News18 Odia Digital
କଟକ: ୨୬ ବର୍ଷ ପରେ ହାଇକୋର୍ଟଙ୍କଠୁ ଆଶ୍ବସ୍ତି ପାଇଲେ ଜଣେ ୮୯ ବର୍ଷୀୟା ବିଧବା ବୃଦ୍ଧା। ତାଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ ୨୬ ବର୍ଷର ବକେୟା ରାଶି ସହିତ ପେନସନ ପ୍ରଦାନ କରାଯିବ। ଏହି ଅବସରରେ ବିଧବା ବୃଦ୍ଧା ଲଳିତା ମହାନ୍ତି ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସିଙ୍ଗଲ୍ ଜଜ୍ ବେଞ୍ଚର ଜଷ୍ଟିସ୍ ଭି. ନରସିଂହ ସୋମବାର ଦିନ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ୧୯୯୬ ମସିହାରୁ ବକେୟା ଅର୍ଥ ପ୍ରଦାନ କରିବା ସହିତ ସେପ୍ଟେମ୍ବର ୧୯ ସୁଦ୍ଧା ତାଙ୍କ ବାସଭବନରେ ଲଳିତା ମହାନ୍ତିଙ୍କୁ ବର୍ତ୍ତମାନର ଅସ୍ଥାୟୀ ପେନସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲଳିତା ମହାନ୍ତି ବର୍ତ୍ତମାନ ତାଙ୍କ ପୁଅଙ୍କ ସହ କେନ୍ଦୁଝର ଜିଲ୍ଲାର ମଞ୍ଜୁର ରୋଡରେ ରହୁଛନ୍ତି। ଜଷ୍ଟିସ୍ ନରସିଂହ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଚେୟାରମ୍ୟାନ ତଥା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଆଦେଶ ଜାରି କରି କୋର୍ଟଙ୍କୁ ଆଶ୍ବସ୍ତି ଦେଇଛନ୍ତି ଯେ ଆବେଦନକାରୀଙ୍କୁ ଅସ୍ଥାୟୀ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ।
ସେପଟେ ରାଜ୍ୟ ଓକିଲ ଏସ.ଏନ ପଟ୍ଟନାୟକ ଦାବି କରିଛନ୍ତି ଯେ ୧୯୯୬ ଜାନୁଆରୀରୁ ବିଧବା ବୃଦ୍ଧାଙ୍କ ସପକ୍ଷରେ ଅସ୍ଥାୟୀ ପେନସନ ପ୍ରଦାନ କରାଯାଉଛି।
ଏହି ନିର୍ଦ୍ଦେଶ ଜାରି କରିବାବେଳେ ନ୍ୟାୟ ନରସିଂହ କହିଛନ୍ତି, '' ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ୮୯ ବର୍ଷୀୟା ଜଣେ ବିଧବା ପରିବାର ପେନସନ୍ ପାଇବା ପାଇଁ ସଂଘର୍ଷ କରୁଛନ୍ତି, ଏପରିକି ଆଦେଶ ପାସ ହେବାର ପ୍ରାୟ ୯ ବର୍ଷ ଏହା ବାତିଲ ହୋଇଯାଇଥିଲା।''
ସ୍ୱାମୀ ଭୀମସେନ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ପେନସନରୁ ବଞ୍ଚିତ କରାଯିବା ପରେ ଲଳିତା ମହାନ୍ତି ୨୦୦୯ରେ ହାଇକୋର୍ଟରେ ଆବେଦନ କରିଥିଲେ।
ଭୀମସେନ ମହାନ୍ତି ବାରିପଦାରେ ଓଏସଆରଟିସିର ଟ୍ରାଫିକ୍ ଇନ୍ସପେକ୍ଟର ଥିଲେ। ସେ ୧୯୭୦ ଜୁଲାଇ ୧୩ ତାରିଖରେ ମୃତ୍ୟୁ ବରଣ କରିଥିଲେ।
ହାଇକୋର୍ଟ ତାଙ୍କୁ ତାଙ୍କ ଆବେଦନକୁ ୨୦୧୩ ଏପ୍ରିଲ ୧୫ରେ ଅନୁମତି ଦେଇଥିଲେ ଓ ନିର୍ଦ୍ଦେଶ ଦେଇଥିଲେ ଯେ ପରିବାର ପେନସନ ଯୋଜନା ଉପଲବ୍ଧ ଥିବାବେଳେ ୧୯୬୩ ଡିସେମ୍ବର ୧୨ରେ ତାଙ୍କ ସ୍ୱାମୀ ସେବାରେ ଥିବାରୁ ସେ ପରିବାର ପେନସନ ପାଇବାକୁ ହକଦାର।
୨୦୧୩ ଡିସେମ୍ବର ୧୬ରେ ଯେତେବେଳେ ହାଇକୋର୍ଟ ଆଦେଶ ଲାଗୁ ହୋଇନଥିଲା ସେତେବେଳେ ମହିଳା ଆବେଦନ କରିଥିଲେ।
ଜଷ୍ଟିସ୍ ନରସିଂହ ଅନୁଭବ କରିଛନ୍ତି ଯେ ୨୦୧୩ ଏପ୍ରିଲ ୧୫ରେ ଆଦେଶ ଚୂଡ଼ାନ୍ତ ରୂପ ଧାରଣ କରିଥିଲା। କାରଣ ଏହା ଉପରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ସମୀକ୍ଷା ଆବେଦନ ୨୦୧୯ ଅଗଷ୍ଟ ୩୦ରେ ହାଇକୋର୍ଟଙ୍କ ଦ୍ବାରା ଖାରଜ ହୋଇଯାଇଥିଲା।
ସେ ଏହି ଘଟଣାର ଅଧିକ ବିଚାର ପାଇଁ ସେପ୍ଟେମ୍ବର ୨୧ ତାରିଖ ସ୍ଥିର କରିଛନ୍ତି ଓ ଏହାସହ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।