ଗଜପତି: ପୁଅ ଘରେ ରଖୁନି, ପ୍ରଶାସନ ଶୁଣୁନି; ନ୍ୟାୟ ପାଇଁ ରାଜରାସ୍ତାରେ ୮୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ

ପ୍ରଶାସନ ଠାରୁ ନ୍ୟାୟ ଦାବି କରି ଦୁଇ ଦୁଇ ଥର ଧାରଣାରେ ବସିଲେଣି ରାମ ମୋହନ । ଗତ ମାସ ପ୍ରଶାସନିକ ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚି ମାମଲାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ ।

ଗଜପତି: ପୁଅ ଘରେ ରଖୁନି, ପ୍ରଶାସନ ଶୁଣୁନି; ନ୍ୟାୟ ପାଇଁ ରାଜରାସ୍ତାରେ ୮୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ
ରାଜନହର ସମ୍ମୁଖରେ ଅନଶନରେ ବସିଛନ୍ତି ୮୭ ବର୍ଷୀୟ ରାମ ମୋହନ ।
  • News18 Odia
  • Last Updated: November 12, 2020, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଜପତି: ଚାରି ଚାରିଟି ପୁଅର ବାପା ସେ । ଏବେ ୮୭ ବର୍ଷ ବୟସରେ ଭଲ କରି ଚାଲି ପାରୁ ନ ଥିବା ସ୍ଥିତିରେ ନିଜ ପୁଅମାନଙ୍କ ଦ୍ୱାରା ନିର୍ଯ୍ୟାତନା ଓ ଉଦାସୀନତାର ଶିକାର ହୋଇ ନ୍ୟାୟ ପାଇଁ ବାରମ୍ବାର ଧାରଣାରେ ବସୁଛନ୍ତି । ନିଜେ ବନେଇଥିବା ଘରେ ବି ତାଙ୍କୁ ତାଙ୍କ ବଡ଼ ପୁଅ ରହିବାକୁ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି ।

ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ଶିକ୍ଷକ ରାମ ମୋହନ ପଟ୍ଟନାୟକ ଜୀବନର ସାୟାହ୍ନରେ ତୀବ୍ର ଶାରୀରିକ ଓ ମାନସିକ ପୀଡ଼ା ଦେଇ ଗତି କରୁଛନ୍ତି । ତାଙ୍କ ବଡ଼ ପୁଅ ରାମଗୋପାଳ ପାରଳାଖେମୁଣ୍ଡି ସହରର ଗୁଜୁରାତି ପେଣ୍ଠ ସାହିରେ ରହୁଥିବା ବେଳେ ଅନ୍ୟ ତିନି ପୁଅ ବାହାର ରାଜ୍ୟରେ ରହୁଛନ୍ତି । ରାମଗୋପାଳ ତାଙ୍କୁ ଘରେ ରଖୁ ନ ଥିବା ଅଭିଯୋଗ କରିଛନ୍ତି ୮୭ ବର୍ଷୀୟ ରାମ ମୋହନ । ଅନ୍ୟ ତିନି ପୁଅ ପିତାଙ୍କ ଏହି ଦୟନୀୟ ଅବସ୍ଥା ପ୍ରତି ଉଦାସୀନ ପ୍ରତୀତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

‘‘ମୋ’ ବଡ଼ ପୁଅ ସେ ରହୁଥିବା ଘର ଖାଲି କରୁନି କି ମୋତେ ସେଠି ରହିବାକୁ ଦେଉନି । ସେ ଘର ମୁଁ ନିଜେ ତିଆରି କରିଥିଲି । ତେଣୁ ଆଉ ଏକ ଘରେ ମୋତେ ଏକା ରହିବାକୁ ପଡ଼ୁଛି । ନିଜେ ରୋଷେଇ କରି ଖାଉଛି ମୁଁ । ନ୍ୟାୟ ପାଇଁ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ନିକଟକୁ ଦୌଡ଼ିବା ପରେ ବି କୌଣସି ସୁଫଳ ମିଳିଲା ନାହିଁ । ତେଣୁ ଏବେ ଧାରଣାରେ ବସିବାକୁ ବାଧ୍ୟ ହେଉଛି,’’ କହିଛନ୍ତି ରାମ ମୋହନ ।

ରାମ ମୋହନଙ୍କ ପାଖରେ ପହଞ୍ଚିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ।


ସେ ଗତ ମାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ସେ ସମୟରେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚି ମାମଲାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ତେଣୁ ସେ ରାଜରାସ୍ତାକୁ ଆସି ବୁଧବାର ଦିନ ପୁଣି ଥରେ ଅନଶନ ଆରମ୍ଭ କରିଛନ୍ତି । ନିଜ ଦାବି ନେଇ ରାଜନହର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ରାମ ମୋହନ । ଜଣେ ୮୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କ ଏମିତି ଅବସ୍ଥା ସ୍ଥାନୟ ଶିକ୍ଷିତ ସମାଜ ପାଇଁ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ନ୍ୟାୟ ମଳିବା ଯାଏ ଅନଶନରେ ବସିବେ ବୋଲି ରାମ ମୋହନ ଜିଦ ଧରିଥିଲେ । ହେଲେ ପ୍ରଶାସନିକ ଓ ପୋଲିସ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ଆଲୋଚନା କରି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ ସେ ପୁଣି ଥରେ ଅନଶନରୁ ଓହରିଛନ୍ତି ।

ବୟୋବୃଦ୍ଧ ରାମ ମୋହନଙ୍କ ଅଭିଯୋଗ ବିଷୟରେ ତାଙ୍କ ବଡ଼ ପୁଅ ରାମଗୋପାଳ ଭିନ୍ନ ମତ ଦେଇଛନ୍ତି । ‘‘ମୁଁ ବାପାଙ୍କୁ ନିଜ ପାଖରେ ରଖିବା ପାଇଁ ପ୍ରସ୍ତୁତ ଅଛି । ହେଲେ ତାଙ୍କ ଚିକିତ୍ସା ଖର୍ଚ୍ଚ ମୁଁ ବହନ କରିପାରିବି ନାହିଁ । ମୋ’ର ସାମର୍ଥ୍ୟ ନାହିଁ । ମୁଁ ତାଙ୍କୁ ନିଜ ପାଖରେ ରଖୁ ନାହିଁ ବୋଲି ବାପା କହିଥିବା କଥାରେ ସତ୍ୟତା ନାହିଁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ଅନଶନରୁ ହଟିଥିବା ରାମ ମୋହନ କହିଛନ୍ତି ଏଥର ପ୍ରଶାସନ ନିଜ ପ୍ରତିଶୃତି ପାଳନ କରିବ ବୋଲି ତାଙ୍କର ଭରସା ଅଛି । ‘‘ଯଦି ପୂବ ର୍ଭଳି ସେମାନଙ୍କ ପ୍ରତିଶୃତି ପାଣିର ଗାର ହୁଏ ତାହେଲେ ଏ ଥର ମୁଁ ପୁଣି ଅନଶନରେ ବସିବି ଓ ମୋ’ ନ୍ୟାର୍ଯ୍ୟ ଦାବି ପୂରା ନ ହେବା ଯାଏଁ ଉଠିବି ନାହିଁ,’’ ସେ କହିଛନ୍ତି ।



ଏହି ମାମଲା ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି ଜଣେ ପୋଲିସ ଅଧିକାରୀ ଅନୌପଚାରିକ ଭାବେ କହିଛନ୍ତି ।
Published by: Anand Shankar Thankur Das
First published: November 12, 2020, 10:24 PM IST
corona virus btn
corona virus btn
Loading