ଗୁଡି ଉଡାଇବାକୁ ଯାଇଥିଲା ୯ବର୍ଷର ନାବାଳକ; ଉଡିଗଲା ପ୍ରାଣବାୟୁ
- News18 Odia
- Last Updated :
- Cuttack, India
News 18 Odia Digital
କଟକ; ପିଲାଦିନେ ଗୁଡି ( kite ) ଉଡାଇବାକୁ ସମସ୍ତେ ପସନ୍ଦ କରନ୍ତି । ସାଙ୍ଗସାଥିଙ୍କ ସହ ମିଶି ଗୁଡି ଉଡାଇବାରେ ଥାଏ ନିଆରା ମଜା । କିନ୍ତୁ ଆଜି ସେହି ଟିକକ ମଜା ଗୋଟିଏ ପରିବାର ପାଇଁ ସଜ୍ଜା ହୋଇଯାଇଛି । ୯ ବର୍ଷର ବାଳକ ( Minor boy ) ଗୁଡି ଉଡାଇବା ପାଇଁ ନିଜେ କାଗଜ ଓ କାଠିରେ ଗୁଡି ତିଆରି କରିଥିଲା । ଘରେ କହିକି ବାହାରକୁ ଗଲେ କାଳେ ଘର ଲୋକେ ଛାଡିବେ କି ନଛାଡିବେ ସେଥିପାଇଁ ପିଲାଟି ଘରେ କାହାକୁ କିଛି ନଜଣାଇ ଲୁଚିକି ଘର ବାହାରକୁ ଗୁଡି ଉଡାଇବାକୁ ଆସିଥିଲା । କିନ୍ତୁ କିଛି କ୍ଷଣ ମଧ୍ୟରେ ସବୁ ଖୁସି ଦୁଃଖରେ ବଦଳିଗଲା ।
ବିଡାନାସୀ ଅଞ୍ଚଳର ବନ୍ଧ ଛକ ନିକଟରେ ଗୁଡି ଉଡାଉଥିଲା ପିଲାଟି । ଗୁଡି ଉଡାଇବା ସମୟରେ ଅଜାଣତରେ ପାଦ ଖସିଗଲା ଏକ ମୁକୁଳା ଡ୍ରେନ ( Drain ) ଉପରେ । ଉକ୍ତ ଡ୍ରେନର ଅବସ୍ଥା ଏପରି ଥିଲା ଯେ, ପିଲାଟି ଡ୍ରେନରେ ପଡି ମୃତ୍ୟୁବରଣ ( Death ) କଲା । ଉଦ୍ଧାର କରି ହସପିଟାଲ ( Hospital ) ନିଆଯାଇଥିଲେ ମଧ୍ୟ କିଛି ଲାଭ ହେଲାନି । ଫଳରେ ମୃତ ନାବାଳକର ପରିବାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । କୁନିପୁଅକୁ ହରାଇ ଗୁମୁରି ଗମୁରି କାନ୍ଦୁଛନ୍ତି ବାପା , ମାଆ ।
ରାଜ୍ୟର ମୁଖ୍ୟ ସହରର ଗୁଡିକରେ ଡ୍ରେନ ଅବସ୍ଥା ଏତେ ଖରାପ ଯେ, ବାରମ୍ୱାର ଅଘଟଣ ଘଟୁଛି । ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମୁକୁଳା ଡ୍ରେନରେ ପଡି ଜୀବନ ଯାଇଛି । ନିକଟରେ ହକି ବିଶ୍ୱକପ ପାଇଁ ଆସିଥିବା ଜଣେ ବିଦେଶୀ ସାମ୍ୱାଦିକ ମଧ୍ୟ ମୁକୁଳା ଡ୍ରେନରେ ପଡି ଆହତ ହୋଇଛନ୍ତି । ତଥାପି ଡ୍ରେନେଜ ବ୍ୟବସ୍ଥାରେ କୌଣସି ସୁଧାର ଆସିପାରୁନି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।