ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ପାରଳାଖେମୁଣ୍ଡିର ୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ

ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ପାରଳାଖେମୁଣ୍ଡିର ୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ

ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି, “ବୟସର ଅପରାହ୍ନରେ ବି ସୁସ୍ଥରେ ରହିବାର ଏକ ମାତ୍ର ମାର୍ଗ ହେଉଛି ଯୋଗ ।’’

ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ପାରଳାଖେମୁଣ୍ଡିର ୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ
ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ପାରଳାଖେମୁଣ୍ଡିର ୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ
  • News18 Odia
  • Last Updated: November 9, 2021, 2:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ସହରର ଲକ୍ଷ୍ମୀ ଚରଣ ପଟ୍ଟନାୟକ ବୟସ ୮୫, କିନ୍ତୁ ବେଶ ଆକ୍ଟିଭ ସେ । ତାଙ୍କୁ ଦେଖିଲେ କେହି କହିବେନି ଯେ, ଏତେ ବୟସ ତାଙ୍କୁ । ଯୋଗ କରିବା ତାଙ୍କର ଗୋଟେ ନିଶା କହିଲେ କିଛି ଭୂଲ ହେବନାହିଁ । ସାଧାରଣତଃ ପରିଣତ ବୟସରେ ଲୋକେ ଘରେ ରହି ଆରାମ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ ଏହାର ବ୍ୟତିକ୍ରମ ହେଉଛନ୍ତି ଲକ୍ଷ୍ମୀ ଚରଣ ପଟ୍ଟନାୟକ । ବୃଦ୍ଧ ବୟସରେ ବି ସେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ବାହାରିଯାଆନ୍ତି କୌଣସି ଏକ ଖୋଲା ସ୍ଥାନକୁ । ସେଠାରେ ନିଜ ଯୋଗାଭ୍ୟାସ କରିବା ସହ ଅନ୍ୟମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥାନ୍ତି ।

ବର୍ତ୍ତମାନ ସାରା ବିଶ୍ଵ କରୋନା ମହାମାରୀ ପାଇଁ ଚିନ୍ତିତ । କରୋନାରୁ ରକ୍ଷା ପାଇବା ପାଇଁ କିଛି ଅମାନିଆଙ୍କୁ ବାଦ ଦେଲେ ଅନ୍ୟମାନେ ଘରୁ ବାହାରକୁ ବାହାରିବା ପାଇଁ ସହାସ କରୁନାହାଁନ୍ତି । ଏଭଳି ସ୍ଥିତିରେ ଲକ୍ଷ୍ମୀ ଚରଣ ପ୍ରତିଦିନ ଭୋରୁ ଉଠି ଲୋକଙ୍କୁ ନିରୋଗ ରହିବାର ସୂତ୍ର ଶିଖାଇବା ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ଏକ ନିଆରା କାର୍ଯ୍ୟ । ସେ ଯୋଗ ଶିକ୍ଷା ଦେବା ସହ ଯୁବପିଢ଼ିଙ୍କୁ ଖରାପ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖି ଜୀବନ ଗଠନ କରିବାକୁ ନୀତିଶିକ୍ଷା ପ୍ରଦାନ କରୁଛନ୍ତି ।

୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ କାହାଣୀ


ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି, “ବୟସର ଅପରାହ୍ନରେ ବି ସୁସ୍ଥରେ ରହିବାର ଏକ ମାତ୍ର ମାର୍ଗ ହେଉଛି ଯୋଗ । ମୁଁ ପୂର୍ବରୁ ପାନ ଗୁଟଖା ଭଳି ଅନେକ ଖରାପ ଅଭ୍ୟାସରେ ପଡ଼ିଥିଲେ । ଯାହା ଦ୍ଵାରା ଶରୀରରେ ଅବନତି ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ହେଲେ ମୁଁ ଯେବେ ଠାରୁ ଯୋଗ ପ୍ରେମରେ ପଡ଼ି ସେବେଠାରୁ ସବୁ କିଛି ଠିକ୍‌ରେ ଚାଲିଛି । ତେଣୁ ମୁଁ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହାର ଶିକ୍ଷା ଦେବାକୁ ମନସ୍ଥ କରିଛି । ଏଥି ପାଇଁ ମୁଁ ପ୍ରତିଦିନ ଯୋଗ କରୁଛି ।’’

‘‘ଲକ୍ଷ୍ମୀ ଚରଣଙ୍କର ନିର୍ଦ୍ଦିଷ୍ଟ କୌଣସି ଯୋଗ କେନ୍ଦ୍ର ନାହିଁ । ଯେ କୌଣସି ଖୋଲା ସ୍ଥାନ ହିଁ ତାଙ୍କ ଯୋଗ କେନ୍ଦ୍ର । ସକାଳୁ ଖୋଲା ଆକାଶ ତଳେ ଯୋଗା ଭ୍ୟାସ କଲେ ସବୁଠାରୁ ଭଲ । କାରଣ ଏହି ସ୍ଥାନରେ ଆମ ଶରୀରକୁ ଭଲ ଅମ୍ଳଜାନ ମିଳିଥାଏ। ତେଣୁ କୌଣସି ଏକ ନିରୋଳା ସ୍ଥାନରେ ଏହା କରାଯାଉଛି । ବର୍ତ୍ତମାନ କଛି ଦିନ ହେଲା ସେ ସ୍ଥାନୀୟ କଲେଜ ପରିସରରେ ଏହା କରୁଛନ୍ତି । ଲକ୍ଷ୍ମୀ ଚରଣଙ୍କ ମୁକ୍ତାକାଶ ଯୋଗ କେନ୍ଦ୍ରକୁ ଶିକ୍ଷା ଗ୍ରହଣ ପାଇଁ ଅନେକ ଯୁବପିଢ଼ି ପ୍ରତିଦିନ ଆସୁଛନ୍ତି,’’ କହିଛନ୍ତି ପାରଳାଖେମୁଣ୍ଡି ବାସିନ୍ଦା ବସନ୍ତ କୁମାର ପଣ୍ଡା ।

ଯୋଗ ଶିଖିବା ପାଇଁ ହେଲେ ବିଭିନ୍ନ ସ୍ଥାନରେ ଟଙ୍କା ଦେବାକୁ ପଡ଼ିଥାଏ । ଏଭଳି ସମୟରେ ଜଣେ ପରିଣତ ବୟସର ଲୋକେ ମାଗଣା ଯୋଗ ଶିକ୍ଷା ଦେବା କିଛି କମ୍ କଥା ନୁହେଁ । ଯଦିଓ ପ୍ରତିଦିନ ଟିଭିରେ ଏହାର ଶିକ୍ଷା ଦିଆଯାଉଛି, କିନ୍ତୁ ଜଣେ ପରୋକ୍ଷ ଗୁରୁ ଥିଲେ ଯୋଗ ଶିକ୍ଷା ଭଲ ହୋଇପାରିବ । ତେଣୁ ଏଠାକୁ ଅନେକ ଲୋକ ଆସୁଛନ୍ତି । ଏଠାକୁ ଆସି ଯୋଗାଭ୍ୟାସ କରିବା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ନିଆରା ଅନୁଭୂତି ବୋଲି କହିଛନ୍ତି ଏହି କେନ୍ଦ୍ରକୁ ଆସୁଥିବା ଶିବିରାର୍ଥୀ ଶୁଶାନ୍ତ ମହାପାତ୍ର।

ଯୁବପିଢ଼ିଙ୍କ ଆଦର୍ଶ ସାଜିଛନ୍ତି ପାରଳାଖେମୁଣ୍ଡିର ୮୫ ବର୍ଷୀୟ ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ


ନିରୋଗ ରହିବାର ସଫଳତମ ସୂତ୍ର ଯୋଗ । ଏହାକୁ ସମସ୍ତେ ଗ୍ରହଣ କରିସାରିଛନ୍ତି । ଏହାକୁ କେହି ବୁଝୁ କି ନବୁଝୁ ବୟସର ଅପରାହ୍ନରେ ପାଦ ଦେଇସାରିଥିବା ଲକ୍ଷ୍ମୀ ଚରଣ କିନ୍ତୁ ଠିକ୍ ବୁଝିଛନ୍ତି । ତେଣୁ ତ ଏହି ବୟସରେ ବି ସେ ଯୋଗାଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ଶିକ୍ଷା ପ୍ରଦାନ କରୁଛନ୍ତି ।
Published by: Lipina Das
First published: November 9, 2021, 2:58 PM IST