ସୁଆଣ୍ତୋର ଗୋପବନ୍ଧୁଙ୍କ ଜନ୍ମପୀଠର ହେଉଛି କଳେବର; ୩ ମାସରେ ସରିବ ଉନ୍ନୟନ କାର୍ଯ୍ୟ

ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଧେଶ୍ୟରେ ପ୍ରତିଷ୍ଠା ହେବ ୧୫ଫୁଟ ଉଚ୍ଚର ବ୍ରୋଞ୍ଜ ମୂର୍ତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରତିଟି ସମୟରେ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ସୁଆଣ୍ଡୋ ପରିଦର୍ଶନ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ

ସୁଆଣ୍ଡୋ ପରିଦର୍ଶନ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ

  • Share this:
News18 Odia Digital

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଜନ୍ମପୀଠର ଚାଲିଛି କଳେବର। ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଧେଶ୍ୟରେ ପ୍ରତିଷ୍ଠା ହେବ ୧୫ଫୁଟ ଉଚ୍ଚର ବ୍ରୋଞ୍ଜ ମୂର୍ତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରତିଟି ସମୟରେ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

"ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥ ନିକଟ ପଟ୍ଟନାୟିକିଆ ଛକରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର   ଓ ପଟ୍ଟନାୟିକିଆଠାରୁ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଓ ମ୍ୟୁଜିୟମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସଂଗ୍ରହାଳୟ ପରିସରରେ ପୁଷ୍କରିଣୀ, ସଂଗ୍ରହାଳୟ ଗୃହ, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି, ପିଲାମାନଙ୍କ ପାଇଁ ପାର୍କ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏଥିସହ ସଂଗ୍ରହାଳୟକୁ ଲାଗି ପରକ୍ରମା ମାର୍ଗ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଗାଡ଼ି ପାର୍କଂ ନିମନ୍ତେ ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ । ୩ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବ ଭି.କେ ପାଣ୍ତିଆନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି," ଜିଲ୍ଲାପାଳ ସମର୍ଥ ବର୍ମା।

ସୁଆଣ୍ଡୋ ଜନ୍ମପୀଠର ଚାଲିଛି କଳେବର


ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସଙ୍କ କହିବା ଅନୁଯାୟୀ, ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିୟମ ଓ ପୋଖରୀର ବିକାଶ ସହ ଉତ୍କଳମଣୀଙ୍କର ୧୫ ଫୁଟର ଏକ ବ୍ରୋଞ୍ଜ ମୂର୍ତ୍ତି କରିବା ନେଇ ଜାଗା ଚିହ୍ନଟ ନେଇ ଆଲୋଚନା କରିଥିଲେ। ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ସମସ୍ତ ପ୍ରକଳ୍ପକୁ ଶୀଘ୍ର ସାରିବା ନେଇ ଅଧିକାରୀମାନଙ୍କୁ ତାଗିଦ କରିଥିଲେ  । ଆଉ ଏଥିପାଇଁ ଗ୍ରାମବାସୀଙ୍କ ସହଯୋଗ କାମନା କରିବା ସହ ଦୀର୍ଘ ୫୦ ବର୍ଷ ପରେ ସୁଆଣ୍ଡୋ ନୂଆ ରୁପ ପାଇବାକୁ ଯାଉଥିବାରୁ ଗ୍ରାମବାସୀମାନେ ବେଶ ଖୁସି ଓ ଗୋପବନ୍ଧୁଙ୍କ ଦାୟାଦମାନେ ନିଜକୁ ଗୌରବାନ୍ୱିତ ମନେକରିଛନ୍ତି।
Published by:Soumya Das
First published: