ସୁପ୍ରିମ କୋର୍ଟର ୩ଜଣିଆ ଖଣ୍ଡପୀଠ ପୋଲାଭରମ ସଂକ୍ରାନ୍ତୀୟ ବିବାଦୀୟ ମାମଲାର ଆଜି କରିବେ ଶୁଣାଣି

ତିନି ରାଜ୍ୟର ସରକାର ଏନେଇ ପୂର୍ବରୁ ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିସାରିଥିବାବେଳେ ଅନେକ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏନେଇ ସୁପ୍ରିମକୋର୍ଟରେ ମାମଲା ଦାୟାର କରିସାରିଛନ୍ତି ।

ସୁପ୍ରିମ କୋର୍ଟର ୩ଜଣିଆ ଖଣ୍ଡପୀଠ ପୋଲାଭରମ ସଂକ୍ରାନ୍ତୀୟ ବିବାଦୀୟ ମାମଲାର ଆଜି କରିବେ ଶୁଣାଣି
ଆନ୍ଧ୍ରପ୍ରଦେଶରେ ଚାଲିଥିବା ବିବାଦୀୟ ପୋଲାଭରମ ପ୍ରଜେକ୍ଟ
  • News18 Odia
  • Last Updated: January 14, 2020, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ଆନ୍ଧ୍ରପ୍ରଦେଶ ସରକାର ଗୋଦାବରୀ ନଦୀ ଉପରେ ନିର୍ମାଣ କରୁଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଆଜି ସୁପ୍ରିମ କୋର୍ଟରେ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଏହି ବିବାଦୀୟ ପ୍ରକଳ୍ପକୁ ବନ୍ଦ କରିବାକୁ ଓଡ଼ିଶା ସୁପ୍ରିମ କୋର୍ଟରେ ପୂର୍ବରୁ ଆବେଦନ କରିଥିଲା । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍.ଭି. ରମନ୍ନା, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ଗଠନ ହୋଇଛି ଏହାର ଶୁଣାଣି କରିବେ । ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରଧାମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଚିଠି ଲେଖିସାରିଛନ୍ତି । ଏହା ଛଡ଼ା କୋର୍ଟ ଛତିଶଗଡ଼ର ରେଲା ନାମକ ଏନଜିଓ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି କରିବେ ।

ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶରେ ୯୬୦ ମେଗାଓ୍ବାଟର ହାଇଡ୍ରୋ ପାଓ୍ବାର ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହେବ । କେବଳ ଓଡ଼ିଶାର ନୁହେଁ ଛତିଶଗଡ଼ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳ ମଧ୍ୟ ଏହା ଦ୍ବାରା ପ୍ଳାବିତ ହେବ ବୋଲି ଜଣାପଡ଼ିଛି । ଏହା ଆନ୍ତଃ ରାଜ୍ୟ ଜଳ ସନ୍ଧିକୁ ପ୍ରଭାବିତ କରୁଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଓଡ଼ିଶା ସରକାର ପୂର୍ବରୁ ଦାବି କରିଆସୁଛନ୍ତି ।

ଏହାକୁ ନେଇ ଜୁଲାଇ ୨୦୧୮ରେ ସୁପ୍ରିମ କୋର୍ଟର ୨ଜଣିଆ ଖଣ୍ଡପୀଠ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କୁ ଶୁଣାଣି ଲାଗି ନିଜର ପକ୍ଷ ରଖିବାକୁ କହିଥିଲେ । ତେବେ ସେତେବେଳେ ତେଲେଙ୍ଗାନା ସରକାର କୋର୍ଟରେ ଏହି ଯୋଜନା ନେଇ ସୈଦ୍ଧାନ୍ତିକ ସହମତି ପ୍ରକା କରିଥିବାବେଳେ କେନ୍ଦ୍ର ଦ୍ବାରା (cwprs) ପୁଣେ ଭଳି ସଂସ୍ଥା ଦ୍ବାରା ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ ଡିଜାଇନ ବୃଦ୍ଧିକୁ ଅନୁଧ୍ୟାନ କରିବାକୁ କହିଥିଲେ । କାରଣ ଏହା ଦ୍ବାରା ତେଲେଙ୍ଗାନାର ମନ୍ଦିର ଶହର ଭଦ୍ରାଚଳମ ଏବଂ ମହତ୍ବପୂର୍ଣ୍ଣ ଖଣି ଅଞ୍ଚଳ ପ୍ରତି ବିପଦ ରହିଥିବା କହିଥିଲେ । ସେହିପରି ଓଡ଼ିଶା ସରକାର ମଧ୍ୟ ଏହାଦ୍ବାରା ଯେଉଁ ଜଳ ସଂରକ୍ଷଣ ହେବ ତାହାର ଅନୁଧ୍ୟାନ କରିବାକୁ ଆବେଦନ କରିଥିଲେ ।
First published: January 14, 2020, 1:18 PM IST
corona virus btn
corona virus btn
Loading