News18 Odia Digital
ବ୍ରହ୍ମପୁର: ପରିବାର ଲୋକେ ଘରେ ନ ଥିବା ବେଳେ ଏକ ନଅ ବର୍ଷର ଝିଅ ଉପରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ତା’ସହ ଅସଭ୍ୟ ବ୍ୟବହାର କରିବାରୁ ସେ ବିରୋଧ କରିଥିଲା ଓ ଏଥିରେ ଉତ୍ୟକ୍ତ ହୋଇ ସେମାନେ ମାରଣାସ୍ତ୍ରରେ ତା’ ମୁହଁକୁ ଆକ୍ରମଣ କରି ତାକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ ବୋଲି ଗ୍ରାମବାସୀମାନେ ଓ ପରିବାର ଲୋକେ କହିଛନ୍ତି ।
ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତିନି ଘଣ୍ଟା ଧରି ଚିକିତ୍ସା କରାଯିବା ପରେ ତା’ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ଏସ୍.ସି.ବି. ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲାନାବାଳିକା ଉପରେ ଆକ୍ରମଣ ଗୁରୁବାର ଅପରାହ୍ଣରେ ପ୍ରାୟ ୧୧ଟା ସମୟରେ ସୁରଳରେ ଘଟିଥିଲା । ଓଡ଼ିଆରପି ଘରେ ନାବାଳିକା ଜଣକ ନିଜ ଭାଇଙ୍କ ସହ ଥିବା ବେଳେ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରୁ ବାହାରକୁ ଆଣିଥିଲେ ଦୁର୍ବୃତ୍ତମାନେ । ଏହା ପରେ ଘରର କିଛି ଦୂରରେ ନେଇ ନାବାଳିକାକୁ ଖରାପ ବ୍ୟବହାର କରିଥିଲେ ।

ଝିଅଟିର ମୁହଁକୁ ଖଣ୍ଡାରେ ଆକ୍ରମଣ କରିଥିଲେ ଦୁଇ ଦୁର୍ବୃତ୍ତ ।
‘‘ତାକୁ ଘରୁ ବାହାରକୁ ଆଣି ସେମାନେ ତା’ ସହ ଖରାପ ବ୍ୟବହାର କରିଥିଲେ । ସେ ବିରୋଧ କରିବାରୁ ସେମାନେ ତାକୁ ଖୁବ୍ ପିଟିଥିଲେ ଓ କୌଣସି ଅସ୍ତ୍ରରେ ତା’ ମୁହଁରେ ଆଘାତ କରି ମୁହଁକୁ ଖରାପ କରିଦେଇଥିଲେ । ଭଉଣୀର ଏଭଳି ଅବସ୍ଥା ଦେଖି ଭାଇ ପାଟି କରି ଗାଁ ଲୋକଙ୍କୁ ଜଣାଇବାରୁ ଲୋକେ ଦୌଡ଼ିଆସିଥିଲେ,’’ କହିଛନ୍ତି ନାବାଳିକାର ମା’ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛିଗ୍ରାମବାସୀମାନେ ଘଟଣା ସ୍ଥଳକୁ ପହଞ୍ଚିବା କ୍ଷଣି ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିଲେ ବୋଲି ସେ କହିଛନ୍ତି । ସେତେବେଳକୁ ନାବାଳିକା ରକ୍ତାକ୍ତ ଓ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିଲା । ଗ୍ରାମବାସୀମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଦୁଇ ଦୁବୃର୍ତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଓ ସେମାନଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ।
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’‘‘ଝିଅଟିର ଅବସ୍ଥା ଦେଖି ଲାଗୁଛି ଯେ ତା’ ସହିତ ଦୁଷ୍କର୍ମ ହୋଇଛି । ତା’ ପରେ ତା’ ସହ ତାକୁ ଜୀବନରେ ମାରିଦେବା ଭଳି ଆକ୍ରମଣ ହୋଇଛି । ଲାଗୁଛି ତାକୁ ଖଣ୍ଡାରେ ଆକ୍ରମଣ କରାଯାଇଛି । ଏମିତି କରିଥିବା ଲୋକଙ୍କୁ ଖୁବ୍ କଠୋର ଦଣ୍ଡ ମିଳିବା ଉଚିତ,’’ କହିଛନ୍ତି ସୁରଳ ବାସିନ୍ଦା ପ୍ରିୟରଞ୍ଜନ ବେହେରା ।

ଗ୍ରାମବାସୀମାନେ ଦୁଇ ଦୁର୍ବୃତ୍ତଙ୍କୁ ଧରି ଖୁବ୍ ପିଟିଥିଲେ ।
ଏହି ଘଟଣାର ଖବର ପାଇବା ପରେ ଗୋଳନ୍ଥରା ପୋଲିସ ଓ ସୋନପୁର ମେରାଇନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦୁର୍ବୃତ୍ତଙ୍କୁ ଲୋକଙ୍କ ହାତରୁ ଉଦ୍ଧାର କରିଥିଲେ । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବା ଯୋଗୁଁ ସେମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲାପୋଲିସ ସେହି ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଏମ୍.କେ.ସି.ଜି. ହସ୍ପିଟାଲରେ ପହଞ୍ଚି ବ୍ରହ୍ମପୁର ଏସ୍.ପି. ପୀନାକ ମିଶ୍ର । ସେ ପୋଲିସ ଅଧିକାରୀମାନଙ୍କ କଥା ହୋଇଥିଲେ ଓ ତଦନ୍ତକୁ ନେଇ ଆବଶ୍ୟକ ଦିଶାନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଏସ୍.ପି. ।
ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ ବିକିନି ଅବତାରରେ କେରଳରେ ନୂଆ ବର୍ଷକୁ ସ୍ୱାଗତ କଲେ – PHOTOS‘‘କେଉଁ କାରଣରୁ ନାବାଳିକାକୁ ଏଭଳି ନିର୍ମମ ଭାବେ ଆକ୍ରମଣ କରାଯାଇଛି ସେ ନେଇ କିଛି ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତା’ ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ତା’ ବୟାନ ରେକର୍ଡ଼ କରାଯିବ । ଏହା ପରେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବ । ପୋଲିସ ତଦନ୍ତ ଚାଲିଛି,’’ କହିଛନ୍ତି ଏସ୍.ପି. ପିନାକ ମିଶ୍ର ।
ନାବାଳିକାର ଏହି ଅବସ୍ଥା ପାଇଁ ଦାୟୀ ଦୁଇ ଗିରଫ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀମାନେ ଓ ନାବାଳିକାର ପରିବାର ଲୋକେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।