ଖୁବ୍ ଶୀଘ୍ର ବାଲେଶ୍ଵରରେ ଉଦଘାଟନ ହେବ ୨୨ ଫୁଟର ଶିବଙ୍କ ପ୍ରତିମୂର୍ତ୍ତି

ଖୁବ୍ ଶୀଘ୍ର ହରଗଙ୍ଗା ପୋଖରୀରେ ସ୍ଥାପିତ ହେବାକୁ ଯାଉଛି ୨୨ ଫୁଟ୍ ଉଚ୍ଚତା, ୧୪ ଫୁଟ୍ ଓସାର ଏବଂ ଅଢେଇ ଟନ୍ ଓଜନର ଶିବଙ୍କ ମୂର୍ତ୍ତି।

ବାଲେଶ୍ଵରରେ ଉଦ୍ଘାଟନ ହେବ ୨୨ ଫୁଟର ଶିବଙ୍କ ପ୍ରତିମୂର୍ତ୍ତି

ବାଲେଶ୍ଵରରେ ଉଦ୍ଘାଟନ ହେବ ୨୨ ଫୁଟର ଶିବଙ୍କ ପ୍ରତିମୂର୍ତ୍ତି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ବାଲେଶ୍ଵର: ଆଉ ମାତ୍ର କିଛି ଦିନ ପରେ ହସି ଉଠିବ ବାଲେଶ୍ୱର ସହରର ମଠସାହି । ଚଳଚଞ୍ଚଳ ହୋଇ ଉଠିବ ସମଗ୍ର ଅଞ୍ଚଳ। କାରଣ ଖୁବଶୀଘ୍ର ହରଗଙ୍ଗା ପୋଖରୀରେ ସ୍ଥାପିତ ହେବାକୁ ଯାଉଛି ୨୨ ଫୁଟ୍ ଉଚ୍ଚତା, ୧୪ ଫୁଟ୍ ଓସାର ଏବଂ ଅଢେଇ ଟନ୍ ଓଜନର ଶିବଙ୍କ ମୂର୍ତ୍ତି । ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପୋଖରୀ ଉନ୍ନତି କରଣ ଯୋଜନାରେ ପାଖାପାଖି ୧୫ ଲକ୍ଷ ଟଙ୍କା ବ୍ୟୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଚାରିମାସ ଧରି ଫାଇଭର ରେ ମୂର୍ତ୍ତିଟି ନିର୍ମାଣ ହୋଇଥିବା ବେଳେ ବାଲେଶ୍ୱରର କାରିଗର ଉପେନ୍ଦ୍ର ଗିରି ଏହାକୁ ନିର୍ମାଣ କରିଛନ୍ତି।

ସାତ ଜଣ କାରିଗର ଏଥିରେ ତାଙ୍କୁ ସହାୟତା କରିଥିଲେ। ମୂର୍ତ୍ତିକୁ କ୍ରେନ୍ ଯୋଗେ ଅଣାଯାଇ ପୋଖରୀରେ ବସାଯାଇଛି। ଏଥିପାଇଁ ପୂର୍ବରୁ ହରଗଙ୍ଗା ପୋଖରୀ ମଝିରେ ପାଖାପାଖି ୪୦ ଫୁଟ୍ ର ଷ୍ଟ୍ରକଚର୍ ନିର୍ମାଣ କରାଯାଇଥିଲା । ସେହିପରି ପୋଖରୀ ଚାରିପଟେ ଚାରିଗୋଟି ଦେବଦାସୀଙ୍କ ପଥର ମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ ଓ ଆଲୋକରେ ସଜାଯିବ। ସମସ୍ତ କାର୍ଯ୍ୟ ସରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡ଼ରେ ଉନ୍ମୋଚନ କରିବେ ବୋଲି ପୂର୍ବତନ ଉପ ନଗରପାଳ ମନୋଜ କୁମାର ରାଉତ ସୂଚନା ଦେଇଛନ୍ତି ।

ହରଗଙ୍ଗା ପୋଖରୀରେ ଶିବଙ୍କ ମୂର୍ତ୍ତି ସ୍ଥାପନ ହେବା ଖବର ଜଣା ପଡିବା ପରେ ସହରବାସିଙ୍କ ସମେତ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି । ଶିବଙ୍କ ମୂର୍ତ୍ତି ଉନ୍ମୋଚନ ହେବା ପରେ ଏହି ଅଂଚଳ ଏକ ପ୍ରସିଦ୍ଧ ସ୍ଥାନ ଭାବେ ପରିଗଣିତ ହେବ ଓ ପୂର୍ବ ଅପେକ୍ଷା ଏଠିକାର ସୌନ୍ଦର୍ଯ୍ୟ ବୃଦ୍ଧି ହେବ । ସହର ତଥା ଆଖପାଖ ଅଞ୍ଚଳରୁ ଦର୍ଶକମାନେ ମହାଦେବଙ୍କ ମୂର୍ତ୍ତି ଦର୍ଶନ କରିବା ସହ ସ୍ଥାନୀୟ ପରିବେଶକୁ ଉପଭୋଗ କରିବେ।
Published by:Soumyashree Mishra
First published: