ଭୁବନେଶ୍ୱରରେ ଆୟୋଜିତ ହେଲା ୨ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ

ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।

ଭୁବନେଶ୍ୱରରେ ଆୟୋଜିତ ହେଲା ୨ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ

ଭୁବନେଶ୍ୱରରେ ଆୟୋଜିତ ହେଲା ୨ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ଗୋଟିଏ ସମୟ ଥିଲା ଯେତେବେଳେ ଓଡ଼ିଶାକୁ କ୍ଷୀର , ଚିକେନ , ଅଣ୍ଡା ଓ ମାଛ ଆଦି ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ସମୟ ବଦଳିଛି । ଏହି କ୍ଷେତ୍ରରେ ଓଡ଼ିଶା ଏବେ ସ୍ୱୟଂ ସଂପୂର୍ଣ୍ଣ ରାଜ୍ୟ ଭାବେ ନିଜ ପରିଚୟ ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛି । ରାଜ୍ୟ ସରକାର ଏଦିଗରେ ନିରନ୍ତର ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । ତେବେ ଏ ଦିଗରେ ସମସ୍ତଙ୍କ ସହଭାଗୀତା ଜରୁରୀ । କେବଳ ରାଜ୍ୟ ସରକାରଙ୍କ ଏକାକୀ ଉଦ୍ୟମ ନୁହେଁ, ବରଂ ସବୁବର୍ଗର ଲୋକେ ଏଥିରେ ସହଯୋଗୀ ହେବାପାଇଁ ଆନ୍ତରିକ ଉଦ୍ୟମ କରିବା ଦରକାର । ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।

ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଏକ ସମୟ ଉପଯୋଗୀ ପ୍ରୟାସ । ଏହା ଦ୍ୱାରା ଓଡ଼ିଶାର ଯୁବକମାନଙ୍କ ଭିତରେ ଶିଳ୍ପ ଉଦ୍ୟୋଗୀ ହେବାର ଆତ୍ମବିଶ୍ୱାସ ସ୍ରୁଷ୍ଟି ହୋଇପାରିଛି । ତେବେ ଏକାକୀ ସରକାରୀ ଉଦ୍ୟମ ନୁହେଁ, ଏଥିରେ ସଫଳତା ପାଇବା ପାଇଁ ମିଳିତ ଉଦ୍ୟମ ଦରକାର । ବିଶେଷ କରି ଚାଟାର୍ଡ ଆକାଉଣ୍ଟାଣ୍ଟ ମାନେ ଏ ଦିଗରେ ସହଯୋଗ କରିବା ଜରୁରୀ । ଭୁବନେଶ୍ୱରରେ ଆୟୋଜିତ ୧୯ ତମ ଜାତୀୟ ସିଏ ସମ୍ମିଳନୀରେ ଯୋଗ ଦେଇ ଏହା  ଏଭଳି କଥା କହିଛନ୍ତି ଶିଳ୍ପମନ୍ତ୍ରୀ ।

ସେ କହିଛନ୍ତି ଯେ, ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ଯୁବକଙ୍କ ପାଇଁ କେବଳ ଚାକିରି ଏକମାତ୍ର ମାର୍ଗ ନୁହେଁ । ସେମାନେ କିଭଳି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବେ ତାହା ଉପରେ ଗୁରୁତ୍ୱ ଦେବା ଉଚିତ । ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଓଡ଼ିଶା ଯେଭଳି ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ସେ ନେଇ  ଉଦ୍ୟମ କରିଛନ୍ତି । ଏଥିପାଇଁ ସମସ୍ତେ ଆନ୍ତରିକ ସହଯୋଗ କରିବାକୁ ଆଗେଇ ଆସିବା ଆବଶ୍ୟକ । ତାହା ହେଲେ ହିଁ  ଓଡ଼ିଶା ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବ ।

ଆଇସିଏଆଇ ଭୁବନେଶ୍ୱରର ଉପ ଅଧ୍ୟକ୍ଷ ପ୍ରଦୀପ ସାହୁ କହିଛନ୍ତି ଯେ, ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ସମେତ  ରାଜ୍ୟ ବାହାରୁ ୧୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେମାନଙ୍କୁ ଦେଶର ବଦଳୁଥିବା ଆର୍ଥିକ ନିୟମ ବାବଦରେ ଅଵଗତ କରାଇବା ଥିଲା ମୁଖ୍ୟ ଲକ୍ଷ୍ୟ ।  ତେଣୁ ଏହି ସମ୍ମିଳନୀର ମୂଳ ଉଦେଶ୍ୟ ଥିଲା ବଦଳୁଥିବା ସମୟର ଆବଶ୍ୟକତା ଅନୁସାରେ ଚାଟାର୍ଡ ମାନେ  ଅଵଗତ ହେବା ଦରକାର । ସେଥିପାଇଁ ପ୍ରଶିକ୍ଷଣ ଜରୁରୀ ।  ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଝାରଖଣ୍ଡ, ଓ ପଶ୍ଚିମବଙ୍ଗରୁ  ଚାଟାର୍ଡ ଆକାଉଣ୍ଟାଣ୍ଟ ମାନେ ଏଥିରେ ଯୋଗ ଦେଇଥିଲେ ।
Published by:Soubhagya Mishra
First published: