ପିପିଲି ପୋଲିସକୁ ମିଳିଲା ବଡ଼ ସଫଳତା
News18 Odia Digital
ପୁରୀ: ପିପିଲି ପୋଲିସକୁ ମିଳିଲା ବଡ଼ ସଫଳତା। ପୋଲିସ କବଜାରେ ଧଳା ଜହର ବେପାରୀର ମାଷ୍ଟରମାଇଣ୍ଡ। ପିପିଲି ଉତ୍ତରା ଛକ ଠାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପିପିଲି ପୋଲିସ।
ସକାଳ ୭ଟାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ଏହା ସହ ୯୮୭ କେଜିର ବ୍ରାଉନ ସୁଗାର ସହ ଏକ ମୋଟର ସାଇକେଲ ସହ ଏକ ସ୍କୁଟି ଗାଡ଼ି ଜବତ କରାଯାଇଛି।
ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୁରୀ ଏସପି। ଆଉ ଏଥରେ ଅନ୍ତଃରାଜ୍ୟ କିଙ୍ଗପିନ ଓ ବ୍ରାଉନ ସୁଗର ମାଫିଆ ଜୁମା ଓରଫ ମୁରାସିଦ ଖାଁଙ୍କ ସମେତ ୪ ଗିରଫ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।