଲୋ କର୍କଟ କେନ୍ଦ୍ର ପକ୍ଷରୁ ଏହି ନୂତନ ପଦ୍ଧତିର ଜରିଆରେ ମହିଳାମାନଙ୍କୁ ସ୍ତନ କର୍କଟ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି କି ନାହିଁ ଓ ଏହାର ସମ୍ବେଦନଶୀଳତା ବିଷୟରେ ଜାଣିବା ଓ ରକ୍ତ ପରୀକ୍ଷା କରି ଅତି ସହଜରେ ନିଜର ସ୍କ୍ରିନିଂ କରିବାକୁ ନିବେଦନ କରାଯାଇଛି ।

ଅଳ୍ପ ପରିମାଣର ରକ୍ତର ପରୀକ୍ଷାରୁ ‘ଇଜି ଚେକ୍ ବ୍ରେଷ୍ଟ କ୍ୟାନସର’ ପରୀକ୍ଷାରେ ପ୍ରାଥମିକ ସ୍ତରରୁ କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା ହୋଇପାରିବ। ସମ୍ପ୍ରତି ଭୁବନେଶ୍ୱର ସମେତ ସମସ୍ତ ପ୍ରମୁଖ ଆପୋଲୋ କର୍କଟ କେନ୍ଦ୍ରରେ ଏହି ପଦ୍ଧତିରେ ପରୀକ୍ଷା ଉପଲବ୍ଧ ।

ସମଗ୍ର ବିଶ୍ୱର ସର୍ବାଧିକ ମହିଳା ସ୍ତନ କର୍କଟ ରୋଗରେ ପୀଡ଼ିତ। ୨୦୨୦ରେ ସ୍ତନ କର୍କଟ ସଂକ୍ରମଣ ହାର ଫୁସ୍‌ଫୁସ୍ କର୍କଟକୁ ଅତିକ୍ରମ କରିଛି। ୨୦୨୦ରେ ବାର୍ଷିକ ୨୩ ଲକ୍ଷ ନୂଆ ରୋଗୀ ସ୍ତନ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଛି, ଯାହାକି ଉକ୍ତ ବର୍ଷର ଚିହ୍ନଟ ହୋଇଥିବା ମୋଟ କର୍କଟ ରୋଗର ୧୧.୭ % ଅଟେ। ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ହୋଇଥିବା କର୍କଟ ଜନିତ ମୃତ୍ୟୁ ମଧ୍ୟରୁ ସର୍ବାଧିକ ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ । ୨୦୦୦ ମସିହାରେ ପ୍ରାୟ ୩ ଲକ୍ଷ ୭୫ ହଜାର ମହିଳାଙ୍କ ମୃତ୍ୟୁ ଏହି ରୋଗ ପାଇଁ ହୋଇଛି । ସ୍ତନ କର୍କଟ ସାଧାରଣତଃ ଅଳ୍ପ ବୟସର ଝିଅ ବା ୪୫ ବର୍ଷ ବୟସର ବା ତାଠାରୁ କମ ବର୍ଷର ମହିଳାମାନଙ୍କଠାରେ ଦେଖାଯାଇଥାଏ ।
Published by:Soumya Das
First published: