କଟକ IIFL ସୁନା ଲୁଟ୍ କାଣ୍ଡ: ଜବତ ୯ କିଲୋ ୭୦୦ ଗ୍ରାମ୍ ସୁନା ପୋଲିସ ଅସ୍ତ୍ରାଗାରରେ ରଖାଗଲା

ଏହି ମାମଲାରେ ମୋ’ଟ ୩୯ କେଜି ସୁନା ଗାୟବ ହୋଇଛି ବୋଲି IIFL କତ୍ତୃପକ୍ଷ ନିଜ ଏତାଲାରେ କହିଛନ୍ତି । ପୋଲିସ ବାକି ସୁନା ଜବତ କରିବା ପ୍ରୟାସ ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୧ ଜଣ ଅଭିଯୁକ୍ତ ଗିରଫ ହେଲେଣି ।

କଟକ IIFL ସୁନା ଲୁଟ୍ କାଣ୍ଡ: ଜବତ ୯ କିଲୋ ୭୦୦ ଗ୍ରାମ୍ ସୁନା ପୋଲିସ ଅସ୍ତ୍ରାଗାରରେ ରଖାଗଲା
ଏ ପର୍ଯ୍ୟନ୍ତ ମୋ’ଟ ୫ ଲକ୍ଷ ଟଙ୍କା ବି ଜବତ ହୋଇଛି ।
  • News18 Odia
  • Last Updated: November 29, 2020, 11:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଆଇଆଇଏଫଏଲ ଆର୍ଥିକ ସଂସ୍ଥାରୁ ଡକାୟତି ଓ ସୁନା ହେରଫେର ମାମଲାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଡକାୟତି ପୂର୍ବରୁ କିଲୋ କିଲୋ ସୁନା ଅଳଙ୍କାରକୁ ଆଇଆଇଏଫଏଲରୁ ନେଇ ମର୍ଣ୍ଣାପୁରମରେ ବନ୍ଧକ ରଖିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ୬ କେଜି ୭୦୦ ଗ୍ରାମର ସୁନା ଅଳଙ୍କାର ଜବତ ହେବା ମୋ’ଟ ଜବତ ସୁନାର ପରିମାଣ ୯ କେଜି ୭୦୦ ଗ୍ରାମରେ ପହଞ୍ଚିଛି ଓ ଏହି ସବୁ ସୁନାକୁ ପୋଲିସ ନିଜର ଅସ୍ତ୍ରାଗାରକୁ ସ୍ଥାନାନ୍ତରିତ କରିଛି ।

କଥିତ ଡକାୟତି ପୂର୍ବରୁ ଲାଲା ସୁନାକୁ ଆଇଆଇଏଫଏଲର ବ୍ରାଞ୍ଚରୁ ଅନ୍ୟତ୍ର ନେଇଯାଇଥିବା ସୂଚନା ପାଇବା ମର୍ଣ୍ଣାପୁରମର ବଜ୍ରକବାଟି ଓ ଚୌଧୁରୀବଜାର ବ୍ରାଞ୍ଚରେ ଚଢାଉ କରି ପୋଲିସ ଶନିବାର ଦିନ ୬ କେଜି ୭୦୦ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା । ଏ ପର୍ଯ୍ୟନ୍ତ ମୋ’ଟ ୫ ଲକ୍ଷ ଟଙ୍କା ବି ଜବତ ହୋଇଛି । ପୋଲିସ ଅସ୍ତ୍ରାଗାରରେ ରଖାଯାଇଥିବା ଏହି ସମସ୍ତ ସୁନା ଅଳଙ୍କାର ଓ ଟଙ୍କାକୁ ତଦନ୍ତ ଶେଷ ହେବା ପରେ ଆଇଆଇଏଫଏଲକୁ ଫେରାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ


ଏହି ଘଟଣାରେ ପୁଣି ତିନି ଜଣଙ୍କୁ ଗିରଫ କରିଛି ଲାଲାବାଗ ପୋଲିସ । ସେମାନେ ହେଲେ କଟକ ମଙ୍ଗଳାବାଗରେ ଥିବା ସୁନା ଦୋକାନ ରେଣୁକା ଜୁଏଲର୍ସର ମାଲିକ ଗଣେଶ୍ବର ପୃଷ୍ଟି, ଆଲାମଚାନ୍ଦ ବଜାରରେ ଯଶୋଦା ଜୁଏଲର୍ସର ମାଲିକ ଲଳିତ ସୋନୀ ଓ ଆଇଆଇଏଫଏଲର ପୂର୍ବତନ ସୁରକ୍ଷାକର୍ମୀ ହରମୋହନ ଦାସ । ଉଭୟ ଗଣେଶ୍ବର ଓ ଲଳିତଙ୍କ ନାଁରେ ମର୍ଣ୍ଣାପୁରମର ଦୁଇଟି ଯାକ ଶାଖାରେ ଆକାଉଣ୍ଟ ଥିଲା । ମୁଖ୍ୟ ଅଭିଯୁକ୍ତ ଲାଲା ଏହି ଦୁଇ ଆକାଉଣ୍ଟରେ ଜବତ ହୋଇଥିବା ୬ କେଜି ୭ ଶହ ଗ୍ରାମର ସୁନା ଅଳଙ୍କାରକୁ ବନ୍ଧକ ରଖିଥିଲା ।

ଏହା ବି ପଢ଼ନ୍ତୁ | PMଙ୍କୁ ଚିଠି: ‘-କମର୍ସ କମ୍ପାନୀଗୁଡ଼ିକ FDI ନୀତି ଉଲ୍ଲଙ୍ଘନ କରୁଛନ୍ତି; MSMEକୁ ଆଘାତ ହେଉଛି

ସୁରକ୍ଷାକର୍ମୀ ହରମୋହନ ମଧ୍ୟ ଲାଲାର ସୁନା ହେରଫେର ଘଟଣାରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲା । ସେ ଲାଲା ଠାରୁ ଟଙ୍କା ଆଣି ଗୋଟିଏ କାର କଣିଥିଲା । ଲାଲା ତା’ ନାଁରେ ବ୍ୟାଙ୍କରେ ମଧ୍ୟ ଲକ୍ଷାଧିକ ଟଙ୍କା ଜମା ରଖିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ହରମୋହନ ସହିତ ଗଣେଶ୍ବର ଏବଂ ଲଳିତକୁ ମଧ୍ୟ ଲାଲା ବିଭିନ୍ନ ସମୟରେ ବିପୁଳ ପରିମାଣର ଟଙ୍କା ଦେଇଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି ।

ପୋଲିସ କମିଶନର ସୁଧାଶୁଂ ଷଢ଼ଙ୍ଗୀ


ଏହାରି ଭିତରେ ତିନିଦିନିଆ ରିମାଣ୍ଡରେ ଥିବା ଲାଲା ଓ ତାର ଚାରି ଜଣ ସହଯୋଗୀଙ୍କର ରିମାଣ୍ଡ ଅବଧି ଶେଷ ହେବା ପରେ ଶନିବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଥିଲା । କିନ୍ତୁ ଲାଲା ଠାରୁ ଆହୁରି କିଛି ତଥ୍ୟ ବାହାର କରିବା ପାଇଁ ପୋଲିସ ତା’ ସହିତ ମୋଟ ତିନି ଜଣଙ୍କୁ ତିନିଦିନିଆ ରିମାଣ୍ଡରେ ପୁଣି ଥରେ ଆଣିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଏହି ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବା ସହିତ ଆହୁରି ସୁନା ଜବତ ହେବାର ସମ୍ଭାବନା ଥିବା କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | UKରେ ସର୍ଭେ: ଲକଡାଉନରେ ଲୋକେ ସେକ୍ସ କମ୍ କଲେ, ହେଲେ ସେମାନଙ୍କ ସମ୍ପର୍କ ଦୃଢ଼ ହେଲା

“ଡକାୟତି ପୂର୍ବରୁ ଲାଲା ଆଇଆଇଏଫଏଲରୁ ନେଇ ଯାଇଥିବା ସୁନା ଅଳଙ୍କାରକୁ କେଉଁ କେଉଁ ସ୍ଥାନରେ ରଖିଛି ତା’ର ଅନୁସନ୍ଧାନ ଜାରି ରହିଛି । ଏହି ମାମାଲାରେ ଅନେକ ଲୋକ ସମ୍ପୃକ୍ତ ରହିଛନ୍ତି । ତଦନ୍ତରେ ଯେଉଁମାନଙ୍କ ସମ୍ପୃକ୍ତି ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାର ତଦନ୍ତ କେଉଁ ଭଳି କରାଯିବ ତାହା ଆମେ ନିର୍ଦ୍ଧାରିତ କରିସାରିଛୁ,” କହିଛନ୍ତି ଷଢ଼ଙ୍ଗୀ ।



ଗୋଟିଏ ପଟେ ପୋଲିସ ଏହି ସୁନା ହେରଫେର ମାମଲାର ତଦନ୍ତ ଚଳାଇଥିବା ବେଳେ ଆଇଆଇଏଫଏଲ କତ୍ତୃପକ୍ଷ ମଧ୍ୟ ନିଜ ବ୍ୟାଙ୍କରେ କେବେ ଠାରୁ ଓ କେତେ ପରିମାଣର ସୁନା ହେରଫେର ହୋଇଛି ତା’ର ଆଭ୍ୟନ୍ତରିଣ ଅଡିଟ ଆରମ୍ଭ କରିଦେଇଛନ୍ତି । ଏହି ମାମଲାରେ ମୋ’ଟ ୩୯ କେଜି ସୁନା ଗାୟବ ହୋଇଥିବା ଆଇଆଇଏଫଏଲ କତ୍ତୃପକ୍ଷ ଥାନାରେ ଏତାଲା ଦେଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୦ କେଜି ସୁନା ହିଁ ଜବତ ହୋଇଛି ।
Published by: Anand Shankar Thankur Das
First published: November 29, 2020, 11:34 PM IST
corona virus btn
corona virus btn
Loading