• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୯ଲକ୍ଷ ୫୯ହଜାର ଘର ମଞ୍ଜୁର

ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୯ଲକ୍ଷ ୫୯ହଜାର ଘର ମଞ୍ଜୁର

ପ୍ରଧାନମନ୍ତ୍ରୀ ଆବସ ଯୋଜନାର ଲୋଗୋ ପ୍ରୋମିନେଟଲି ରହିବ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ସେ ନେଇ ସ୍ପଷ୍ଟ କରିନାହାନ୍ତି ପଞ୍ଚାୟତିରାଜ ବିଭାଗ ସଚିବ ।

ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ  ୯ଲକ୍ଷ ୫୯ହଜାର ଘର ମଞ୍ଜୁର

ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ  ୯ଲକ୍ଷ ୫୯ହଜାର ଘର ମଞ୍ଜୁର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ( Pradhan mantri Awas Yojona Sheme )  ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ରାଜ୍ୟକୁ  ୯ ଲକ୍ଷ ୫୯ ହଜାର ଘର ମଞ୍ଜୁର ହୋଇଛି । ଏଥିରୁ ସ୍ଵତନ୍ତ୍ର ଭାବେ ଫନି ପ୍ରଭାବିତ ୧୪ ଟି ଜିଲ୍ଲା ପାଇଁ ୧ଲକ୍ଷ ୪୨ ହଜାର ଘର ମଞ୍ଜୁର ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଘର ( Home ) ଯୋଗାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ( State govt ) । ଏ ନେଇ ସ୍ଵଛତା ରଖିବାକୁ ପଦକ୍ଷେପ ନିଆ ଯାଇଥିବା କହିଛି ପଞ୍ଚାୟତିରାଜ ବିଭାଗ।

ପଞ୍ଚାୟତିରାଜ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶିତ ହେବ । ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ରହିଥିବ ତେବେ ଅଭିଯୋଗ ବାକ୍ସ କିମ୍ବା ଟୋଲ ଫ୍ରି ନମ୍ବର 18003456770 କିମ୍ବା 155335 ନମ୍ବରକୁ କଲ କରି ଅଭିଯୋଗ ଦେଇ ପାରିବେ । ଅଭିଯୋଗର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ସରିବା ପରେ ଗ୍ରାମସଭାରେ ତାଲିକା ଉପସ୍ଥାପନ କରାଯିବ। ଚୂଡାନ୍ତ ତାଲିକା ଆଧାରରେ ଘର ନେଇ ଫେବୃଆରୀ ମଧ୍ୟଭାଗ ସୁଦ୍ଧା ୱାର୍କ ଅର୍ଡର ଦିଆଯିବ। ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ହଜାର ଟଙ୍କା ଦିଆଯାଉଥିବା ବେଳେ ପର୍ବତ୍ୟାଞ୍ଚଳରେ ଘର ନିର୍ମାଣ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଉଛି। ନରେଗାରେ କାର୍ଯ୍ୟ ଏବଂ ଶୌଚାଳୟ ନିର୍ମାଣ ମିଶାଇଲେ ସବୁ ପରେ ୧ ଲକ୍ଷ ୫୦  ହଜାର  ଓ ୧ଲକ୍ଷ ୬୦ହଜାର ଟଙ୍କା ପାଇବେ । ହିତାଧିକାରୀ ମାନେ ଯଦି ୪ ମାସରେ ଗୃହ ନିର୍ମାଣ ଶେଷ କରୁଛନ୍ତି ତେବେ ତାଙ୍କୁ ୨୦  ହଜାର ଟଙ୍କା ଓ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରଦାନ କରିବେ।  ବର୍ତ୍ତମାନ ୧୨ ଲକ୍ଷ ଲୋକ ରାଜ୍ୟରେ ପକ୍କା ଘର ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ୯ ଲକ୍ଷ ୫୯ ହଜାର ଘର ମଞ୍ଜୁର ହୋଇଛି। ତେବେ ପକ୍କା ଘର ଲୋଗୋକୁ ନେଇ ପୁଣି ଦ୍ୱନ୍ଦ ଦେଖାଦେଇଛି।

ବହୁ ବିବାଦ ପରେ ରାଜ୍ୟକୁ ଆସିଥିବା ସାଢ଼େ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ସେ ନେଇ ସ୍ପଷ୍ଟ କରିନାହାନ୍ତି  ପଞ୍ଚାୟତିରାଜ ବିଭାଗ ସଚିବ । ସଚିବ ସୁଶୀଲ କୁମାର ଲୋହାନି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ପ୍ରୋମିନେଟଲି ରହିବ ।  ଏହାକୁ ନେଇ ରାଜନୀତି ତେଜିଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଲୋଗୋ ଲଗାଇବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀ ରାଜ ହରିଚନ୍ଦନ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ସ୍କିମ୍। ଶ୍ରେୟ ରାଜନୀତି କରିବାକୁ ଉଦ୍ୟମ ଚାଲିଛି। ପୂର୍ବରୁ ନିଜ ଲୋଗୋ ଲଗାଉଥିବା ବେଳେ ବିରୋଧ ହେବାରୁ କ୍ଷାନ୍ତ ରହିଲେ।  ଏବେ ସେପରି କଲେ ପରିଣାମ ଭୋଗିବେ। କେନ୍ଦ୍ର ସରକାରଙ୍କ ଯୋଜନାରେ ଛେଡଖାନି କଲେ ରାଜନୈତିକ ଲଢେଇ ହେବ।  ଯଦି ଲୋଗୋ ଲଗାଇବାକୁ ଚାହୁଁଛନ୍ତି ବିଜୁ ପକ୍କା ଘର ପାଇଁ ବ୍ୟୟ ବରାଦ କରନ୍ତୁ।  ହିତାଧିକାରୀ ଚୟନରେ ବି ସ୍ୱଚ୍ଛତା ନାହିଁ। ଚଞ୍ଚଳତା କରୁଛନ୍ତି।

ବିଜେଡି ମୁଖପାତ୍ର ଦେବୀ ମିଶ୍ର କହିଛନ୍ତି "ବିକାଶମୂଳକ କାର୍ଯ୍ୟରେ ତୁ ତୁ ମେ ମେ ହେବା ଉଚିତ୍ ନୁହେଁ। ପ୍ରକୃତ ହିତାଧିକାରୀ ଯେପରି ଘର ପାଇବେ ସେ ନେଇ ପ୍ରୟାସ ହେବା ଉଚିତ୍। ମୋଟ ୯ ଲକ୍ଷ ୫୯ ହଜାର ଘର ମଞ୍ଜୁର ହୋଇଛି। ଲୋଗୋ ରହିବା ପ୍ରସଙ୍ଗରେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ସେମାନେ ଲୋଗୋ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦ ପ୍ରତିଶତ ଅର୍ଥ ଦିଅନ୍ତୁ। ପୂର୍ବରୁ ଗ୍ରାମୀଣ ଗୃହ ଯୋଜନା କେନ୍ଦ୍ର ସରକାରଙ୍କ ଶତ ପ୍ରତିଶତ ଥିଲା । ଏବେ କେନ୍ଦ୍ର- ରାଜ୍ୟ  ୬୦-୪୦ ପ୍ରତିଶତ ରହୁଛି । ଇନସେଣ୍ଟିଭ୍ ମିଶାଇଲେ ୫୦-୫୦ ପ୍ରତିଶତ ହେଉଛି। ଲୋଗୋ ଲାଗିଲେ ଚିହିଙ୍କିବାର କିଛି କାରଣ ନାହି। କାରଣ ରାଜ୍ୟରେ ସେଆର ରହୁଛି । ଏବେ କାହିଁକି ଏ ପ୍ରସଙ୍ଗ ଉଠୁଛି ଜଣାନାହିଁ।  ଯଦି କେନ୍ଦ୍ର ଶତ ପ୍ରତିଶତ ଅର୍ଥ ଦିଅନ୍ତା ଭଲ ହୁଅନ୍ତା। ଲୋଗୋ ଲାଗିବ କି ନାହି ବିଭାଗ ନିଷ୍ପତି ନେବ। ଆଗକୁ ବୈଠକରେ ଆଲୋଚନା ହେବ।

ଅଧିକ ଖବର ପଢନ୍ତୁ; http://ନିଶାଙ୍କୁ ଯେଉଁଠି ଦେଖିବି ଚପଲରେ ପିଟିବି; ମଇନା ଆଚାର୍ଯ୍ୟ
Published by:Soubhagya Mishra
First published: