ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା; ରାଗିଙ୍ଗ ଅଭିଯୋଗ ଆଣିଲେ ପରିବାର ଲୋକ

ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ଖଣ୍ଡ ବିଖଣ୍ଡିତ ମୃତ ଦେହ ରେଳଧାରଣା ଉପରୁ ଜିଆରପି ପୋଲିସ ଉଦ୍ଧାର କରିଛି। ଏନେଇ ପରିବାର ଲୋକ ବିଦ୍ଯାଳୟ ନାମରେ ଥାନାରେ ଏକ ଅଭିଯୋଗ ଦେଇଛନ୍ତି ।

ମୃତ ସୁରଜ ଗୁପ୍ତା (ପ୍ରତୀକାତ୍ମକ ଛବି)

ମୃତ ସୁରଜ ଗୁପ୍ତା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ବାଲେଶ୍ବର: ସହରରେ ଏବେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମଙ୍ଗଳବାର ପୁଣି ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ବାଲେଶ୍ବର ସହର ସ୍ଥିତି ସିଦ୍ଧି ବିନାୟକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ଖଣ୍ଡ ବିଖଣ୍ଡିତ ମୃତ ଦେହ ତାମୁଳିଆ ଓଭରବ୍ରିଜ ନିକଟସ୍ଥ ରେଳଧାରଣା ଉପରୁ ଜିଆରପି ପୋଲିସ ଉଦ୍ଧାର କରିଛି। ଏନେଇ ପୋଲିସ ୭୬ /୨୨ ନମ୍ବରରେ ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଟାଉନଥାନା ଅନ୍ତର୍ଗତ ତାରାଣୀଛକ ଅଞ୍ଚଳର ସନ୍ତୋଷ କୁମାର ଗୁପ୍ତାଙ୍କ ପୁଅ ୧୫ ବର୍ଷୀୟ ସୁରଜ କୁମାର ଗୁପ୍ତା । ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଲୋକେ ସ୍କୁଲର ଅନ୍ୟଜଣେ ଛାତ୍ର ତାଙ୍କ ପୁଅକୁ ମାଡ ମାରିବା ଓ ଏନେଇ ପୋଲିସରେ ଅଭିଯୋଗ କଲେ କ୍ୟାରିୟର ବରବାଦ କରିଦେବା ବିଦ୍ୟାଳୟ କର୍ତ୍ତୃପକ୍ଷ ଧମକ ଦେଇଥିବାରୁ ସୁବ୍ରତ ଆତ୍ମହତ୍ୟା କରିଛନ୍ତି ବୋଲି ସଦର ଥାନାରେ ଅଭିଯୋଗ କରିଛନ୍ତି।

"ସୁରଜଙ୍କ ଖଣ୍ଡ ବିଖଣ୍ଡିତ ଶରୀର ତାମୁଳିଆ ଓଭରବ୍ରିଜ ନିକଟସ୍ଥ ରେଳଧାରଣା ଉପରେ ପଡ଼ିଥିବା ନେଇ ଜିଆରପି ପୋଲିସ ଆଜି ଅପରାହ୍ଣ ୩ଟାରେ ଖବର ପାଇଥିଲା। ଏନେଇ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ତେବେ ତାଙ୍କର ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ରେଳଧାରଣା ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏନେଇ ପୋଲିସ ସମସ୍ତ ଶରୀରକୁ ଏକାଠି କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇ ପଠାଇଥିଲା। ବିଶେଷ କରି ଛାତ୍ର ଜଣଙ୍କ ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ପାଇଥିଲେ ପୋଲିସ କର୍ମଚାରୀ । ଏନେଇ ଜିଆରପି ପୋଲିସ 76/22 ନମ୍ବରରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି," କହିଛନ୍ତି ତଦନ୍ତ କାରୀ ଅଧିକାରୀ ତଥା ଜିଆରପି ଏଏସଆଇ ରମେଶଚନ୍ଦ୍ର ପାଲଟାସିଂ।

ଏହାସହ ଶବ ବ୍ୟଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ମଧ୍ୟ କହିଛନ୍ତି। ହେଲେ ଏହି ଘଟଣାକୁ ସହଜରେ ନେଇପାରି ନାହାନ୍ତି ମୃତ ସୁରଜଙ୍କ ପରିବାର ଲୋକ। ତାଙ୍କ ପକ୍ଷରୁ

ବିଦ୍ୟାଳୟ ବିରୋଧରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ପରିବାର ଲୋକ। ସେମାନଙ୍କ ଅଭିଯୋଗ ଅନୁସାରେ,ତାଙ୍କ ପୁଅ ସୁରଜ ଭୋଇସାହି ସ୍ଥିତ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି। ଗତ ୧ ତାରିଖ ଦିନ ତାଙ୍କ ପୁଅ ବିଦ୍ୟାଳୟରୁ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କ ଡାହାଣ ବେକରେ କଳାଦାଗ ରହିଥିବା ଦେଖିବାକୁ ପାଇଥିଲେ। ହେଲେ ସେମାନେ ଏନେଇ ସୁରଜଙ୍କୁ ପଚାରିଥିଲେ ସୁଦ୍ଧା ସେ କିଛି କହିନଥିଲେ। ପରିବାର ଲୋକେ ତାଙ୍କୁ ବାଧ୍ୟ କରିବାରୁ ତାଙ୍କ ମାଡ ମରାଯାଇଥିଲା ଓ ସେହି ଦାଗ ଥିବା ନେଇ ପ୍ରକାଶ କରିଥିଲେ। ସେ ତାଙ୍କ ଡାହାଣ ହାତ ଉଠାଇ ପାରୁନଥିବା କହିବା ସହ ତାଙ୍କର ଜଣେ ସହପାଠୀ ଉଦୟ ନାମକ ଏକ ପିଲା ତାଙ୍କୁ କାଠ ବାଟାମରେ ମାଡମାରି ଖଣ୍ଡିଆ ଖାବରା କରିଥିବା କହିଥିଲେ। ଏନେଇ ତା ପର ଦିନ ତାଙ୍କ ପରିବାର ଲୋକ ସ୍କୁଲକୁ ଯାଇ ଘଟଣା ସମ୍ପର୍କରେ ପ୍ରିନ୍ସପାଲଙ୍କୁ କହିଥିଲେ। ହେଲେ ସେ କିଛି କହିନଥିବା ବେଳେ ସମସ୍ତ ଘଟଣା ସମ୍ପର୍କରେ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ଜାଣିଥିବା ବେଳେ ତାଙ୍କୁ ପଚାରିବା ପାଇଁ କହିଥିଲେ।
Published by:Soumya Das
First published: