ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗକୁ ନେଇ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା

ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଓ ଯୁବ ଛାତ୍ର, ମହିଳା ସଙ୍ଗଠନମାନଙ୍କର ପ୍ରତିନିଧିଙ୍କ ସମେତ ୧୦ରୁ ଅଧିକ ବିଭିନ୍ନ ସଙ୍ଗଠନର ସାମୁହିକ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ ନିଆଯାଇଛି।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗକୁ ନେଇ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗକୁ ନେଇ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା

  • Share this:
News18 Odia Digital

ବାଲେଶ୍ବର: ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବାଲେଶ୍ଵର ଜିଲ୍ଲାରେ ଦେଖା ଦେଇଥିବା ବେଳେ ପ୍ରତିବାଦରେ ଜୁନ ୧୬ ତାରିଖ ଗୁରୁବାର ସକାଳ ୬ଟାରୁ ନେଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ସ୍ଥାନୀୟ ଫାଣ୍ଟାସି ହୋଟେଲ୍ ସଭାଗୃହରେ ଏନେଇ ଅନୁଷ୍ଠିତ ଏକ ମିଳିତ ପ୍ରସ୍ତୁତି ବୈଠକରେ ଆହ୍ବାନ ଦିଆଯାଇଛି।

ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଓ ଯୁବ ଛାତ୍ର, ମହିଳା ସଙ୍ଗଠନମାନଙ୍କର ପ୍ରତିନିଧିଙ୍କ ସମେତ ୧୦ରୁ ଅଧିକ ବିଭିନ୍ନ ସଙ୍ଗଠନର ସାମୁହିକ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ ନିଆଯାଇଛି।

ବାଲେଶ୍ବରରେ ଲଗାତାର ହତ୍ୟା, ଛିନତାଇ, ଚୋରି, ରାହାଜାନି ଓ ବହୁଳ ନିଶା କାରବାର ଫଳରେ ଶାନ୍ତିପ୍ରିୟ ଜିଲ୍ଲାବାସୀଙ୍କ ଧନ, ଜୀବନ ଓ ସମ୍ମାନ ରକ୍ଷା କରିବାରେ ପୋଲିସର ବିଫଳତାକୁ ବକ୍ତାମାନେଚରମ ଦାୟୀ କରି ଜିଲ୍ଲାବ୍ୟାପୀ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନଙ୍କ ସଙ୍ଗଠନର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଜିଲ୍ଲାବାସୀ ଏହି ବନ୍ଦକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ବାର ଆସୋସିଏସନ ସଭାପତି ମନୋଜ ନାୟକ କହିଛନ୍ତି, ‘‘ବାଲେଶ୍ୱର ଏବେ ଅପରାଧୀ ମାନଙ୍କର ଭୂସ୍ବର୍ଗ ପାଲଟି ଯାଇଛି। ପୋଲିସ ବିଭାଗର ଅପାରଗତା ପାଇଁ ଦିନକୁ ଦିନ କ୍ରାଇମ ବଢ଼ିବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଏଥି ପାଇଁ ସବୁ ବର୍ଗର ଲୋକେ ଏକତ୍ରିତ ହୋଇ ସାର୍ବଜନୀନ ନିଷ୍ପତ୍ତି କ୍ରମେ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ କେବଳ ଆମେ ନୁଁହେ ସାଧାରଣ ଲୋକ ମଧ୍ୟ ଭାଗ ନେବେ।"

ଜିଲ୍ଲାବାସୀ ଏହି ବନ୍ଦକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଏହି ବୈଠକରେ ଓକିଲ ସଙ୍ଘର ସଭାପତି ମନୋଜ ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ବେହେରା ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ। ସାମାଜିକ କର୍ମୀ ତଥା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକସୂଚନା ଦେଇଥିଲେ।

ଏହି କନ୍‌ଭେନସନ୍‌ରେ ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ବାଲେଶ୍ଵର ଓକିଲ ସଙ୍ଘ, ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ୍, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ୍), ବାଲେଶ୍ଵର ଚାମ୍ବର ଅଫ୍‌ କମର୍ସ, ବାଲେଶ୍ଵର ବ୍ୟବସାୟୀ ସଙ୍ଘ, ବାଲେଶ୍ଵର ମୋଟର ପରିବହନ କର୍ମଚାରୀ ସଙ୍ଘ, ଫକୀରମୋହନ କଲେଜ ଆଲୁମ୍ ଆସୋସିଏସନ, ସାଧାରଣ ବୀମା କର୍ମଚାରୀ ସଙ୍ଘ, ପେଟ୍ରୋଲ୍ ପମ୍ପ୍ ଆବାହକ- ଓକିଲ ସଙ୍ଘ ଓ ସିଭିଲ୍ ସୋସାଇଟି, ମାଲିକ ସଙ୍ଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ, ବାଲେଶ୍ବର ପଥ ବିକ୍ରେତା ସଙ୍ଘ, ବାଲେଶ୍ବର ଟ୍ରେଡ୍‌ ୟୁନିୟନ ଆସୋସିଏସନ ସମନ୍ବୟ ସମିତି, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ଟିୟୁସିସି, ୟୁଟିୟୁସି ଲେନିନ୍ ସରଣୀ, ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ, ଅଖିଳ ଭାରତ ଯୁବ ସଂଘ, ଚାଷୀ ଏକତା ମଞ୍ଚ, ଗଣତାନ୍ତ୍ରିକ ମହିଳା ସମିତି, ଉତ୍କଳ ମହିଳା ସମିତି, ବାଲେଶ୍ଵର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ସ୍କୁଲ ଆଲୁମ୍‌ ଆସୋସିଏସନ, ପରି ଅନେକ ସଙ୍ଗଠନ ସମର୍ଥନ ଦେବା ସହିତ ବନ୍ଦ ପାଳନରେ ଭାଗ ନେବେ ବୋଲି କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ କିଛି ଦିନ ହେବ ବାଲେଶ୍ୱର ସହରରେ ହତ୍ୟା, ରାହଜାନୀ, ଲୁଟ ଭଳି ଜଘନ୍ୟ ଅପରାଧ ଘଟିବାରେ ଲାଗିଛି। ଏନେଇ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି ହେଲେ ସିରିଜ ଲୁଟର ଯେଉଁ ଚେନ୍ ଲମ୍ବିଛି ତାକୁ ଧରିବାରେ ପୋଲିସ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି ନାବାଳକ ଏହି ଲୁଟ କରୁଥିବା ଅଭିଯୋଗ ହେଉଥିବା ବେଳେ ଏନେଇ ପୋଲିସର ଗୋଇନ୍ଦା ବିଭାଗ ଫେଲ୍ ବୋଲି କୁହାଯାଉଛି।

ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି, ‘‘ନାବାଳକଙ୍କ ପାଇଁ ଆଇନ କଡ଼ା ନାହିଁ ଏଥିପାଇଁ ଏମାନେ ଅପରାଧ କଲେ ସହଜରେ ଖସି ଯାଇ ପାରୁଛନ୍ତି। ଏନେଇ ପୋଲିସ କେବଳ ଗିରଫ ନୁହେଁ ବ୍ୟବସ୍ଥାର ପରିବର୍ତ୍ତନ ହେବା ଆବଶ୍ୟକ ଓ ଜୁଭେନାଲ ନିୟମର ବୟସ ସୀମା କମ ହେବା ଆବଶ୍ୟକ। "
Published by:Lipina Das
First published: