News18 Odia Digital
ଗଞ୍ଜାମ: କଥାରେ ଅଛି ଗଛଟିଏ ପିଲାଟିଏ। ଯାହାକୁ ପାଳନ କରିବା ସାଙ୍ଗକୁ ଗାଁ ଗାଁରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଛନ୍ତି । କିନ୍ତୁ ବନୀକରଣ ବଦଳ ରେ ନଷ୍ଟ କରାଯାଉଛି ହଜାର ହଜାର ମୁଲ୍ୟବାନ ଚାରା। ନା ସୃଷ୍ଟି କରାଯାଉଛି ଜଙ୍ଗଲ ନା ସାଧାରଣ ଜନତାଙ୍କୁ ବଣ୍ଟନ କରାଯାଉଛି ଚାରା। କେବଳ ଫଟୋ ଓ କାଗଜ କଲମରେ ଜଙ୍ଗଲ ସୃଷ୍ଟି ଯୋଜନା ସିମିତ ଥିବା ବେଳେ ପୋଲସରା ବନ ବିଭାଗର ଅସଲ କଥା ଏବେ ପଦାକୁ ଆସିଛି।
ଗଞ୍ଜାମ ବନ ବିଭାଗର ଅଧୀନରେ ଥିବା ଚରିକିପଡାଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ଅଞ୍ଚଳ ଏକ ଜଙ୍ଗଲି ଅଞ୍ଚଳ ହୋଇଥିବା ବେଳେ ଭାବରଡା ଗ୍ରାମ ନିକଟରେ ଥିବା ସାବିତ୍ରିବଗଡ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏନଆରଇଜିଏସ ମାଧ୍ୟମରେ ସରକାର ବନ ବିଭାଗକୁ ୪୦ ହଜାରରୁ ଅଧିକ ଚାରା ପ୍ରଦାନ କରିଥିଲେ । ହେଲେ କିନ୍ତୁ ଭାବରଡା ଅଂଚଳରେ କାର୍ଯ୍ୟରତ ବନ ବିଭାଗର କର୍ମଚାରୀ ମାନଙ୍କ ଅବହେଳା ହେତୁ ଜଙ୍ଗଲରେ ଚାରା ରୋପଣ କରିବା ତ ଦୂରର କଥା କାହାକୁ ଗଛଟିଏ ବି ଦେଇନଥିବା ଅଭିଯୋଗ ହୋଇଛି। ଏମିତି କି ଚାରା ରୋପଣ ଓ ବଣ୍ଟନ ନାମରେ ଲକ୍ଷଲକ୍ଷ ଟଙ୍କା ବନ ବିଭାଗର କର୍ମଚାରୀମାନେ ଚଳୁ କରିଥିବାର ଖୋଦ ଅଭିଯୋଗ ଆଣିଛନ୍ତି ଚିରିକିପଡାଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ।
“ଖାଲି ସେତିକି ନୁହଁ ଘଟଣାକୁ ଲୁଚାଇବା ପାଇଁ ହଜାର ହଜାର ଚାରାକୁ ଶ୍ରମିକଙ୍କ ମାଧ୍ୟମରେ ନଷ୍ଟ କରାଯାଇ କେନାଲରେ ଭସାଇ ଦିଯାଉଥିବା ଅଭିଯୋଗ ହୋଇଥିବା ବେଳେ ଘଟଣା ନେଇ ଲୋକପାଳଙ୍କ ପାଖରେ ଅଭିଯୋଗ କରିବେ ବୋଲି ଚେତାବନି ସରପଞ୍ଚ ଭଗବାନ ସାହୁ।
ଏପଟେ କିନ୍ତୁ ବନ ବିଭାଗର ନିୟମ ଅନୁଷାରେ କାର୍ଯ୍ୟ ଚାଲିଥିବା ବେଳେ ଅଭିଯୋଗକାରୀମାନଙ୍କ ଜ୍ଞାନ ଅଭାବ ହେତୁ ଏହି ଭଳି ଅଭିଯୋଗ କରିଛନ୍ତି ବୋଲି ବେପାରୁଆ ଭାବେ ମତ ରଖିଛନ୍ତି ଭାବରଡା ଫରେଷ୍ଟର ହର ପ୍ରସାଦ ସାହୁ।
ତେବେ ଏହି ଘଟଣାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ତଦନ୍ତ ହେଲେ ଅସଲ କଥା ପଦାକୁ ଆସିପାରିବ ବୋଲି ଆଶା ରଖିଛନ୍ତି ଅଂଚଳବାସୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।