ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପାର୍ଥ ପ୍ରୀତମ ଦାସଙ୍କ କମାଲ: ଉଦ୍ଭାବନ କଲେ ‘ଇଜି- ଆରଏକ୍ସ’; ଏହା ଦ୍ବାରା ଶସ୍ତାରେ ଆପଣ କରିପାରିବେ ଶରୀରର ସବୁ ଟେଷ୍ଟ

ପାର୍ଥ ପ୍ରୀତମ ଦାସଙ୍କ କମାଲ: ଉଦ୍ଭାବନ କଲେ ‘ଇଜି- ଆରଏକ୍ସ’; ଏହା ଦ୍ବାରା ଶସ୍ତାରେ ଆପଣ କରିପାରିବେ ଶରୀରର ସବୁ ଟେଷ୍ଟ

ମାତ୍ର ୩୫ ଟଙ୍କା ଖର୍ଚ୍ଚ କରି ୧୦ ସେକେଣ୍ଡରେ ଜାଣି ହେବ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟେଷ୍ଟ, ଏଭଳି ଏକ ନୂଆ ମେସିନ ଇଜି ଚେକ୍ ଉଦ୍ଭାବନ କରିଛନ୍ତି କୋଲକାତାର ପାର୍ଥ ପ୍ରୀତମ ଦାସ । ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛି ଇଣ୍ଡିଆନ ଅଏଲ କର୍ପୋରେସନ ସହ KIIT-TBI

ପାର୍ଥ ପ୍ରୀତମ ଦାସଙ୍କ କମାଲ: ଉଦ୍ଭାବନ କଲେ ‘ଇଜି- ଆରଏକ୍ସ’; ଏହା ଦ୍ବାରା ଶସ୍ତାରେ ଆପଣ କରିପାରିବେ ଶରୀରର ସବୁ ଟେଷ୍ଟ
ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ
  • News18 Odia
  • Last Updated: August 5, 2021, 1:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ 32 ବର୍ଷୀୟ ଯୁବକ ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ, ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ତିଆରି କରିଛନ୍ତି ଇଜିଚେକ୍ ନାମକ ଏକ ମେସିନ। ଏହାର କମ୍ପାନୀର ନାମ ହେଉଛି ‘ଇଜି- ଆରଏକ୍ସ’ । ୨୦୧୮ ମସିହାରୁ କିଟ୍- ଟି.ବି.ଆଇ. ବା ଟେକ୍ନୋଲୋଜି ବିଜିନେସ ଇନକ୍ୟୁବେଟର ( KIIT- TECHNOLOGY BUSINESS INCUBATOR) ସହଯୋଗରେ ଗବେଷଣା କରି ସଫଳତା ପାଇଛନ୍ତି ପାର୍ଥ।

ତେବେ କ'ଣ ଏହି ମେସିନ କାର୍ଯ୍ୟ ? ଏହା କେତେ ଲାଭଦାୟକ ? ସାଧାରଣ ଲୋକଙ୍କ ପାଇଁ ଏହା କେତେ ପ୍ରଯୁଜ୍ୟ ? ଏହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ବଢ଼ି ଚାଲିଛି ଉତ୍ସାହ ।

ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ନାହିଁକି, କିଡନୀ ସମସ୍ୟା ଅଛି, ଡାଇବେଟିସ ଓ ରକ୍ତ ପରୀକ୍ଷା କରିବାକୁ ଚାହୁଛନ୍ତି ତେବେ ଏଥି ପାଇଁ ଆପଣକୁ ମେଡ଼ିକାଲରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି କି ଅଧିକ ଟଙ୍କା ଦେବାକୁ ପଡ଼ିବନି, କାରଣ ମାତ୍ର କିଛି ସେକେଣ୍ଡରେ କରିପାରିବେ ଅକ୍ସିଜେନ, ହିମୋଗ୍ଲୋବିନ, ଗ୍ଲୁକୋଜ, ବିଲିରୁବିନ, କ୍ରିଏଟିନି ଟେଷ୍ଟ। ମୁଖ୍ୟ କଥା ହେଲା ଯେ ବିନା କୌଣସି ରକ୍ତ ସଂଗ୍ରହ କରି ଏହି ଟେଷ୍ଟ କରି ହେଉଛି।

ମାତ୍ର ୩୫ ଟଙ୍କା ଖର୍ଚ୍ଚ କରି ୧୦ ସେକେଣ୍ଡରେ ଜାଣି ହେବ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟେଷ୍ଟ


ପ୍ରଥମେ ଅକ୍ସିଜେନ୍ ମାପିବା ଭଳି ନିଜ ଆଙ୍ଗୁଳି ଟିପକୁ ଏହି ଇଜିଚେକ୍ ମେସିନରେ ରଖିବାକୁ ପଡ଼ିବ। ମୋବାଇଲରେ ଥିବା ଏକ ଆପ ଆପଣଙ୍କ ଡାଟା ସଂଗ୍ରହ କରିବ। ଆଉ ୧୦ ସେକେଣ୍ଡରେ ଆପଣ ପାଇପାରିବେ ଆପଣଙ୍କ ଟେଷ୍ଟ ରିପୋର୍ଟ। ଏଥିପାଇଁ ଆପଣଙ୍କୁ ମେଡ଼ିକାଲ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି। ଏହି ଟେଷ୍ଟ ପାଇଁ ଆପଣ କେବଳ ନିଜର ନାମ ଓ ବୟସ କହିବା ପରେ ଆରମ୍ଭ ହେବ ଟେଷ୍ଟ। ଏଥି ପାଇଁ ଆପଣଙ୍କୁ ମାତ୍ର ୩୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବା ଟେଷ୍ଟ ପାଇଁ ୩୫ ଟଙ୍କା ଦେବାକୁ ପଡ଼ିବ।

ମେସିନ୍ ବିଷୟରେ ଆଲୋଚନା କରି ଏହାର ପ୍ରତିଷ୍ଠାତା ପାର୍ଥ କହିଛନ୍ତି, "ଏହି ମେସିନର ଏବେ କ୍ଲିନିକାଲ ଟ୍ରାଏଲ ବି ସରିଛି । ଏଥିରେ ୯୫ ପ୍ରତିଶତ ସଠିକ ଆସୁଛି। ଯାହାକୁ ସବୁ ମହଲରୁ ସମର୍ଥନ ମିଳିବା ସହ ପ୍ରାୟ ଲୋକ କିଣିବା ପାଇଁ ଅର୍ଡର୍ ଦେଇଛନ୍ତି। ବ୍ୟକ୍ତିଗତ କାହାରିକୁ ବିକ୍ରି ପାଇଁ ଇଚ୍ଛା ନାହିଁ। କାରଣ ଯେଉଁଠି ଏକାଧିକ ଗରିବ ଲୋକ ଓ ମହିଳା ଉପକୃତ ହେବେ ତା ଉପରେ ଫୋକସ୍ କରାଯାଉଛି ।’’

ପାର୍ଥଙ୍କ ନିଜ ଘର କୋଲକାତାର ଏଗ୍ରା ଗ୍ରାମରେ। ଆର୍ଥିକ ଅନଟନ ଭିତରେ ବଢୁଥିବା ପାର୍ଥଙ୍କ ବାପା-ମା' ହାର୍ଟ ଓ ଅନ୍ୟ ରୋଗରେ ପୀଡ଼ିତ। ଏଥି ପାଇଁ ମେଡ଼ିକାଲ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ। ଏମ.ବି.ଏ. ପାଠ ସରିବା ପରେ ଇଲେକ୍ଟ୍ରିକାଲରେ ଇଞ୍ଜିନିୟର କରିବା ପରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ।

ପାର୍ଥ ପ୍ରୀତମ ଦାସ ମହାପାତ୍ରଙ୍କ ଚମତ୍କାର ଉଦ୍ଭାବନ


ହେଲେ ନିଜ ବାପା-ମା'ଙ୍କ ଯେଉଁ ଅବସ୍ଥା ସେ ଭଳି ଅନ୍ୟ କେଉଁ ପରିବାରର ସନ୍ତାନ ମାନେ ନ ଦେଖନ୍ତୁ ଓ ହାତ ପହନ୍ତାରେ ସବୁ ଟେଷ୍ଟ କିଭଳି କରାଯିବ ସେ ନେଇ ନିଜସ୍ଵ ଜ୍ଞାନ କୌଶଳରେ ତିଆରି କଲେ ଏହି ମେସିନ। ଗ୍ରାମାଞ୍ଚଳରେ କିଭଳି ସବୁ ଲୋକଙ୍କ ପାଖରେ ଏହା ପହଞ୍ଚି ପାରିବ ଏହା ତାଙ୍କର ଲକ୍ଷ୍ୟ ରହିଛି ।

ସେଥି ପାଇଁ ପାର୍ଥଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛି ଇଣ୍ଡିଆନ ଅଏଲ କର୍ପୋରେସନ ସହ KIIT-TBI । ଏହି ମେସିନରେ ୬୦ଟି ଯାନ୍ତ୍ରିକ ଉପକରଣ ଅଛି। ସବୁ ମେଡ୍ ଇନ୍ ଇଣ୍ଡିଆ। କେବଳ ସେନ୍ସର୍ ହେଉଛି ଜାପାନର । ଏଥିରେ ଥିବା ବ୍ୟାଟେରୀ ନାମ ହେଉଛି ଲିଥିୟାମ ଆୟାନ ରିଚାର୍ଜଏବୁଲ ବ୍ୟାଟେରୀ। ଯାହା ଥରେ ଚାର୍ଜ ହେଲେ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବ।

ଏଥି ପାଇଁ ଇଜି - ଆରଏକ୍ସରେ ୧୪ ଜଣରୁ ଅଧିକ ଯୁବକ ଯୁବତୀ ଏହି ମେସିନ କାମରେ ଲାଗିବା ସହ ଗବେଷଣା ବି କରୁଛନ୍ତି। ଇଜିଚେକ୍ ଅପ୍ ସହ ମୋବାଇଲ ଆପ ବ୍ଲୁ ଟୁଥ ଦ୍ବାରା ସଂଯୋଗ କରାଇଲେ ଏହାକୁ ଯେ କେହି ବି ଚଳାଇ ପାରିବେ। କେବଳ ଟିକେ ପ୍ରଶିକ୍ଷଣ ଦରକାର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ବି.ଏମ୍.ସି., ମେଡିକାଲ ଓ ଏନ.ଜି.ଓ. ଯେଉଁମାନେ କି ଟେଷ୍ଟ ସହ ସ୍ବାସ୍ଥ୍ୟ କ୍ୟାମ୍ପ କରୁଛନ୍ତି ତାଙ୍କ ସହ ଇଜି-ଆରଏକ୍ସ ମଧ୍ୟ ଚୁକ୍ତିନାମା ସରିଛି । ଖୁବ୍ ଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିବ। ଏହି ମେସିନର ଦାମ ହେଉଛି ୩୫,୦୦୦ ଟଙ୍କା।

ରାଜ୍ୟରେ ଅଧିକାଂଶ ମହିଳାଙ୍କ ରକ୍ତହୀନତାର ଶିକାର ହେଉଛନ୍ତି । ତାଙ୍କ ଠାରେ ହିମୋଗ୍ଲୋବିନ ପରିମାଣ କମ୍ ଥାଏ। ସେ କାରଣରୁ ଅନେକ ରୋଗର ଶିକାର ହୁଅନ୍ତି। ଉପାନ୍ତ ଅଞ୍ଚଳର ମହିଳା ମାନେ ମଧ୍ୟ ମେଡ଼ିକାଲକୁ ଟେଷ୍ଟ କରିବାକୁ ଆସନ୍ତୁ ନାହିଁ। ତାଙ୍କ ପାଖରେ କିଭଳି ଏହି ସେବା ପହଞ୍ଚିବ ତା ଉପରେ ଗୁରୁତ୍ବ ଦେଇଛନ୍ତି ପାର୍ଥ। ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ଚୈତାଲି ଦାସ ମହାପାତ୍ର।
Published by: Lipina Das
First published: August 5, 2021, 1:12 PM IST