News18 Odia Digital
ପୁରୀ: ୫୦ ବର୍ଷ ପୁରୁଣା କାର ପାଇଲା ନୂଆ ପରିଚୟ। ଆଜି ଓଡ଼ିଶାର ପ୍ରଥମ ଥର ପାଇଁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟରେ ୫୦ ବର୍ଷରୁ ଅଧିକ ଦିନର ଭିଣ୍ଟେଜ ଗାଡ଼ି G.S.R. 492(E) ନିୟମ ଅଧୀନରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ମଟୋର ଯାନ ନିୟମ ଅନୁଯାୟୀ ପୁରାତନ ଗାଡିଟି ନୂଆ ରେଜିଷ୍ଟ୍ରେସନ କରାଯାଇଛି। ୫ ଦଶନ୍ଧିର ପୁରୁଣା କାର ପାଇଲା ନୂଆ ପରିଚୟ।
ଜେଜେ ବାପା ଓ ବାପାଙ୍କ ସ୍ମୃତିକୁ ସାଉଁଟିଲେ ନାତୁଣୀ ପଦ୍ମଳୟା ପ୍ରହରାଜ । ଭୁବନେଶ୍ୱର ବାସିନ୍ଦା ପଦ୍ମାଳୟା ୧୯୬୮ ମଡେଲର ଫିଆଟ ୧୧୦୦ଡି କାରର ପଞ୍ଜିକରଣ କରାଯାଇଛି। ତେବେ ଏହି ଗାଡିଟିର ପୁରାତନ ନଂ ORP 2456 ଥିଲା , ଯାହା ଆଜି ନୂଆ ଭାବେ OD VAAA 0001 ରେଜିଷ୍ଟ୍ରେସନ ପରେ ହୋଇଛି।
ପ୍ରଥମ ପଞ୍ଜିକୃତ ଭିଣ୍ଟେଜ କାର ଭାବେ ଏହା ଓଡ଼ିଶା ପାଇଁ ଗର୍ବ ଆଣିଛି । ତେବେ ପଦ୍ମାଳୟାଙ୍କ ଜେଜେବାପା ସରକାରଙ୍କ ଚିଫ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଗାଡ଼ିଟି କିଣି ଥିଲେ।
ଆଉ ସେତେବେଳେ ଆରଟିଓ ଅଫିସ କେବଳ ପୁରୀରେ ଥିବାରୁ ବର୍ତ୍ତମାନ ଏହି ଗାଡିଟି ପୁରୀ ଆରଟିଓରେ ୨୦ ହଜାର ଟଙ୍କା ପୈଠ କରି ଗାଡ଼ି ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ନାତୁଣୀ। ଆଉ ଏହି ଗାଡି ଆଗାମୀ ୧୦ ବର୍ଷ ଯାଏଁ ପଞ୍ଜିକୃତ ହୋଇଛି। ଆଉ ଗାଡିର ମାଲିକାନା ପଦ୍ମାଳୟାଙ୍କ ନାଁରେ କରାଯାଇଛି।
କେବଳ ଗାଡ଼ିକୁ ପ୍ରଦର୍ଶନୀ, ଗବେଷଣା ପାଇଁ ବ୍ୟବହାର କରିବା ସହ ତେଲ ପକାଇବାକୁ ରାସ୍ତାରେ ଗଡ଼ାଇ ପାରିବେ ବୋଲି କହିଛନ୍ତି ଆରଟିଓ ରବିନ ପଟ୍ଟନାୟକ।
ଯାହାଦ୍ୱାରା ଐତିହ ଯାନର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ଏହି ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ଆରଟିଓ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ସମ୍ଭବ ହୋଇପାରିଛି।
ଯାହାଦ୍ୱାରା ଐତିହ ଯାନର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ଏହି ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ଆରଟିଓଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ସମ୍ଭବ ହୋଇପାରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।