News18 Odia Digital
ବ୍ରହ୍ମପୁର: କୋରାପୁଟ ଜିଲ୍ଲାର କୋଟିଆ ପରେ ଏବେ ଗଞ୍ଜାମର ପାତ୍ରପୁର ଉପରେ ଆନ୍ଧ୍ର ପ୍ରଦେଶର ଲୋଲୁପ ଦୃଷ୍ଟି ପଡ଼ିଥିବା ପରି ମନେହେଉଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକର ନଅଟି ଗାଁକୁ ନିଜ ରାଜ୍ୟରେ ମିଶ୍ରଣ କରିବା ପାଇଁ ଆନ୍ଧ୍ର ପ୍ରଦେଶ ଉଦ୍ୟମ କରୁଥିବାର ସୂଚନା ମିଳିଛି ।
ପୂର୍ବରୁ ଆନ୍ଧ୍ର ସରକାର ଗଞ୍ଜାମ ଜିଲ୍ଲାରେ କେତେବେଳେ ରାଶନ କାର୍ଡ଼, ବିଦ୍ୟୁତ, ଓଡି଼ଶାର ଜମିକୁ ପଟା ଓ ବାର୍ଦ୍ଧକ୍ୟ ଭତ୍ତା ଦେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ନିଜ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମବାସୀଙ୍କୁ ପ୍ରାର୍ଥୀ କରିବାକୁ ପଛେଇ ନାହାନ୍ତି । ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର କୁଲାଡି଼ ଗ୍ରାମର ମହିଳା ସାବିତ୍ରୀ ଶବରଙ୍କୁ ଆନ୍ଧ୍ରର ଏକ ପଞ୍ଚାୟତରେ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଭାବେ ବି ଘୋଷଣା କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲାପାତ୍ରପୁର ବ୍ଳକର ସୀମାନ୍ତରେ ଅବସ୍ଥିତ ପ୍ରାୟ ନଅଟି ଗାଁରେ ନିଜର ଅନେକ ଯୋଜନାକୁ କାର୍ଯ୍ୟକାରୀ କରିବା ସହିତ ଗ୍ରାମବାସୀଙ୍କୁ ଯାଚି ଯାଚି ଅନେକ ସୁବିଧା ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଦିଆଯାଉଛି । ଆସନ୍ତା ୧୩ ତାରିଖରେ ଆନ୍ଧ୍ର ପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଏହି ନଅଟି ଗ୍ରାମର ଲୋକେ ନିଜ ଜନ ପ୍ରତିନିଧିଙ୍କୁ ଚୟନ କରିବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଏହି ନଅଟି ଗାଁରେ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ପରିବେଶ । ଏଥିରୁ ଓଡ଼ିଶାର ସମୀନ୍ତବର୍ତ୍ତୀ ଗାଁର ଭୋଟରମାନଙ୍କୁ ହାତେଇବାକୁ ଆନ୍ଧ୍ର ପ୍ରଦେଶ ପ୍ରୟାସ କରୁଥିବା ଅଭିଯୋଗକୁ ବଳ ମିଳିଛି ।

ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକୁ ଆନ୍ଧ୍ର ପ୍ରଦେଶ ଅନେକ ସୁବିଧା ଦେଉଥିବା ଲୋକେ କହିଛନ୍ତି ।
ପାତ୍ରପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକୁ ଆନ୍ଧ୍ର ପ୍ରଦେଶ ଅନେକ ସୁବିଧା ଦେଉଥିବାରୁ ଗଞ୍ଜାମରେ ରହି ଗଞ୍ଜାମର ପରିଚୟ ପତ୍ର ଥିଲେ ମଧ୍ୟ ଆନ୍ଧ୍ର ସରକାରଙ୍କ ଗୁଣଗାନ କରୁଛନ୍ତି ଏଠାକାର ଅନେକ ଲୋକ । ଏହି ବ୍ଳକର ଆଠରୁ ନଅ ଖଣ୍ଡ ଗାଁର ଲୋକେ ଆନ୍ଧ୍ର ପ୍ରଦେଶର ମଞ୍ଜୁସା ମଣ୍ଡଳରେ ଭୋଟ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ସେହି ଗାଁମାନଙ୍କ ମଧ୍ୟରେ ଅଛନ୍ତି ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର କୁଲାଡି, ସାତକୁରି, ବାବନ ସାହି ଓ ବୁରାତାଳ ପଞ୍ଚାୟତର ଗୁଡି଼ଖୋଳା ଓ ବୁରାତାଳ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନୁରାଗ କଶ୍ୟପଙ୍କ ଝିଅ ନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେଏହି ଗ୍ରାମଗୁଡ଼ିକର ସବୁ ଭୋଟର୍ ଆନ୍ଧ୍ର ପ୍ରଦେଶରେ ଭୋଟ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ସେମାନଙ୍କ ଆଧାର କାର୍ଡ଼ରେ ବି ଗାଁଗୁଡ଼ିକ ଆନ୍ଧ୍ର ପ୍ରଦେଶରେ ବୋଲି ଲେଖାଯାଇଛି । ଆଧାର କାର୍ଡ଼ଗୁଡ଼ିକରେ ଓଡ଼ିଆ ଭାଷାର ଚିହ୍ନ ନାହିଁ – ସେଗୁଡ଼ିକ ଇଂରାଜୀ ସହ ତେଲୁଗୁରେ ଲେଖାଯାଇଛି ।
ଗୁଡି଼ପଦର ପଞ୍ଚାୟତର ସି. ବଳରାମପୁର, ଇ. ନୂଆଗାଁ ପଞ୍ଚାୟତର ଶରଧାପୁର-ଏ, ଶରଧାପୁର-ବି ଓ ଶରଧାପୁର-ସି ଗାଁର କିଛି ଲୋକ ବି ଆନ୍ଧ୍ର ପ୍ରଦେଶରରେ ଆଗାମୀ ୧୩ ତାରିଖରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିବେ ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ୬ ଜଣ ରେପ୍ କରିଥିଲେ; ୨ ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ‘‘ଏହି ଅଭିଯୋଗ ଉପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମଧ୍ୟ ସମ୍ପୃକ୍ତ ଗାଁକୁ ଯାଇ ସେଠାରେ କେମିତି ଲୋକେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାରେ ଉପକୃତ ହେଉଛନ୍ତି ତା’ର ଅନୁଧ୍ୟାନ କରିବେ । ଯଦି ସେମାନଙ୍କର କିଛି ସମସ୍ୟା ଥାଏ ତେବେ ତାକୁ ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଆଗାମୀ ୧୩ ତାରିଖରେ ଆନ୍ଧ୍ର ପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଏହି ସମସ୍ୟା ପ୍ରତି ନଜର ନ ଦେଲେ ପାତ୍ରପୁର ବ୍ଳକର ଅନେକ ଗ୍ରାମ ଓଡି଼ଶା ମାନଚିତ୍ରରେ ନ ରହି ଆନ୍ଧ୍ର ମାନଚିତ୍ରରେ ରହିବେ ବୋଲି ସତର୍କ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ ।